ETV Bharat / business

ରିକୋଭରି ସଙ୍କେତ, ମୁଡିସ ପରେ ଗୋଲ୍ଡମ୍ୟାନ ସାଚର ଜିଡିପି ଅନୁମାନ ସଂଶୋଧନ

ବିଭିନ୍ନ ସେକ୍ଟରରେ ଅଭିବୃଦ୍ଧି ସହ ଧୀମା ଅର୍ଥନୀତିକୁ ମିଳିଛି ପୁନଃରୁଦ୍ଧାର ସଙ୍କେତ । ମୁଡିସ ପରେ ଗୋଲ୍ଡମ୍ୟାନ ସାଚ ଦେଶର ବିକାଶ ହାରରେ ସୁଧାର ନେଇ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ..

ରିକୋଭରି ସଙ୍କେତ, ମୁଡିସ ପରେ ଗୋଲ୍ଡମ୍ୟାନ ଜିଡିପି ଅନୁମାନ ସଂଶୋଧନ

author img

By

Published : Nov 17, 2020, 5:38 PM IST

ନୂଆଦିଲ୍ଲୀ: ଲକଡାଉନ କଟକଣା କୋହଳ ସହ ଫେରୁଛି ଅଭିବୃଦ୍ଧି । ଦିପାବଳୀ କାରବାର ଭଲ ରହିବା ସହ ଦେଶର ଅର୍ଥନୀତି ଟ୍ରାକକୁ ଫେରୁଛି । ଏଥିସହ ଆର୍ଥିକ ରେଟିଂ ଏଜେନ୍ସି ଗୁଡିକ ମଧ୍ୟ ଭାରତର ଜିଡିପି ନେଇ ସେମାନଙ୍କ ଅନୁମାନ ସଂଶୋଧନ କରୁଚନ୍ତି । ଅନ୍ତରାଷ୍ଟ୍ରୀୟ ରେଟି ଏଜେନ୍ସି ମୁଡିସ ପରେ ଏବେ ଗୋଲ୍ଡମ୍ୟାନ ସାଚ ବି ଆର୍ଥିକ ବର୍ଷ 2021 ପାଇଁ ଭାରତର ଜିଡିପି ଅନୁମାନରେ ସୁଧାର କରିଛି ।

ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସାଚ ସେପ୍ଟେମ୍ବର ମାସରେ ଭାରତୀୟ ଜିଡିପିର ବୃଦ୍ଧି ଦର ଚଳିତ ଆର୍ଥିକ ବର୍ଷ ମଧ୍ୟରେ -14.8 ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଥିଲା । ଏବେ ଏହାକୁ ସଂଶୋଧନ କରି -10.3 ପ୍ରତିଶତ କରାଯାଇଛି ।

ଫାଇଜର ଏବଂ ମାଡର୍ନା ଭ୍ୟାକ୍ସିନ କୋଭିଡ-19 ସଂକ୍ରମଣକୁ ରୋକିବା ନେଇ ଟିକା ସଫଳ ପରୀକ୍ଷଣ ଘୋଷଣା ପରେ ସମଗ୍ର ଦୁନିଆରେ ସକରାତ୍ମକ ମାହୋଲ ଦେଖାଦେଇଛି । ଏହାର ପ୍ରଭାବରେ ଅର୍ଥନୀତିରେ ଅଭିବୃଦ୍ଧି ଆସିବା ପରେ ମୁଡିସ 2020 ଭାରତୀୟ ଅର୍ଥବ୍ୟବସ୍ଥାରେ 8.9 ପ୍ରତିଶତ ହ୍ରାସ ନେଇ ମୁଡିସ ଅନୁମାନ କରିଛି । ଯେତେବେଳେ କି ଏହା ପୂର୍ବରୁ ଏହା 9.6 ପ୍ରତିଶତ ହ୍ରାସ ଅନୁମାନ ରହିଥିଲା ।

ମୁଡିସ କହିଛି କି , ଲମ୍ବା ଓ କଡା ଲକଡାଉନ ପରେ ଦେଶର ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଛି । ଧିରେ ଧିରେ ବିଭିନ୍ନ ସେକ୍ଟରରେ ଅଭିବୃଦ୍ଧି ଫେରୁଛି । ଏହାର ଗ୍ଲୋବାଲ ମାକ୍ରୋ ଦୃଶ୍ୟ 2020-21 ରିପୋର୍ଟରେ ମୁଡିସ 2021 ପାଇଁ ମଧ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ 8.6 ପ୍ରତିଶତକୁ ବୃଦ୍ଧି କରିଛି । ଏହା ପୂର୍ବରୁ ଏହା 8.1 ପ୍ରତିଶତ ଥିଲା। 2019 ମସିହାରେ ଭାରତ 4.8 ପ୍ରତିଶତ ହାରରେ ବୃଦ୍ଧି ପାଇଛି ।

ସେହିଭଳି ଗୋଲ୍ଡମ୍ୟାନ ସାଚ ମଧ୍ୟ ଆସନ୍ତା ଆର୍ଥିକ ବର୍ଷ ଭାରତର ଜିଡିପି 13 ପ୍ରତିଶତ ହାରରେ ବଢିବା ଅନୁମାନ କରିଛି । ମଙ୍ଗଳବାର ଏକ ରିପୋର୍ଟରେ ଇନଭେଷ୍ଟର୍ସ ବ୍ୟାଙ୍କ କହିଛି କି ଭ୍ୟାକ୍ସିନ ଉପଲବ୍ଧତା ଦ୍ବାରା ଆସନ୍ତା ଆର୍ଥିକ ବର୍ଷର ଦ୍ବିତୀୟ ଛଅମାସରେ ସ୍ଥିତି ସ୍ବାଭାବିକ ହୋଇପାରେ । ଆର୍ଥିକ ବର୍ଷ 2022 ରେ ଭାରତର ଜିଡିପି 13 ପ୍ରତିଶତ ହାରରେ ବଢିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.