ETV Bharat / business

GST COLLECTION: ପ୍ରଥମଥର 1 ଲକ୍ଷ କୋଟିରୁ ଖସିଲା ରାଜସ୍ବ ସଂଗ୍ରହ - ଜିଏସଟି ସଂଗ୍ରହ

କମିଛି ଦ୍ରବ୍ୟ ଓ ସେବା କର ସଂଗ୍ରହ(GST COLLECTION) ପରିମାଣ । ଜୁନ ମାସରେ ବସ୍ତୁ ଓ ସେବା କର (ଜିଏସଟି) 1 ଲକ୍ଷ କୋଟିରୁ ହ୍ରାସ ପାଇ 92,849 କୋଟିରେ ଅଟକିଛି । ଅଧିକ ପଢନ୍ତୁ...

GST COLLECTION: ଏ ବର୍ଷ ପ୍ରଥମ ଥର 1 ଲକ୍ଷ କୋଟିରୁ ଖସିଲା ରାଜସ୍ବ ସଂଗ୍ରହ

author img

By

Published : Jul 6, 2021, 6:07 PM IST

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ମଧ୍ୟରେ ସରକାରୀ ରାଜକୋଷ ଉପରେ ପଡୁଛି କୋରୋନା ଦ୍ବିତୀୟ ଲହରର ସିଧାସଳଖ ପ୍ରଭାବ । କମିଛି ଦ୍ରବ୍ୟ ଓ ସେବା କର ସଂଗ୍ରହ (GST COLLECTION) ପରିମାଣ ।

ଜୁନ ମାସରେ ବସ୍ତୁ ଓ ସେବା କର (ଜିଏସଟି) 1 ଲକ୍ଷ କୋଟିରୁ ହ୍ରାସ ପାଇ 92,849 କୋଟିରେ ଅଟକିଛି । ମହାମାରୀ କୋରୋନାର ଦ୍ବିତୀୟ ଲହର କାରଣରୁ 9 ମାସରେ ପ୍ରଥମ ଥର ଏହି ହ୍ରାସ ପରିଲକ୍ଷିତ ହୋଇଛି ।

ଜୁନରେ ସରକାରଙ୍କ ମୋଟ ଜିଏସଟି ସଂଗ୍ରହ 92,849 କୋଟି ଟଙ୍କା ରହିଛି । ଏଥିରୁ IGST ଅଂଶ ରହିଥିଲା 49,079 କୋଟି ଟଙ୍କା । ସେହିପରି କେନ୍ଦ୍ରୀୟ ଜିଏସଟି ସଂଗ୍ରହ (CGST) 16,424 କୋଟି ଟଙ୍କା ରହିଥିବାବେଳେ ରାଜ୍ୟ ସରକାରଙ୍କ ଜିଏସଟି ସଂଗ୍ରହ(SGST) 20,397 କୋଟି ଟଙ୍କା ରହିଛି । ସେପଟେ ମୋଟ ଜିଏସଟିରୁ 25,762 କୋଟି ଟଙ୍କା ବସ୍ତୁର ଆମଦାନୀ ଉପରୁ ସଂଗ୍ରହ କରିଛନ୍ତି ସରକାର ।

ଜୁନରେ ଜିଏସଟି ଆଦାୟରେ ସେସ(Cess)ରୁ ମୋଟ 6,949 ଟଙ୍କା ସଂଗ୍ରହ ହୋଇଛି । ଏଥିରୁ ଆମଦାନୀ ଉପରେ ସଂଗ୍ରହ ହୋଇଥିବା 809 କୋଟି ଟଙ୍କାର କର ସାମିଲ ରହିଛି ।

ଜିଏସଟି ବ୍ୟବସ୍ଥାରେ ରାଜ୍ୟକୁ ରାଜସ୍ବ ହାନୀ କ୍ଷତିପୂରଣ ଦେବାର ନିୟମ ରହିଛି । କ୍ଷତିପୂରଣ ଦେବା ପାଇଁ ସରକାର ଗୋଟିଏ ଅଲଗା କୋଷ ଗଠନ କରିଛନ୍ତି । ଏଥିରେ ସେସ୍‌ ଟଙ୍କା ଏକଜୁଟ କରାଯାଏ ଯ ସରକାର 28 ପ୍ରତିଶତ ଜିଏସଟି ଲାଗୁଥିବା ଅନେକ ବସ୍ତୁ ଉପରୁ 15 ପ୍ରତିଶତ ଦରରେ ସେସ୍‌ ଆଦାୟ କରିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.