ETV Bharat / business

ଟ୍ରାକକୁ ଫେରୁଛି ଅର୍ଥବ୍ୟବସ୍ଥା, ୨୦.୧% ବଢିଲା GDP

author img

By

Published : Aug 31, 2021, 7:27 PM IST

୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ GDP ରିପୋର୍ଟ ଜାରି କଲେ କେନ୍ଦ୍ର ସରକାର । ଅପ୍ରିଲ-ଜୁନ ତ୍ରୟ ମାସରେ ୨୦.୧ ପ୍ରତିଶତ GDP ଅଭିବୃଦ୍ଧି ରେକର୍ଡ । ଅଧିକ ପଢନ୍ତୁ...

ଟ୍ରାକକୁ ଫେରୁଛି ଅର୍ଥବ୍ୟବସ୍ଥା, ୨୦.୧% ବଢିଲା GDP
ଟ୍ରାକକୁ ଫେରୁଛି ଅର୍ଥବ୍ୟବସ୍ଥା, ୨୦.୧% ବଢିଲା GDP

ନୂଆଦିଲ୍ଲୀ: ଟ୍ରାକକୁ ଫେରୁଛି ଭାରତୀୟ ଅର୍ଥବ୍ୟବସ୍ଥା । ଆସିଲା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ GDP ରିପୋର୍ଟ । ପ୍ରଥମ ତ୍ରୟ ମାସରେ GDPରେ ଦମଦାର ଅଭିବୃଦ୍ଧି ରେକର୍ଡ । କୋରୋନା ସଙ୍କଟ ମଧ୍ୟରେ ପ୍ରଥମ ଥର ଜିଡିପି କ୍ଷେତ୍ରରେ ସାମ୍ନାକୁ ଆସିଛି ଭଲ ଖବର ।

କେନ୍ଦ୍ର ସରକାର ଆଜି ଚଳିତ ବର୍ଷର ପ୍ରଥମ ତ୍ରୟ ମାସିକ GDP ରିପୋର୍ଟ ଜାରି କରିଛନ୍ତି । ଏଥିରେ GDP ଅଭିବୃଦ୍ଧି ୨୦.୧ ପ୍ରତିଶତ ରହିଛି । ତେବେ ଗତବର୍ଷର ପ୍ରଥମ ତ୍ରୟ ମାସରେ GDP ଅଭିବୃଦ୍ଧି ହାର ମାଇନସ ୨୩.୯ ପ୍ରତିଶତ ଥିଲା । କହି ରଖୁଛୁ କି, କୌଣସି ଦେଶର ଅର୍ଥନୈତିକ ସ୍ଥିତିକୁ ମାପିବା ଦିଗରେ ଜିଡିପି ସର୍ବୋକୃଷ୍ଟ ମାପଦଣ୍ଡ ଅଟେ ।

ଏହା ପୂର୍ବରୁ RBIର ecowrap ରିସର୍ଚ୍ଚ ରିପୋର୍ଟରେ ଅନୁମାନ କରାଯାଇଥିଲା କି, ଚଳିତ ଆର୍ଥିକ ବର୍ଷର ଅପ୍ରିଲ-ଜୁନ ମାସରେ ଦେଶର GDP ୧୮.୫ ପ୍ରତିଶତ ବୃଦ୍ଧି ପାଇବ । ସେହିପରି RBI ପକ୍ଷରୁ ୨୧.୪ ପ୍ରତିଶତ ଅଭିବୃଦ୍ଧି ନେଇ ଅନୁମାନ କରାଯାଇଥିଲା । GDP କ୍ଷେତ୍ରରେ ଏହି ପୁନରୁଦ୍ଧାର ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଟ୍ରାକକୁ ଫେରୁଥିବାର ସଙ୍କେତ ଦେଇଛି ।

ଉଲ୍ଲେଖଯୋଗ୍ୟ, କୋରୋନା ସଙ୍କଟ ଭାରତୀୟ ଅର୍ଥବ୍ୟବସ୍ଥାକୁ ଶକ୍ତ ଝଟକା ଦେଇଥିଲା । ଫଳରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକରେ ୨୩.୯ ପ୍ରତିଶତ ଖସିଥିଲା ଭାରତୀୟ ଅର୍ଥବ୍ୟବସ୍ଥା । ଏହାପରେ ଦ୍ବିତୀୟ ତ୍ରୟ ମାସରେ ଜିଡିପି ୭.୫ ପ୍ରତିଶତ ଖସିଥିଲା । ତୃତୀୟ ତ୍ରୟ ମାସରେ ଏହି ହାର ୦.୪ ପ୍ରତିଶତ ରହିଥିଲା । ହେଲେ ଚତୁର୍ଥ ତ୍ରୟ ମାସରେ ଜିଡିପିରେ ୧.୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା ।

GDP କ'ଣ ?

କୌଣସି ଦେଶର ସୀମା ମଧ୍ୟରେ ଏକ ନିର୍ଦ୍ଧାରିତ ସମୟ ଭିତରେ ଉତ୍ପାଦିତ ହେଉଥିବା ସମସ୍ତ ବସ୍ତୁ ଏବଂ ସେବାର ମୋଟ ମୌଦ୍ରିକ ମୂଲ୍ୟ ବା ବଜାର ମୂଲ୍ୟକୁ GDP ବା ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହାଦ୍ବାରା ଯେକୌଣସି ରାଷ୍ଟ୍ରର ଅର୍ଥନୈତିକ ସ୍ଥିତି ଜଣାପଡିଥାଏ । ସାଧାରଣତଃ ଜିଡିପିର ବାର୍ଷିକ ଗଣନା କରାଯାଏ । ହେଲେ ଭାରତରେ ଏହା ତିନି ମାସକୁ ଥରେ ହୋଇଥାଏ । କିଛି ବର୍ଷ ହେଲା ଜିଡିପି ଗଣନାରେ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କିଂ ଏବଂ କମ୍ପ୍ୟୁଟର ଭଳି ଭିନ୍ନ ଭିନ୍ନ ସେବା କ୍ଷେତ୍ରଗୁଡିକୁ ସାମିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.