ETV Bharat / business

ସର୍ବକାଳୀନ ରେକର୍ଡରେ ବିଦେଶୀ ମୁଦ୍ରା ଭଣ୍ଡାର

ସର୍ବୋଚ୍ଚ ରେକର୍ଡରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଅକ୍ଟୋବର 1 ସୁଦ୍ଧା ଏହା 434.60 ଅରବ ଡଲାରକୁ ବୃଦ୍ଧି ପାଇଛି । ଶୁକ୍ରବାର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ପରେ ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ସ୍ପଷ୍ଟ କରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 5, 2019, 5:15 PM IST

ନୂଆଦିଲ୍ଲୀ: ସର୍ବୋଚ୍ଚ ରେକର୍ଡରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଅକ୍ଟୋବର 1 ସୁଦ୍ଧା ଏହା 434.60 ଅରବ ଡଲାରକୁ ବୃଦ୍ଧି ପାଇଛି । ଶୁକ୍ରବାର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ପରେ ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ସ୍ପଷ୍ଟ କରିଛନ୍ତି ।

ଅପ୍ରିଲରୁ ଅକ୍ଟୋବର ଭିତରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ 21.7 ଅବର ଡଲାର ବଢିଥିଲା । ସେହିପରି ସେପ୍ଟେମ୍ବର 27କୁ ସୁଦ୍ଧା ଏହା 5.02 ଅରବ ଡଲାରକୁ ବୃଦ୍ଧି ପାଇଥିଲା । ଏହି ଅଭିବୃଦ୍ଧି ପରେ ଏହାର ପରିମାଣ ମୋଟ 433.594 ଅରବ ଡଲାର ଥିଲା । ଗତ ସପ୍ତାହରେ ଏଥିରୁ 38.8 ଅରବ ଡଲାର କମି ଥିଲା । ଫଳରେ ଏହାର ପରିମାଣ 428.57 ଅରବ ଡଲାରକୁ ଖସିଛି ।

ବିଦେଶୀ ମୁଦ୍ରା ଭଣ୍ଡାର କଣ ?

ବିଦେଶୀ ମୁଦ୍ରା ଭଣ୍ଡାର ହେଉଛି, ଗୋଟିଏ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଗଚ୍ଛିତ ଅତିରିକ୍ତ ଧନରାଶି ବା ପରସମ୍ପତ୍ତି । ଯାହାକୁ ଅନ୍ତର୍ଜାତିୟ ବାଣିଜ୍ୟ କାରବାରରେ ନେଣଦେଣ ପାଇଁ ଖର୍ଚ୍ଚ କରାଯାଏ । ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବାଧିକ ଡଲାର ଓ ୟୁରୋ ସାମିଲ ରହିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.