ETV Bharat / business

ବିଶ୍ୱ ବାଣିଜ୍ୟ ସମ୍ପର୍କ ଓ ଯୋଗାଣ ଶୃଙ୍ଖଳା ପରିବର୍ତ୍ତନ ଆଣିବ କୋଭିଡ-19

ମୁଡିସ କହିଛି କି , ମହାମାରୀ ଯୋଗୁଁ ବ୍ୟାପର, ନିବେଶ ଏବଂ ଟେକ୍ନୋଲୋଜି ସ୍ଥାନାନ୍ତର ଉପରେ ପ୍ରତିବନ୍ଧକ ଯୋଗୁଁ ବୈଶ୍ବିକ ଅର୍ଥନୀତିରେ ସଂରକ୍ଷଣବାଦ ବୃଦ୍ଧି ହେବ । ଏଥିସହ ଏହାର ବିସ୍ତାର ଗତି ତୀବ୍ର ହେବ । ଅଧିକ ପଢନ୍ତୁ..

author img

By

Published : Aug 12, 2020, 2:40 PM IST

ବିଶ୍ୱ ବାଣିଜ୍ୟ ସମ୍ପର୍କ ଓ ଯୋଗାଣ ଶୃଙ୍ଖଳା ପରିବର୍ତ୍ତନ ଆଣିବ କୋଭିଡ-19
ବିଶ୍ୱ ବାଣିଜ୍ୟ ସମ୍ପର୍କ ଓ ଯୋଗାଣ ଶୃଙ୍ଖଳା ପରିବର୍ତ୍ତନ ଆଣିବ କୋଭିଡ-19

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ବ୍ୟବସାୟିକ ସମ୍ପର୍କ ଏବଂ ବିଶ୍ବ ଯୋଗାଣ ଶୃଙ୍ଖଳାରେ ମୌଳିକ ପରିବର୍ତ୍ତନ ଗତି ଜୋର ଧରିବ । ମୁଡିସ ଇନଭେଷ୍ଟର୍ସ ସର୍ଭିସ ଏ ନେଇ ମତ ରଖିଛି ।

ମୁଡିସ କହିଛି କି , ମହାମାରୀ ଯୋଗୁଁ ବ୍ୟାପର, ନିବେଶ ଏବଂ ଟେକ୍ନୋଲୋଜି ସ୍ଥାନାନ୍ତର ଉପରେ ପ୍ରତିବନ୍ଧକ ଯୋଗୁଁ ବୈଶ୍ବିକ ଅର୍ଥନୀତିରେ ସଂରକ୍ଷଣବାଦ ବୃଦ୍ଧି ହେବ । ଏଥିସହ ଏହାର ବିସ୍ତାର ଗତି ତୀବ୍ର ହେବ ।

ମହାମାରୀ କାରଣରୁ ବିଶ୍ବ ସ୍ତରରେ ବ୍ୟାପର ସମ୍ବନ୍ଧ ତଥା ଯୋଗାଣ ଶୃଙ୍ଖଳାରେ କିଛି ପରିବର୍ତ୍ତନ ଆସିବ । ଯାହା ଫଳରେ ଜଗତୀକରଣ ବିରୋଧରେ ଆଭିମୁଖ୍ୟ ଆହୁରୀ ଦୃଢ ହେବ । ତେବେ ବୈଶ୍ବିକ ଯୋଗାଣ ଶୃଙ୍ଖଳାରେ ଏହି ପରିବର୍ତ୍ତନ କିଛି ବର୍ଷ ଧରି ଚାଲିବ । କାରଣ ଅନ୍ୟ ଅର୍ଥବ୍ୟବସ୍ଥା ତୁଳନାରେ ଚୀନ ବିଭିନ୍ନ ମାମଲାରେ ପ୍ରଫିଟ ସ୍ଥିତିରେ ରହିବ ।

ତେବେ ଚୀନ ବ୍ୟତିତ କିଛି ଏସିଆ ବଜାର ମଧ୍ୟ ଯୋଗାଣ ଶୃଙ୍ଖଳା ପରିବର୍ତ୍ତନର ଲାଭ ପାଇବ । ବିଶେଷକରି କମ୍ପାନୀଗୁଡିକ ସେମାନଙ୍କର ଯୋଗାଣ ଉତ୍ସକୁ ବିବିଧ କରିବେ । ରିପୋର୍ଟରେ କୁହାଯାଇଛି ଯେ ଚୀନ ବ୍ୟତୀତ ଏସିଆ ଦେଶଗୁଡିକ ଏହି ବିବିଧକରଣରୁ ଉପକୃତ ହେବେ । ଯଦି ଏହି ଦେଶଗୁଡିକର ଅର୍ଥନୈତିକ ଭିତ୍ତିଭୂମି ମଜବୁତ ଅଛି, ସରଞ୍ଚନା ନିର୍ଭରଯୋଗ୍ୟ , ପର୍ଯ୍ୟାପ୍ତ ଶ୍ରମ ପୁଞ୍ଜି ଅଛି ଏବଂ ଭୁ-ରାଜନୈତିକ ଓ ଯୋଗାଣ ନିରାପତ୍ତା ବିପଦ କମ ଥିବ ତେବେ ସେମାନେ ଲାଭବାନ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.