ETV Bharat / business

7 ବର୍ଷର ସର୍ବୋଚ୍ଚ ସ୍ତରରେ ରାଜକୋଷୀୟ ଘାଟା

author img

By

Published : May 30, 2020, 6:29 PM IST

ଅନୁମାନ ଠାରୁ ବଢିଛି ରାଜକୋଷୀୟ ଘାଟା । ସରକାରଙ୍କ ଆୟ ହ୍ରାସ ହୋଇଥିବାରୁ ଗତ ଆର୍ଥିକ ବର୍ଷରେ ରାଜକୋଷୀ ଘାଟା 7 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

Fiscal deficit
7 ବର୍ଷର ସର୍ବୋଚ୍ଚ ସ୍ତରରେ ରାଜକୋଷୀୟ ଘାଟା

ନୂଆଦିଲ୍ଲୀ: ହ୍ରାସ ପାଇଛି ସରକାରଙ୍କ ଆୟ । ବଜେଟ ଅନୁମାନ ଠାରୁ ବହୁତ ଅଧିକ ବଢିଛି ରାଜକୋଷୀୟ ଘାାଟା । 2019-20 ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ର 4.6 ପ୍ରତିଶତ ରହିଛି ଘାଟା । ଯାହାକି 7 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଫେବୃଆରୀରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ 2019-20 ରାଜକୋଷୀୟ ଘାଟା 3.8 ପ୍ରତିଶତ ରହିବ ବୋଲି ସଂଶୋଧିତ ଅନୁମାନ ଦର୍ଶାଇଥିଲେ । ହେଲେ ରାଜସ୍ବ ସଂଗ୍ରହ କମ ଯୋଗୁଁ ରାଜକୋଷୀୟ ଘାଟା ବଢିଛି । ଏହା ପୂର୍ବରୁ 2012-13ରେ ରାଜକୋଷୀୟ ଘାଟା 4.9 ପ୍ରତିଶତ ଥିଲା ।

ମହାଲେଖା ନିୟନ୍ତ୍ରକ (CGA) ତଥ୍ୟ ଅନୁସାରେ ଆର୍ଥିକ ବର୍ଷ 2019-20 ପାଇଁ ରାଜକୋଷୀୟ ଘାଟା 4.59 ପ୍ରତିଶତ ରହିଛି । ଯାହାକି ସରକାରଙ୍କ ଅନୁମାନ ଠାରୁ ବହୁ ଅଧିକ । ମୂଳ ରୂପରେ ବଜେଟରେ ଏହାର 3.3. ପ୍ରତିଶତ ରହିବା ଅନୁମାନ ପ୍ରକାଶ ପାଇଥିଲା ।

ରିପୋର୍ଟ ଅନୁସାରେ ରାଜସ୍ବ ଘାଟା ବୃଦ୍ଧି ପାଇ 2019-20ରେ ଜିଡିପିର 3.7 ପ୍ରତିଶତ ରହିଛି । ଯାହା 2.4 ପ୍ରତିଶତ ସଂଶୋଧି ଅନୁମାନ ଠାରୁ ବହୁ ଅଧିକ ରହିଛି । ବଜେଟରେ ଏହାର 2.3 ପ୍ରତିଶତ ରହିବା ଅନୁମାନ ରଖାଯାଇଛି ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଫଳରେ ଗତ ଆର୍ଥିକ ବର୍ଷର ଶେଷରେ ରାଜସ୍ବ ସଂଗ୍ରହ ପ୍ରଭାବିତ ହୋଇଛି । ମୋଟ ମିଶାଇଲେ ସରକାରଙ୍କ ପ୍ରାପ୍ତି 17.5 ଲକ୍ଷ କୋଟି ଟଙ୍କା ରହିଛି । ହେଲେ ବ୍ୟୟ 26.86 ଲକ୍ଷ କୋଟି ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.