ETV Bharat / business

ଫିଚ୍ ଆକଳନ, ଏ ବର୍ଷ ୮.୭% ହେବ ଅଭିବୃଦ୍ଧି

author img

By

Published : Nov 17, 2021, 9:59 AM IST

2021-22 ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୮.୭ ପ୍ରତିଶତ ହେବା ନେଇ ଆକଳନ କଲା ଫିଚ୍ । ଅଧିକ ପଢନ୍ତୁ...

ଏ ବର୍ଷ ୮.୭% ରହିବ ଅଭିବୃଦ୍ଧି: ଫିଚ୍
ଏ ବର୍ଷ ୮.୭% ରହିବ ଅଭିବୃଦ୍ଧି: ଫିଚ୍

ନୂଆଦିଲ୍ଲୀ: 2021-22 ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮.୭ ପ୍ରତିଶତ ହେବ । କୋରୋନା ଦ୍ବିତୀୟ ଲହର ପରେ ଭାରତର ଅର୍ଥନୀତିରେ ସୁଧାର ଆସିଛି । ଆର୍ଥିକ କ୍ଷେତ୍ରରେ ଚାପ କମିଛି । ତେଣୁ ଚଳିତ ଆର୍ଥିକ ବର୍ଷରେ ଭାରତର ୮.୭ ପ୍ରତିଶତ ଅଭିବୃଦ୍ଧି ହେବା ନେଇ ଆକଳନ କରିଛି ରେଟିଂ ଏଜେନ୍ସି ଫିଚ୍ । ଏଥିସହ ଫିଚ୍ ରେଟିଂ ମଙ୍ଗଳବାର ଭାରତର ସଭରେନ ରେଟିଂକୁ ନେଗେଟିଭ ଆଉଟଲୁକ ସହ BBBରେ ଅପରିବର୍ତ୍ତିତ ରଖିଛି ।

ଫିଚ୍ କହିଛି କି, ବର୍ତ୍ତମାନ ସମୟରେ ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାର ମଧ୍ୟମ-ଟର୍ମ (medium-term) ଅଭିବୃଦ୍ଧି ଆଉଟଲୁକ୍ କ୍ଷେତ୍ରରେ ଆଶଙ୍କାକୁ କମ୍ କରିଛି । ଯେହେତୁ ନେଗେଟିଭ ଆଉଟଲୁକ୍ ମଧ୍ୟମ ଟର୍ମ ଋଣ କ୍ଷେତ୍ରରେ ଅନିଶ୍ଚିତତାକୁ ପ୍ରତିଫଳିତ କରିଥାଏ । ତେଣୁ ମଧ୍ୟମ ଟର୍ମର ଋଣ କ୍ଷେତ୍ରରେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସେ ରେଟିଂକୁ ନେଗେଭିଟ ଆଉଟଲୁକ ପ୍ରଦାନ କରିଛି ।

ଉଲ୍ଲେଖଯୋଗ୍ୟ, ଗତ ମାସରେ Moody's Investors Service ଭାରତର ରେଟିଂ ଆଉଟଲୁକକୁ ନେଗେଟିଭରୁ ସ୍ଥିର(stable) କୁ ପରିବର୍ତ୍ତିତ କରିଥିଲା ଏବଂ ଏହାକୁ Baa3ରେ ରଖିଥିଲା ।

୨୦୨୨ ମାର୍ଚ୍ଚରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତର ଜିଡିପି ହାର ୮.୭ ପ୍ରତିଶତକୁ ବୃଦ୍ଧି ପାଇବ । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୧୦ ପ୍ରତିଶତ ହେବା ନେଇ ଫିଚ୍ ଆକଳନ କରିଛି । ଏଥିସହ ଗତିଶୀଳତା ସଙ୍କେତ ମହାମାରୀ ପୂର୍ବ ସ୍ତରକୁ ଅର୍ଥନୀତି ଫେରୁଥିବାି ସୂଚାଉ ଥିବାବେଳେ ଉଚ୍ଚ ଫ୍ରିକ୍ୟୁଏନ୍ସି ଉତ୍ପାଦନ କ୍ଷେତ୍ରରେ ମଜବୁତକୁ ସୂଚାଉଥିବା ସେ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.