ETV Bharat / business

କୋରୋନା ସଙ୍କଟ: ବେହାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ବଢିବ ଏନପିଏ ଭାର

author img

By

Published : Apr 7, 2020, 1:23 AM IST

କୋରୋନା ସଙ୍କଟ ଯୋଗୁଁ ବେହାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା । ଏଥିଯୋଗୁଁ ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ଭାର ବଢିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

COVID-19 impact
କୋରୋନା ସଙ୍କଟ: ବେହାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ବଢିବ ଏନପିଏ ଭାର

ମୁମ୍ବାଇ. କୋରୋନା ସଙ୍କଟ ଯୋଗୁଁ ବେହାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା । କାରବାର ନଥିବାରୁ ବିଳମ୍ବ ହେଉଛି ଗ୍ରାହକଙ୍କ ଟଙ୍କା ପରିଶୋଧ । ଏଥିଯୋଗୁଁ ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ଭାର ବଢିବା ଆଶଙ୍କା କରାଯାଉଛି ।

କୋରୋନା ଭାଇରସ ପ୍ରକୋପ ଯୋଗୁଁ ଭାରତୀୟ ବ୍ୟାଙ୍କର ଏନପିଏ ଅନୁପାତ ଏ ବର୍ଷ 1.9 ପ୍ରତିଶତ ବଢିପାରେ । କ୍ରେଡିଟ କଷ୍ଟରେ 1.30 ପ୍ରତିଶତ ବୃଦ୍ଧି ହୋପାରେ । ଏସଏଣ୍ଡପି ଗ୍ଲୋବାଲ ରେଟିଙ୍ଗର ଏସିଆ -ପେସେଫିକ ରିପୋର୍ଟରେ କୁହାଯାଇଛି ଯେ, ଏହି କ୍ଷେତ୍ରର ବ୍ୟାଙ୍କ କ୍ରେଡିଟ କଷ୍ଟରେ 300 ଅରବ ଡଲାର(22.50 ଲକ୍ଷ କୋଟି ଟଙ୍କା)ର ବୃଦ୍ଧି କରିପାରିବ । ଏହି ରିପୋର୍ଟରେ କୁହାଯାଇଛି ଯେ, ଚୀନର ବ୍ୟାଙ୍କ ଗୁଡିକ ଏନପିଏକୁ 2 ପ୍ରତିଶତ ଓ କ୍ରେଡିଟ କ୍ଷତି 1 ପ୍ରତିଶତ ବୃଦ୍ଧି ନେଇ ଆଶଙ୍କା ରହିଛି ।

ରେଟିଂ ଏଜେନ୍ସିର କ୍ରେଡିଟ୍ ଆନାଲିଷ୍ଟ ଗାଭିନ୍ ଗୁନିଙ୍ଗ କହିଛନ୍ତି ଯେ, ଆଗାମୀ ଦିନରେ କରୋନାଭାଇରସ ଅଧିକ ଦ୍ରୁତ ଗତିରେ ବିସ୍ତାର ହେବ। ଏହାର ପ୍ରଭାବ ଲମ୍ବା ହେବ । ଏହି କାରଣରୁ ଅର୍ଥନୈତିକ ସଙ୍କଟ ଆହୁରି ବୃଦ୍ଧି ପାଇବ । ଏଭଳି ପରିସ୍ଥିତିରେ ବ୍ୟାଙ୍କର କ୍ରେଡିଟ ଉପରେ ପ୍ରଭାବ ପଡିବ । ଦେଖିବାକୁ ଗଲେ ଚଳିତ ବର୍ଷ ଏସିଆ ପେସିଫିକ ବ୍ୟାଙ୍କର ଏନପିଏ 600 ଅରବ ଡଲାର ବୃଦ୍ଧି ପାଇବ ।

ରିପୋର୍ଟ ମୁତାବକ, କୋରୋନା ଭାଇରସ କାରଣରୁ ଆର୍ଥିକ ସମସ୍ୟା ବଢିବ । ଏଥିମଧ୍ୟରେ ବ୍ୟାଙ୍କିଙ୍ଗ ସେକ୍ଟର ରେଟିଙ୍ଗ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହେବ । ବ୍ୟାଙ୍କର ଆସେଟ କ୍ବ୍ୟାଲିଟି ସରକାର ଓ ରେଗ୍ୟୁଲେଟର୍ସଙ୍କ ନିଷ୍ପତ୍ତିର ପ୍ରଭାବ ଉରେ ନିର୍ଭର କରିବ । ଏସିଆ ସ୍ପେସିଫିକ ଦେଶର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ କୋରୋନା ଭାଇରସରେ ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ପାଇଁ ରଣନୀତି ପ୍ରସ୍ତୁତ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.