ETV Bharat / business

ମ୍ୟାନୁଫେକ୍ଚରିଂ ସେକ୍ଟରକୁ ମିଳିବ ଭିଟାମିନ, ଘୋଷଣା ହେବ ନୂଆ ପ୍ୟାକେଜ

author img

By

Published : Jul 24, 2020, 3:02 PM IST

ଅର୍ଥନୈତିକ ବ୍ୟାପର ସଚିବ ତରୁଣ ବଜାଜ କହିଛନ୍ତି କି, ଦେଶରେ ମ୍ୟାନୁଫେକ୍ଚରିଂ ସେକ୍ଟରକୁ ପ୍ରୋତ୍ସାହନ ଦେବା ସହ ସରକାର ବିଭିନ୍ନ ସେକ୍ଟରକୁ ବୁଷ୍ଟର ଦେବା ପାଇଁ ବିଚାର କରୁଛନ୍ତି । ଅଧିକ ପଢନ୍ତୁ..

ମ୍ୟାନୁଫେକ୍ଚରିଂ ସେକ୍ଟରକୁ ମିଳିବ ଭିଟାମିନ , ଘୋଷଣା ହେବ ନୂଆ ପ୍ୟାକେଜ

ନୂଆଦିଲ୍ଲୀ: ଦେଶର ମ୍ୟାନୁଫେକ୍ଚରିଂ ସେକ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଶୀଘ୍ର ଏକ ନୂଆ ପ୍ୟାକେଜ ଆଣିବାକୁ ଯାଉଛନ୍ତି । ଏ ନେଇ ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛି । ସେ କହିଛନ୍ତି କି , ଏହି ପ୍ୟାକେଜରେ ନିକଟର ଘୋଷଣା ହୋଇଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ଅତିରିକ୍ତ ହେବ ।

କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଏବଂ ଅର୍ଥବ୍ୟବସ୍ଥାକୁ ବିଭିନ୍ନ କ୍ଷେତ୍ରରୁ ସହଯୋଗ ଲକ୍ଷ୍ୟରେ ସରକାର ନିକଟରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଅର୍ଥନୈତିକ ବ୍ୟାପର ସଚିବ ତରୁଣ ବଜାଜ କହିଛନ୍ତି କି, ଦେଶରେ ମ୍ୟାନୁଫେକ୍ଚରିଂ ସେକ୍ଟରକୁ ପ୍ରୋତ୍ସାହନ ଦେବା ସହ ସରକାର ବିଭିନ୍ନ ସେକ୍ଟରକୁ ବୁଷ୍ଟର ଦେବା ପାଇଁ ବିଚାର କରୁଛନ୍ତି ।

ସେ କହିଛନ୍ତି କି, ‘‘ କୋରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସରକାର ବିଭିନ୍ନ ସେକ୍ଟରକୁ ଭିଟାମିନ ଦେବେ ।

ଉଦ୍ୟୋଗ ସଂଘ ଫିକ୍କି ଦ୍ବାରା ଆୟୋଜିତ ବାର୍ଷିକ କ୍ୟାପିଟାଲ ମାର୍କେଟ କନଫରେନ୍ସ ସିଏପିଏମ-2020 ର ବିଶେଷ ଅଧିବେଶନକୁ ସମ୍ବୋଧନ କରି ବଜାଜ କହିଛନ୍ତି କି, କୋରୋନୋ ସଙ୍କଟ ପରେ ଦେଶରେ ଭି-ଆକାରର ରିକୋଭରି ଅର୍ଥାତ ତୀବ୍ର ଅଭିବୃଦ୍ଧି ଦେଖିବାକୁ ମଇଲିପାରେ ।

ସେ କହିଛନ୍ତି, ‘‘କୋଭିଡ -19 ଦ୍ବାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ମନ୍ଥରତାକୁ ଦୂର କରିବା ପାଇଁ କୃଷି ଉପରେ ନିର୍ଭରଶୀଳତା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। କୃଷି କ୍ଷେତ୍ରର ବିକାଶ ପ୍ରଭାବ ମ୍ୟାନୁଫେକ୍ଚର ଏବଂ FMCG କ୍ଷେତ୍ର ଉପରେ ମଧ୍ୟ ପକାଇବ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.