ETV Bharat / business

ଆଇଏମଏଫର ଚେତାବନୀ, ରେକର୍ଡ ସ୍ତରରେ ପହଞ୍ଚିବ ଆର୍ଥିକ ଘାଟା

author img

By

Published : Jul 11, 2020, 7:50 PM IST

କୋରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥକୁ ଗଭୀର କ୍ଷତି ସହିବାକୁ ପଡିଛି । ଏଥିଯୋଗୁଁ ତମାମ ଏଜେନ୍ସି ଏବେ ଜିଡିପି ହ୍ରାସ ଆକଳନ ଲଗାଇଲେଣି ।ଏଥିମଧ୍ୟରେ ଆର୍ଥିକ ଘାଟା ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ସହ ଅଭିବୃଦ୍ଧି ଖସିବ ବୋଲି ଆଶଙ୍କା କରିଛି ଆଇଏମଏଫ । ଅଧିକ ପଢନ୍ତୁ..

ଆଇଏମଏଫର ଚେତାବନୀ, ରେକର୍ଡ ସ୍ତରରେ ପହଞ୍ଚିବ  ଆର୍ଥିକ ଘାଟା
ଆଇଏମଏଫର ଚେତାବନୀ, ରେକର୍ଡ ସ୍ତରରେ ପହଞ୍ଚିବ ଆର୍ଥିକ ଘାଟା

ୱାଶିଂଟନ: ଚଳିତ ଆର୍ଥିକ ବର୍ଷ 2020-21ରେ ବୈଶ୍ବିକ ସାର୍ବଜନୀକ ଋଣ (Global public debt)ମୋଟ ଘରୋଇ ଉତ୍ପାଦ(ଜିଡିପି)ର 100 ପ୍ରତିଶତ ପାର କରିପାରେ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଏ ନେଇ ଚେତାବନୀ ଦେଇଛି ।

ଏହା ବ୍ୟତିତ 2020ରେ ହାରାହାରି ମୋଟ ଆର୍ଥିକ ଘାଟା ଜିଡିପିର 14 ପ୍ରତିଶତ ସହ ସମାନ ହେବ । ଆଇଏମଏଫ କହିଛି କି ଏହା ସାର୍ବଜନୀନ ଋଣ ଓ ଆର୍ଥିକ ଘାଟାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ହେବ ।

ଆଇଏମଏଫର ଆର୍ଥିକ ବ୍ୟାପାର ବିଭାଗର ନିର୍ଦ୍ଦେଶକ Vitor Gaspar କହିଛନ୍ତି ଯେ ଉତ୍ପାଦନରେ ତୀବ୍ର ହ୍ରାସ ଓ ଏଥିସହ ରାଜସ୍ୱ କମ ଆଦି ସହ ସରକାରଙ୍କ ଋଣ ଏବଂ ଆର୍ଥିକ ଘାଟା ବୃଦ୍ଧି ପାଇବ ।

Gaspar କହିଛନ୍ତି କି, ବୈଶ୍ବିକ ସାର୍ବଜନୀକ ଋଣ 2020-21ରେ ସର୍ବୋଚ୍ଚ ସ୍ତର, ଜିଡିପିର 100 ପ୍ରତିଶତରୁ ଅଧିକରେ ପହଞ୍ଚିବା ଆଶଙ୍କା ରହିଛି । ଗତ ବର୍ଷ ତୁଳନାରେ ଏହା ପାଖାପାଖୀ 20 ପ୍ରତିଶତ ବୃଦ୍ଧି ହେବ ।

ସେ କହିଛନ୍ତି କି , ଆମେରିକା, ଜାପାନ ଏବଂ ୟୁରୋପୀୟ ଦେଶ ପରି ଆଧୁନିକ ଅର୍ଥନୀତିରେ ସାର୍ବଜନୀକ ଋଣରେ ଅଧିକ ବୃଦ୍ଧି ଘଟିବ । ଏହା ବ୍ୟତିତ ହାରାହାରି ମୋଟ ଆର୍ଥିକ ଘାଟା 2020ରେ ଜିଡିପିର 14 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବା ଅନୁମାନ ରହିଛି । ଯାହାକି ଗତ ବର୍ଷ ତୁଳନାରେ 10 ପ୍ରତିଶତ ଅଧିକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.