ହାଇଦ୍ରାବାଦ: ବ୍ୟାଙ୍କ୍ରେ ଆପଣଙ୍କ କିଛି ଜରୁରୀ କାମ ରହିଛି କି ? ତାହେଲେ ଡେରି ନକରି ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ସମସ୍ତ କାମ ସାରି ଦିଅନ୍ତୁ । କାରଣ ଆଗାମୀ ଦଶ ଦିନରେ କେବଳ ୩ ବ୍ୟାଙ୍କ କାର୍ଯ୍ୟ ଦିବସ ରହିଛି । ମାର୍ଚ୍ଚ ୨୬ ତାରିଖରୁ ଲଗାତାର ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।
୪ଦିନ ବ୍ୟାଙ୍କ ବନ୍ଦ
ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(All India Bank Employees Association)ର ଆହ୍ବାନରେ ମାର୍ଚ୍ଚ ୨୮ ତାରିଖ ଓ ୨୯ ତାରିଖରେ ଧର୍ମଘଟରେ ବସିବେ ବ୍ୟାଙ୍କ କର୍ମଚାରୀ । ତା ପୂର୍ବରୁ ମାର୍ଚ୍ଚ ୨୬ ତାରିଖ ମାସର ଚତୁର୍ଥ ଶନିବାର ପଡ଼ୁଥିବା ବ୍ୟାଙ୍କ ଛୁଟି ରହିବ । ଏହାପରେ ମାର୍ଚ୍ଚ ୨୭ ତାରିଖ ରବିବାର ପଡ଼ୁଛି । ଏହାପରେ ସୋମବାର ଓ ମଙ୍ଗଳବାର ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।
ତାରିଖ | ଦିନ | ବନ୍ଦ/ଖୋଲା |
26 ମାର୍ଚ୍ଚ | ରବିବାର | ବନ୍ଦ |
27 ମାର୍ଚ୍ଚ | ରବିବାର | ବନ୍ଦ |
28 ମାର୍ଚ୍ଚ | ସୋମବାର | ଧର୍ମଘଟ |
29 ମାର୍ଚ୍ଚ | ମଙ୍ଗଳବାର | ଧର୍ମଘଟ |
30 ମାର୍ଚ୍ଚ | ବୁଧବାର | ଖୋଲିବ |
31 ମାର୍ଚ୍ଚ | ଗୁରୁବାର | ଖୋଲିବ |
01 ଅପ୍ରେଲ | ଶୁକ୍ରବାର | କ୍ଲୋଜିଂ ଡେ |
02 ଅପ୍ରେଲ | ଶନିବାର | ଖୋଲିବ |
03 ଅପ୍ରେଲ | ରବିବାର | ବନ୍ଦ |
୯ ଦିନରେ ମାତ୍ର ୩ ଦିନ କାର୍ଯ୍ୟ ଦିବସ
ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଧର୍ମଘଟ ପରେ ମାର୍ଚ୍ଚ ୩୦ ଓ ୩୧ ତାରିଖରେ ବ୍ୟାଙ୍କ ଖୋଲିବ । କିନ୍ତୁ ଏହା ପରେ ଅପ୍ରେଲ ୧ ତାରିଖରେ ବ୍ୟାଙ୍କରେ କୌଣସି ପବ୍କିକ ଡିଲିଂ(Public Dealing) ହେବ ନାହିଁ । କାରଣ ଏହି ଦିନ କ୍ଲୋଜିଂ ଡେ ରହୁଛି । ଏହାପରେ ଅପ୍ରେଲ ୨ ତାରିଖରେ ଶନିବାର ପଡ଼ୁଛି । ଏହାପରେ ଅପ୍ରେଲ ୩ ତାରିଖ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ବ୍ୟାଙ୍କିଂ କ୍ଷେତ୍ରର ଘରୋଇକରଣ ଓ ଅନ୍ୟାନ୍ୟ ଦାବିକୁ ନେଇ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏହି କ୍ରମରେ ରାଜ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଧର୍ମଘଟରେ ବସିବ । ଏହି ଧର୍ମଘଟକୁ ସଫଳ କରାଇବା ପାଇଁ ଏବେଠାରୁ କର୍ମଚାରୀ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
- ବ୍ୟାଙ୍କ କର୍ମଚାରୀଙ୍କ ଦାବି
- ବ୍ୟାଙ୍କର ଘରୋଇକରଣ ଉପରେ ପ୍ରତିବନ୍ଧକ ଲଗାଯାଉ
- ବ୍ୟାଙ୍କିଂ କ୍ଷେତ୍ରରେ ଆଉଟସୋର୍ସିଂ ବନ୍ଦ କରିବା ସହ ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରାଯାଉ
- ବ୍ୟାଙ୍କର ଲୋନ୍ ବା NPA ଆଦାୟ କରାଯାଉ କିମ୍ବା ବୁଝାମଣା କରାଯାଉ
- ଜାତୀୟ ପେନ୍ସନ୍ ଯୋଜନାରେ ବ୍ୟାଙ୍କ୍ କର୍ମଚାରୀଙ୍କୁ ବାର୍ଦ୍ଧକ୍ୟ କାଳୀନ ପେନ୍ସନ୍ ଦିଆଯାଉ
- ମହଙ୍ଗା ଭତ୍ତା ଲାଭ ବ୍ୟାଙ୍କ କର୍ମଚାରୀ ପେନସନଭୋଗୀଙ୍କୁ ମଧ୍ୟ ଦିଆଯାଉ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ