ETV Bharat / business

ଆସୁଛି ବଜେଟ , ଖସୁଛି ରାଜସ୍ବ: ଜୁନରେ କମିଲା ଜିଏସଟି ସଂଗ୍ରହ - money

ବଜେଟ ଆଗକୁ ଆସୁଥିବା ବେଳେ ଜିଏସଟି ସଂଗ୍ରହ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ ଦ୍ରବ୍ୟ ଓ ସେବାର କର ଏକ ଲକ୍ଷ କୋଟି ଟଙ୍କା ତଳକୁ ଖସିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 2, 2019, 4:23 PM IST

ନୂଆଦିଲ୍ଲୀ: ଜୁନରେ ଏକ ଲକ୍ଷ କୋଟି ତଳକୁ ଖସିଲା ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ । ଚଳିତ ଆର୍ଥିକ ବର୍ଷ ପ୍ରଥମ ଥର ପାଇଁ ଗତ ମାସରେ ଜିଏସଟି ଆଦାୟ 99,939 କୋଟି ରହିଛି । ଏ ନେଇ ସୋମବାର ଅର୍ଥମନ୍ତ୍ରାଣଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ଏଥିମଧ୍ୟରେ କେନ୍ଦ୍ର ଜିଏସଟି(ସିଜିଏସଟି) ପରିମାଣ 18,366 , ରାଜ୍ୟ ଜିଏସଟି (ଏସଜିଏସଟି) 25,343 କୋଟି , ସମନ୍ବିତ ଜିଏସଟି (ଆଇଜିଏସଟି) 47,772 କୋଟି ଓ ସେସ ବାବଦକୁ 8,457 କୋଟି ରହିଥିବା ନେଇ ଜଣାପଡିଛି । ତେବେ ସରକାର ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ରାଜସ୍ବ ଆବଶ୍ୟକ କରିବେ । ଆଉ ଏପରି ସମୟରେ ଜିଏସଟି ହ୍ରାସ ରାଜକୋଷ ଉପରେ ପ୍ରଭାବ ପକାଇବ । ତେବେ ଆଗକୁ ବଜେଟ ଆସୁଥିବା ବେଳେ ସେଥିରେ ମଧ୍ୟ ସରକାର ବହୁ ଉନ୍ନୟନମୂଳକ ପଦକ୍ଷେପ ପାଇଁ ମୋଟା ବ୍ୟୟବରାଦ କରିବେ । ଏଥିଲାଗି ଜିଏସଟି ପରିଷଦର 35ତମ ବୈଠକରେ ସରକାର ବହୁ ସଂସ୍କାର ଆଣିଛନ୍ତି । ରିଟର୍ଣ୍ଣକୁ ସରଳ କରିବା ପାଇଁ ଏକକ ଫର୍ମ ବ୍ୟବସ୍ଥା , ଆଧାର ବ୍ୟବହାର ଆଦି ବହୁ ନିଷ୍ପତ୍ତି ଆଗମୀ ଦିନରେ ରାଜସ୍ବ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ସରକାର ଆଶାବାଦୀ ରହିଛନ୍ତି ।

ମେ’ରେ ଜିଏସଟି ସଂଗ୍ରହ 1,00289 କୋଟି ଥିବା ବେଳେ ଏପ୍ରିଲରେ ଏହା 1,13,865 କୋଟି ରହିଥିବା ନେଇ ରେକର୍ଡ ରହିଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.