ETV Bharat / business

ଅର୍ଥନୈତିକ ସର୍ଭେ: 2022 ଆର୍ଥକ ବର୍ଷରେ 11.5% ରହିବ ଜିଡିପି

ଅର୍ଥନୈତିକ ସର୍ଭେ : 2022 ଆର୍ଥକ ବର୍ଷରେ 11.5% ରହିବ ଜିଡିପି

author img

By

Published : Jan 29, 2021, 2:51 PM IST

Updated : Jan 29, 2021, 3:44 PM IST

14:43 January 29

ସଂସଦରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି 2020-21 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ସର୍ଭେ ଅନୁସାରେ ଆର୍ଥିକ ବର୍ଷ 2020-21 ମଧ୍ୟରେ ଅଭିବୃଦ୍ଧି ଦର -7.7% ରହିବା ସମ୍ଭାବନା ରହିଛି ।

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଅର୍ଥନୈତିକ ସର୍ଭେ 2020-21 ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୋରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି । ସର୍ଭେରେ କୁହାଯାଇଛି କି ଚଳିକ ଆର୍ଥିକ ବର୍ଷ 2020-21 ରେ ଜିଡିପି -7.7% ଅର୍ଥାତ ଏଥିରେ 7.7 ପ୍ରତିଶତ ହ୍ରାସ ଆସିପାରେ ।  କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ତଥ୍ୟ ଉପରେ ଏହା ଆଧାରିତ ।  

ଯେତେବେଳ କି  ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ଅନୁମାନ ଆଧାରରେ 2021-22 ରେ ବାସ୍ତବିକ ବିକାଶ ଦର  11.5% ପ୍ରତିଶତ ରହିପାରେ ବୋଲି କୁହାଯାଇଛି ।  ଆସନ୍ତା ଆର୍ଥିକ ବର୍ଷ (ଏପ୍ରିଲ 2021- ମାର୍ଚ୍ଚ 2022) ଭି-ଆକାରର ରିକୋଭରି ହେବା ନେଇ ଆଶା ରହିଛି । କୋରୋନା ମହାମାରୀ ଯୋଗୁଁ ଲାଗୁ ଲକଡାଉନ ଓ ସଟଡାଉନ କାରଣରୁ ଅର୍ଥବ୍ୟବସ୍ଥା ଗଭୀର ଭାବେ ହ୍ରାସ ହୋଇଛି । ତମାମ ରେଟିଂ ଏଜେନ୍ସି ଅନୁମାନ କରିଥିଲେ କି ଏ ବର୍ଷ ଜିଡିପିରେ 10 ପ୍ରତିଶତ ପାଖାପାଖି ହ୍ରାସ ଦେଖାଦେଇପାରେ । ଏ ବର୍ଷର ପ୍ରଥମ ତ୍ରୟମାସରେ 23.9% ପ୍ରତିଶତ ଜିଡିପି କମିଥିଲା ବେଳେ 7.5 ପ୍ରତିଶତକୁ ସଙ୍କୁଚିତ ହୋଇଛି ।  

ସଂସଦରେ ବଜେଟ ଅଧିବେଶନ ଆରମ୍ଭ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ସହ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଉଭୟ ଗୃହରେ ମିଳିତ ବୈଠକକୁ ସମ୍ବୋଧିତ କରି ସରକାରଙ୍କ ସଫଳତା ଓ ଯୋଜନାର ଉଲ୍ଲେଖ କରିଛନ୍ତି । ତେବେ ଏହି ସର୍ଭେରେ କୁହାଯାଇଛି କି  ସଙ୍କଟକୁ ଦୃଷ୍ଟିରେ ରଖି ସରକାର ନିଜର ଖର୍ଚ୍ଚକୁ ବଢାଇବେ ।  

ସାଧାରଣ ତ ସାଧାରଣ ବଜେଟ ଆଗତ ପୂର୍ବ କାର୍ଯ୍ୟଦିବସରେ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥାଏ । ଏଥିରେ ଦେଶର ଅର୍ଥବ୍ୟବସ୍ଥା ସ୍ବାସ୍ଥ୍ୟର ପୂରା ହିସାବ ନିକାଶ ରହିଥାଏ । ଏଥର  ଜାନୁଆରୀ 31 ରବିବାର ହେବା କାରଣରୁ ଆର୍ଥିକ ସର୍ଭେ ରିପୋର୍ଟ ଜାନୁଆରୀ 29 ରେ ସଂସଦରେ ଉପସ୍ଥାପନ ହୋଇଛି ।  

ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ସହ ଅର୍ଥ ଓ ଆର୍ଥିକ ବ୍ୟାପରର ସୂଚନା ରଖୁଥିବା ଟିମ ଆର୍ଥିକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଅଛନ୍ତି । ଆର୍ଥିକ ସର୍ଭେ ଜରିଆରେ ଅର୍ଥବ୍ୟବସ୍ଥାର ସମ୍ଭାବନା ବିଶ୍ଲେଷଣ କରାଯାଇଥାଏ । ସରକାର ବଜେଟର କେଉଁ ସବୁ ଦିଗ ଉପରେ ଫୋକସ କରିପାରନ୍ତି , ସରକାରଙ୍କ ଯୋଜନାର ଆଗାମୀ ପଦକ୍ଷେପ କଣ କରିବ , ବର୍ଷର ବିକାଶ ଦର କଣ ଟ୍ରେଣ୍ଡ କରିଛି, କେଉଁ କ୍ଷେତ୍ରରେ କେତେ ନିବେଶ-ବିକାଶ ହେଲା , ସେହି ଭଳି ଦିଗ ଉପରେ ଏହି ସର୍ଭେର ସୂଚନା ଦିଆଯାଇଥାଏ ।  

ଅର୍ଥନୈତିକ ସର୍ଭେରେ  ଚଳିତ ଆର୍ଥିକ ବର୍ଷର ହିସାବ-ନିକାଶ ହୋଇଥାଏ ।  ବଜେଟ ଅଧିବେଶର 2ଟି ପର୍ଯ୍ୟାୟ ରହିଥାଏ । ପ୍ରଥମ ପର୍ଯ୍ୟାୟ  ଆଜିଠୁ ଆରମ୍ଭ ହୋଇ ଫେବୃଆରୀ 15 ଯାଏଁ ଚାଲିବ । ଯେତେବେଳେ କି ଦ୍ବିତୀୟ ଅଧିବେଶନ ମାର୍ଚ୍ଚ 8 ରୁ ଏପ୍ରିଲ 8 ଯାଏଁ ଚାଲିବ । 

Last Updated : Jan 29, 2021, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.