ETV Bharat / business

ଅର୍ଥନୀତିକୁ ଆଶ୍ବସ୍ତି, ଆସନ୍ତା ଆର୍ଥିକ ବର୍ଷ ଜିଡିପି 9.5 ପ୍ରତିଶତ ରହିପାରେ

author img

By

Published : Jun 10, 2020, 8:02 PM IST

କୋରୋନା ମହାମାରୀ ସଙ୍କଟ ପରେ ଜିଡିପି ବୃଦ୍ଧି ଦର ପୁଣି ଟ୍ରାକକୁ ଫେରିପାରେ । ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 9.5 ପ୍ରତିଶତରେ ପହଞ୍ଚିବା ଆଶା ରହିଛି ବୋଲି ଫିଚ ଅନୁମାନ କରିଛି । ଅଧିକ ପଢନ୍ତୁ..

indian economy
ଅର୍ଥନୀତିକୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥା ପାଇଁ ଆଶ୍ବସ୍ତିକର ଖବର । ରେଟିଂ ଏଜେନ୍ସି ଫିଚ କହିଛି କି ଆର୍ଥିକ ବର୍ଷ 2020-21ରେ ଭାରତର ବିକାଶ ଦର 9.5 ପ୍ରତିଶତ ରହିପାରେ । ଫିଚର ଏହି ଆନୁମାନିକ ରିପୋର୍ଟ ଅର୍ଥନୀତିକୁ ରିଲିଫ ଦେଇଛି ।

ତେବେ ଚଳିତ ଆର୍ଥିକ ବର୍ଷ କୋଭିଡ-19 ପ୍ରଭାବରେ ଭାରତୀୟ ଅର୍ଥବ୍ୟବସ୍ଥା 5 ପ୍ରତିଶତକୁ ସଙ୍କୁଚିତ ହେବା ନେଇ ଫିଚ ପୂର୍ବାନୁମାନ କରିଛି । ଫିଚ ବ୍ୟତିତ ବହୁ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମଧ୍ୟ ଦେଶର ଅଭିବୃଦ୍ଧି ହାର ନେଗେଟିଭ ରହିବା ନେଇ ଆକଳନ କରିଛନ୍ତି ।

ବୁଧବାର ଫିଚ ପକ୍ଷରୁ ଜାରିୁ ଏକ ରିପୋର୍ଟରେ ଦର୍ଶାଯାଇଛି କି, କୋରୋନା ସଙ୍କଟ ପୂର୍ବରୁ ଅର୍ଥବ୍ୟବସ୍ଥା ମନ୍ଥର ରହିଥିଲା । ଆଉ ଏବେ ଏହାର ପ୍ରଭାବରେ ଅର୍ଥବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ସେପଟେ ସରକାରଙ୍କ ଉପରେ ଭାରୀ ଋଣ ଭାର ମଧ୍ୟ ଅର୍ଥନୀତି ବୃଦ୍ଧି ବାଟରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.