ETV Bharat / business

ଚାହିଦା ହ୍ରାସ, 40 ପ୍ରତିଶତ କମିଲା ଖାଇବା ତେଲ ଆମଦାନୀ

author img

By

Published : Jun 4, 2020, 8:25 PM IST

କୋରୋନା କଟକଣା ଓ ଲକଡାଉନ ଯୋଗୁଁ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିଛି । ଯେଉଁଥିପାଇଁ ଖାଇବା ତେଲ ଚାହିଦା ମଧ୍ୟ ହ୍ରାସ ପାଇବା ସହ କମିଛି ଆମଦାନୀ । ଅଧିକ ପଢନ୍ତୁ..

Edible oil imports down 40% in May due to Corona
ଚାହିଦା ହ୍ରାସ , 40 ପ୍ରତିଶତ କମିଲା ଖାଇବା ତେଲ ଆମଦାନୀ

ମୁମ୍ବାଇ: ଗତ ବର୍ଷ ତୁଳନାରେ ଏବର୍ଷ ମେ ମାସରେ ଭାରତ 40 ପ୍ରତିଶତ କମ ଖାଦ୍ୟ ତେଲର ଆମଦାନୀ କରିଛି । ଯାହାକି 2011 ମସିହା ଠାରୁ ସର୍ବନିମ୍ନ । ଖାଦ୍ୟ ତେଲ ଉଦ୍ୟୋଗ ସଙ୍ଗଠନ SEA(Solvent Extractors Association of India) ପକ୍ଷରୁ ଗୁରୁବାର ଏ ନେଇ ପ୍ରକାଶ କରାଯାଇଛି ।

ଉଦ୍ୟୋଗ ସଙ୍ଗଠନ ମୁତାବକ, କୋରୋନା କଟକଣା ଓ ଲକଡାଉନ ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଛି । ଯେଉଁଥିପାଇଁ ଖାଇବା ତେଲ ଚାହିଦା ମଧ୍ୟ ହ୍ରାସ ପାଇଛି । ଫଳରେ ଆମଦାନୀ ମଧ୍ୟ କମିଛି ।

SEA ତଥ୍ୟ ଅନୁସାରେ ଏ ବର୍ଷ ମେ ମାସରେ ଭାରତ 707478 ଟନ ଖାଦ୍ୟ ତେଲର ଆମଦାନୀ କରିଛି । ଯେତେବେଳେ କି ଗତ ବର୍ଷ ମେ ମାସରେ ଖାଦ୍ୟ ତେଲ ଆମଦାନୀ 1180786 ଟନ ହୋଇଥିଲା । ଏଭଳି ଭାବେ ଖାଦ୍ୟ ତେଲ ଆମଦାନୀରେ ମଧ୍ୟ ଗତ ବର୍ଷ ତୁଳନାରେ ମେ ମାସରେ 40 ପ୍ରତିଶତ ହ୍ରାସ ଦେଖିବାକୁ ମିଳଇଛି ।

SEA କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ବିଭି ମେହେଟ୍ଟା ଏକ ବିବୃତ୍ତିରେ କହିଛନ୍ତି ଯେ, ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ ବନ୍ଦ ହେବା ସହ ଚାହିଦା କମିଛି ଏବଂ ଏପ୍ରିଲ ଓ ମେ ମାସରେ ଖାଇବା ତେଲ ଆମଦାନୀ ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.