ETV Bharat / business

କୋରୋନା ଝଡ: ଖସିବ ଘରୋଇ ଚାହିଦା, କମିବ ଅଭିବୃଦ୍ଧି ହାର - କମିବ ଜିଡିପି

କାଳ ସାଜିଥିବା କୋରୋନା ଭାଇରସ ପ୍ରଭାବରେ ଘରୋଇ ଚାହିଦା ଖସିଛି । ସେହିପରି ନିବେଶ ହାର ହ୍ରାସ ପାଇଛି । ଏହାକୁ ଦେଖିବାକୁ ଗଲେ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ ।

କୋରୋନା ଝଡ: ଖସିବ ଘରୋଇ ଚାହିଦା, କମିବ ଅଭିବୃଦ୍ଧି ହାର

author img

By

Published : Mar 30, 2020, 10:34 PM IST

ନୂଆଦିଲ୍ଲୀ: ଅର୍ଥନୀତି ଉପରେ କୋରୋନାର ସଙ୍କଟ ବୋଝକୁ ବୁଝି ଦେଶର ଅଭିବୃଦ୍ଧି ଅନୁମାନ କମାଇଲା କ୍ରେଡିଟ ରେଟିଂ ଏବଂ ଅନ୍ୟାନ୍ୟ ସେବା ଏଜେନ୍ସି ଫିଚ ସଲ୍ୟୁସନ । 2020-21 ଆର୍ଥିକ ବର୍ଷର ଜିଡିପି 4.6 ପ୍ରତିଶ ରହିବ ବୋଲି ଆକଳନ କରିଛି ଏଜେନ୍ସି ।

କାଳ ସାଜିଥିବା କୋରୋନା ଭାଇରସ ପ୍ରଭାବରେ ଘରୋଇ ଚାହିଦା ଖସିଛି । ସେହିରି ନିବେଶ ହାର ହ୍ରାସ ପାଇଛି । ଏସବୁକୁ ଦୃଷ୍ଟିରେ ରଖି ଏଜେନ୍ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ମଙ୍ଗଳବାର ଶେଷ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ 4.9 ପ୍ରତିଶତ ରହିବ ବୋଲି ଫିଚ କହିଛି । ଏଥିମଧ୍ୟରେ ଇଣ୍ଡିଆ ରେଟିଙ୍ଗ ଏଦେନ୍ସି ମଧ୍ୟ ଆସନ୍ତା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଅନୁମାନକୁ 3.6 ପ୍ରତିଶତକୁ କମାଇଛି ।

ପ୍ରକାଶ ଯେ, ପୂର୍ବରୁ ଫିଚର ଆକାଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଜିଡିପି 5.4 ପ୍ରତିଶତ ଥିଲା । ତେବେ ଫିଚ ସଲ୍ୟୁସନ କହିଛି ଯେ, ଗତ ସପ୍ତାହରେ ସରକାର ଘୋଷଣା କରିଥିବା 1.7 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ପରେ ବି ଆସନ୍ତା ମାସରେ ଘରୋଇ ଚାହିଦା ପ୍ରଭାବିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.