ନୂଆଦିଲ୍ଲୀ: କୋଭିଡ ସଙ୍କଟ କାଳରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବଡ ଘୋଷଣା । ଆୟକର ନିୟମ ହେଲା କୋହଳ । ଏଣିକି ସମସ୍ତ ହସ୍ପିଟାଲ, ନର୍ସିଂ ହୋମ, କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ 2 ଲକ୍ଷରୁ ଅଧିକ ନଗଦ ଦେଇ ପାରିବେ ଲୋକ । ପାନ ଓ ଆଧାର କାର୍ଡ ଦେଖାଇ କରିପାରିବେ ପେମେଣ୍ଟ ।
ଏପ୍ରିଲ ପହିଲାରୁ ମେ 31 ଯାଏଁ ଆୟକର ଟ୍ୟାକ୍ସ ଆକ୍ଟ ନେଇ ରହିଥିବା ବ୍ୟବସ୍ଥା କୋହଳ ହେବ ।