ETV Bharat / business

ଗତ ବର୍ଷ ତୁଳନାରେ ବଢିଛି ଅକ୍ଟୋବର ମାସର GST ସଂଗ୍ରହ - ଅର୍ଥ ମନ୍ତ୍ରଣାଳୟ

ଚଳିତ ବର୍ଷ ଅକ୍ଟୋବର ମାସରେ 1 ଲକ୍ଷ 5 ହଜାର 1 ଶହ 55 କୋଟି ଟଙ୍କା ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି । ଅଧିକ ପଢନ୍ତୁ...

GST ସଂଗ୍ରହ
GST ସଂଗ୍ରହ
author img

By

Published : Nov 1, 2020, 12:49 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ 1 ଲକ୍ଷ 5 ହଜାର 1 ଶହ 55 କୋଟି ଟଙ୍କା ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି । ସଂଗୃହିତ ମୋଟ ଜିଏସଟି ରାଜସ୍ବ ମଧ୍ୟରୁ CGST ହେଉଛି 19 ହଜାର 1 ଶହ 93 କୋଟି ଟଙ୍କା, SGST ହେଉଛି 25 ହଜାର 4 ଶହ 11 କୋଟି ଟଙ୍କା ।

ଅନ୍ୟପକ୍ଷେ IGST ହେଉଛି 52 ହଜାର 5 ଶହ 40 କୋଟି ଟଙ୍କା । ଆମଦାନୀରେ ସଂଗୃହିତ 23 ହଜାର 3 ଶହ 75 କୋଟି ଟଙ୍କା ଏବଂ ସେସ୍ ହେଉଛି 8 ହଜାର 11 କୋଟି ଟଙ୍କା ସହିତ ସାମଗ୍ରୀ ଆମଦାନୀରେ ସଂଗୃହିତ ଅର୍ଥ 932 କୋଟି ଟଙ୍କା । ଅକ୍ଟୋବର ମାସ ପର୍ଯ୍ୟନ୍ତ ଦାଖଲ ହୋଇଥିବା GSTR-3B ରିଟର୍ଣ୍ଣ ଗୁଡିକର ମୋଟ ସଂଖ୍ୟା ହେଉଛି 80 ଲକ୍ଷ ।

ଅକ୍ଟୋବର 2020ରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଅର୍ଜିତ ମୋଟ ରାଜସ୍ବ ହେଉଛି CGST ପାଇଁ 44 ହଜାର 2 ଶହ 85 କୋଟି ଏବଂ SGST ପାଇଁ 44 ହଜାର 8 ଶହ 39 କୋଟି ଟଙ୍କା । ଗତ ବର୍ଷ ଅକ୍ଟୋବରରେ ମିଳିଥିବା ଜିଏସଟି ରାଜସ୍ବ ତୁଳନାରେ 10 ପ୍ରତିଶତ ଅଧିକ । ସାମଗ୍ରୀ ଆମଦାନୀରୁ ଆୟ 9 ପ୍ରତିଶତ ଅଧିକ ଥିଲା ଏବଂ ସେବା ଆମଦାନୀ ସମେତ ଘରୋଇ କାରବାରରୁ ଆୟ 11 ପ୍ରତିଶତ ଅଧିକ ଥିଲା ।

ଜିଏସଟି ରାଜସ୍ବର ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ମାଇନସ୍ 14 ପ୍ରତିଶତ, ମାଇନସ୍ 8 ପ୍ରତିଶତ ଏବଂ 5 ପ୍ରତିଶତ ଅର୍ଥନୀତିର ପୁନରୁଦ୍ଧାରକୁ ଦର୍ଶାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.