ETV Bharat / business

ସବୁ କ୍ଷେତ୍ରକୁ ମିଳିବ ବୁଷ୍ଟର ଡୋଜ, ସରକାର କରୁଛନ୍ତି ଯୋଜନା - ଆରବିଆଇ କମାଇଲା ଜିଡିପି ଆକଳନ

କର୍ପୋରେଟ ଟିକସ ରିହାତି ସମେତ ଅଟୋମୋବାଇଲ ସେକ୍ଟରକୁ ଜିଏସଟି ଆଶ୍ବସ୍ତି, ଇ-ଯାନ ଉପରେ ଟିକସ ହ୍ରାସ ଆଦି ବହୁ ନୂଆ ନିଷ୍ପତ୍ତି ଅର୍ଥନୀତିକୁ ମଜବୁତ ପାଇଁ ନିଆଯାଇଛି । ଏପରି ଭାବେ ଯେଉଁ ସେକ୍ଟରକୁ ଆବଶ୍ୟକ ରହିଛି ସେ ସମସ୍ତଙ୍କୁ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ନିର୍ମଳା ସୀତାରମଣ
author img

By

Published : Oct 10, 2019, 8:13 PM IST

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଉପାୟ ନେଇ ଯୋଜନା କରୁଛନ୍ତି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସାମ୍ବିଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ବିଭିନ୍ନ କ୍ଷେତ୍ରର ସହଯୋଗ ପାଇଁ ହେଉଛି ଭିନ୍ନ ଭିନ୍ନ ଯୋଜନା

ପ୍ରକାଶ ଯେ, ଚଳିତ 2019-20 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ହ୍ରାସ ପାଇ 5 ପ୍ରତିଶତ ରହିଥିଲା । ଯାହାକି 6 ବର୍ଷର ସର୍ବନିମ୍ନ ରେକର୍ଡ । ବଡ କଥା ହେଉଛି ସରକାର ମଧ୍ୟ ଅର୍ଥବ୍ୟବସ୍ଥା ଧିମା ପଡିଥିବା ନେଇ ସ୍ବୀକାର କରିଛନ୍ତି । ଏପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଗତ ମୁଦ୍ରାନୀତି ସମୀକ୍ଷାରେ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅନୁମାନ ହ୍ରାସ କରିଛି ।

ତେବେ ସରକାର ମଧ୍ୟ ଅର୍ଥବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ବହୁ ବୁଷ୍ଟରଡୋଜ ଦେଲେଣି । କର୍ପୋରେଟ ଟିକସ ରିହାତି ସମେତ ଅଟୋମୋବାଇଲ ସେକ୍ଟରକୁ ଜିଏସଟି ଆଶ୍ବସ୍ତି, ଇ-ଯାନ ଉପରେ ଟିକସ ହ୍ରାସ ଆଦି ବହୁ ନୂଆ ନିଷ୍ପତ୍ତି ଅର୍ଥନୀତିକୁ ମଜବୁତ ପାଇଁ ନିଆଯାଇଛି । ଏପରି ଭାବେ ଯେଉଁ ସେକ୍ଟରକୁ ଆବଶ୍ୟକ ରହିଛି ସେସମସ୍ତଙ୍କୁ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.