ETV Bharat / business

ବିଗିଡିଲା ବଜେଟ ହିସାବ, ସରକାରଙ୍କୁ ଦରକାର ଅଧିକ 3 ଲକ୍ଷ କୋଟି ଟଙ୍କା - lockdown impact on budget

ବଜେଟ ସୀମା ଲଙ୍ଘିବା ଆରମ୍ଭ ହେଲା । ଲକଡାଉନ ସହ ହେଉଥିବା କ୍ଷତିର ଭରଣ ପାଇଁ କେନ୍ଦ୍ର ଆଗରେ ଦାବି କଲେଣି ରାଜ୍ୟ । ଏବେ କେନ୍ଦ୍ର ସରକାର 3 ଲକ୍ଷ କୋଟି ଟଙ୍କା ଦାବିର ସାମ୍ନା କରିପାରନ୍ତି ।

government may have to face demand of spending additional rs 3 lakh crore former finance secretary
ସରକାରଙ୍କ ଆଗରେ 3 ଲକ୍ଷ କୋଟି ଟଙ୍କାର ଦାବି
author img

By

Published : Apr 15, 2020, 8:19 PM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ବଜେଟ ଅଟକଳରୁ ବାହାରିବା ଆରମ୍ଭ ହେଲା । କୋରୋନା ଭାଇରସ ଲଢେଇରେ ଅର୍ଥନୀତି ବଡ ଝଟକା ମିଳିଛି । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷ ସରକାରଙ୍କୁ ପାଖାପାଖୀ 3 କୋଟି ଟଙ୍କା ଅତିରିକ୍ତ ବ୍ୟୟ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ପୂର୍ବ ଅର୍ଥସଚିବ ସୁବାଷ ଚନ୍ଦ୍ର ଗର୍ଗ ଏ ନେଇ ନିଜ ବ୍ଲଗ ପୋଷ୍ଟରେ ମତ ଦେଇଛନ୍ତି ।

ଗର୍ଗ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଧିକ ଝଟକା ମିଳିଛି । ସେମାନେ ଏବେ ସମସ୍ୟାରୁ ମୁକୁଳିବା ପାଇଁ ପ୍ୟାକେଜ ଦାବି କରୁଛନ୍ତି । ଆଉ କେନ୍ଦ୍ର ଏବେ ଏସବୁ ଦାବିକୁ ପୂରା କରିବାକୁ ହେବ ।

ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କେନ୍ଦ୍ର ସରକାରଙ୍କ 2020-21 ବର୍ଷର ବଜେଟ ହିସାବ ବିଗିଡିବା ଲାଗିଛି । କୋରୋନା ମାହାମାରୀ, ଜୀବନ, ଜୀବିକା, ଅର୍ଥବ୍ୟବସ୍ଥା ଓ ବଜେଟକୁ ଗଭୀର ଭାବେ ପ୍ରଭାବିତ କରି ରଖିଛି ।

2020-21 ଆର୍ଥିକ ବର୍ଷର ବଜେଟ ଅଟକଳ 30.42 ଲକ୍ଷ କୋଟି ଟଙ୍କା ଥିଲା । ଏପଟେ କାରବାର, ଉତ୍ପାଦନ, ରପ୍ତାନୀ ଠପ ଯୋଗୁଁ ଟିକସ ସଂଗ୍ରହ ହ୍ରାସ ସହ ରାଜକୋଷ ଆକାର କମିଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.