ETV Bharat / business

କୋରୋନା: ସଙ୍କଟ ଅର୍ଥନୈତିକ ଟ୍ରାକକୁ ଆଣିବାକୁ ଆରବିଆଇର ରଣନୀତି

author img

By

Published : Mar 27, 2020, 5:38 PM IST

କୋରୋନା ସହ ମୁକାବିଲା ପାଇଁ ଆରବିଆଇର ବଡ ଘୋଷଣା । ମୁଦ୍ରାନୀତି ବୈଠକ ପୂର୍ବରୁ ହ୍ରାସ କଲା ରେପୋରେଟ ଦର । ଏହା ପୂର୍ବରୁ ମଧ୍ୟ ଟଳମଳ ଅର୍ଥନୀତିକୁ ସ୍ଥିର ରଖିବାକୁ ଆରବିଆଇ ବହୁ ପଦକ୍ଷେପ ନେଇଛି ।

covid 19 crisis obviates prolonged easy money policy
କୋରୋନା : ସଙ୍କଟ ଅର୍ଥନୀତିକ ଟ୍ରାକକୁ ଆଣିବାକୁ ଆରବିଆଇର ରଣନୀତି

ନୂଆଦିଲ୍ଲୀ: ତୀବ୍ର ବେଗରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଏଥିଯୋଗୁଁ ଭାରତର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏବେ ସୁଦ୍ଧା ଦେଶରେ 500ରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ଆକ୍ରାନ୍ତ ହେଲେଣି । ଏଥିରୁ ମୁକୁଳିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଦେଲେଣି । ଫଳରେ ଚକ -ଅଖ, ଦୋକାନ ବଜାର ସବୁ ବନ୍ଦ । କାରବାର ଠପ ହୋଇପଡିଛି । ଏପରି ସ୍ଥିତିରେ ଅର୍ଥନୀତି ଧ୍ବସ୍ତବିଧ୍ବସ୍ତ ହୋଇପଡିଛି । ଆଉ ଏହି ସମସ୍ୟାର ସମାଧାନ ପାଇଁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଭିଡିଛି ଅଣ୍ଟା ।

ଏପଟେ ବଜାରରେ କୋରୋନା ଭାଇରସର ଆତଙ୍କରେ ଭାରତୀୟ ପୁଞ୍ଜି ବଜାର ଭୁଷୁଡିପଡିଛି । ଫଳରେ ଚଳିତ ମାସରେ 2-2 ଥର ଲୋୟର ସର୍କିଟ ହିଟ କରିଥିଲା । ଏଥିଯୋଗୁଁ ମାର୍ଚ୍ଚ 23ରେ ନିବେଶକଙ୍କୁ ଲକ୍ଷାଧିକ କୋଟି ଟଙ୍କା ହରାଇବାକୁ ପଡିଥିଲା ।

ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ନଜରରେ ରଖି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ବିଶ୍ବ କେନ୍ଦ୍ରୀୟ ବ୍ୟାଙ୍କ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଇଉପଯୁକ୍ତ ପଦକ୍ଷେପ ସହିତ ଆର୍ଥିକ ବଜାରର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବାରେ ସକ୍ରିୟ ଅଛନ୍ତି ।

ଗୋଟିଏ ପଟେ ରିଜର୍ଭ ବ୍ୟାଙ୍କ ବଜାରରେ ଲିକ୍ୟୁଡିଟି ସ୍ଥିର ରଖିବାକୁ ପ୍ରୟାସ କରୁଛି । ଅନ୍ୟପଟେ ସେବି ସେୟାର ବଜାରରେ ଅସ୍ଥିରତାକୁ କମ କରିବା ପାଇଁ ମାର୍ଜିନ 40 ପ୍ରତିଶତ ପର୍ଯ୍ୟନ୍ତ ବଢାଇ ସ୍ବଳ୍ପ ବିକ୍ରିକୁ ଦୁର୍ବଳ କରିଦେଇଛି ।

ଆରବିଆଇ ଭାଇରସ ସହ ଲଢିବାକୁ ରଣନୀତି କରିଛି । ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ଏବଂ କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଜରୁରୀକାଳୀନ ସ୍ତରରେ ଏକ ଯୁଦ୍ଧ କକ୍ଷ ପ୍ରସ୍ତୁତ କରିଛି।

ଏହି କକ୍ଷରେ ରିଜର୍ଭ ବ୍ୟାଙ୍କର 90 ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଜଣେ ଅଧିକାରୀଙ୍କ କହିବାନୁସାରେ, ରିଜର୍ଭ ବ୍ୟାଙ୍କ କଣ୍ଟିଜେନ୍ସି ଆକ୍ସନ୍ ପ୍ଲାନ୍ (ବିସିପି) ଅଧୀନରେ ଏହି କୋଠରୀ ପ୍ରସ୍ତୁତ କରିଛି। ଏହା ମାର୍ଚ୍ଚ 19 ଠାରୁ କାର୍ଯ୍ୟ କରୁଛି। ଏହା 24 ଘଣ୍ଟା ସକ୍ରିୟ ଅଛି |

ବଜାରରେ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ବଣ୍ଡ କ୍ରୟ ଏବଂ ବିକ୍ରୟ (ମୁକ୍ତ ବଜାର କାର୍ଯ୍ୟକଳାପ- OMO) ମାଧ୍ୟମରେ ଆସନ୍ତା ସପ୍ତାହରେ 30,000 କୋଟି ଟଙ୍କା ନଗଦକୁ ବଜାରରେ ପ୍ରବେଶ କରିବ।

କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, ମୁକ୍ତ ବଜାରର ଗତିବିଧି ମାଧ୍ୟମରେ ସରକାରୀ ସିକ୍ୟୁରିଟି କ୍ରୟ ଏବଂ ବିକ୍ରୟ ନେଇ ଆରବିଆଇ ବ୍ୟବସ୍ଥା କରିବ । ଏହା 30 ,000 କୋଟି ଟଙ୍କାର 2 କିସ୍ତିରେ କ୍ରୟ ହେବ । ଚଳିତ ମାସରେ ଏହି କ୍ରୟ 15,000-15,000 ଟଙ୍କା ହେବ। ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ସିଷ୍ଟମରେ 1 ଲକ୍ଷ କୋଟି ଟଙ୍କା ଯୋଡିବ। ଟର୍ମ ରେପୋ ନିଲାମ ଜରିଆରେ ଆରବିଆଇ ଦ୍ୱାରା ଏହି ପରିମାଣ ଉପଲବ୍ଧ ହେବ ଏବଂ ଭବିଷ୍ୟତରେ ଯଦି ଅଧିକ ଆବଶ୍ୟକ ହୁଏ, ତେବେ ଅଧିକ ପଦକ୍ଷେପ ନିଆଯାଇପାରେ । ଏଥିମଧ୍ୟରୁ 50 ହଜାର କୋଟି ଟଙ୍କାର ପ୍ରଥମ ଲଟ୍ ସୋମବାର ଜାରି କରାଯାଇଛି । ଆରବିଆଇ କହିଛି ଯେ, ଏହି ଯୋଜନାର ଆଗାମୀ 50 ହଜାର କୋଟି ନଗଦ ମଧ୍ୟ ଜାରି କରାଯାଇଛି ।

ଆଗାମୀ ସହାୟକ ପଦକ୍ଷେପ

ଏପ୍ରିଲ 3ରେ ହେବାକୁ ଥିବା ଆରବିଆଇର ମୌଦ୍ରିକ ସମୀକ୍ଷା ନୀତିରେ ଆରବିଆଇ ଉଦୌଗ ଓ ବଜାର ଆବଶ୍ୟକତା ଆଧାରରେ ରେପୋରେଟ ଦର ହ୍ରାସ କରିପାରେ । ପ୍ରକାଶ ଯେ, ବହୁ ବୈଶ୍ବିକ କେନ୍ଦ୍ରୀୟ ବ୍ୟାଙ୍କ କୋରୋନା ମାହାମାରୀ ମଧ୍ୟରେ ଉଦୌଗ ଜଗତକୁ ଆଶ୍ବସ୍ତି ଦେବା ପାଇଁ ସୁଧ ହାର କମାଇଛନ୍ତି । ଏଥିପାଇଁ ଆରବିଆଇ ମଧ୍ୟ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ରେପୋରେଟ ଦରକୁ 75 ବେସିସ ପଏଣ୍ଟ ହ୍ରାସ କରିଛି । ଏଥିସହ ଗ୍ରାହକଙ୍କୁ 3 ମାସର ଇଏମଆଇ ଭରିବା ଚିନ୍ତାର ଆଶ୍ବସ୍ତ କରିଛି ।

ଦେଶର ଖୁଚୁରା ମୁଦ୍ରାସ୍ପୀତି ଫେବୃଆରୀରରେ 6.58 ପ୍ରତିଶତ ଥିଲା । ଯାହା ଏହା ପୂର୍ବରୁ ଅର୍ଥାତ 2020 ଜାନୁଆରୀରେ 7.59 ପ୍ରତିଶତ ଥିଲା ।

ସେହିଭଳି, ଗତ ଅଧିବେଶନରେ ଭଲ ମୌସୁମି ହେତୁ କୃଷି କ୍ଷେତ୍ରର ଉଜ୍ଜ୍ୱଳ ଆଶା ଉତ୍ସାହରେ ବଢିପାରେ । କିନ୍ତୁ କୋଭିଡ-19 ମହାମାରୀ ପ୍ରଭାବରେ ଅର୍ଥନୀତିକୁ ବ୍ୟାପକ କ୍ଷତି ସହିବାକୁ ପଡିପାରେ ବୋଲି ଆଶା କରାଯାଉଛି । ଏଣୁ ଯେ ପର୍ଯ୍ୟନ୍ତ ଉଦୌଗକୁ ସହାୟତା ପ୍ରଦାନ କରାଯାଇନାହିଁ ସେବେ ଯାଏଁ ଆଦାୟକୁ ପ୍ରୋତ୍ସାହନ ଦେବା କଷ୍ଟକର ।

ଆରବିଆଇ ପୂର୍ବରୁ ହିଁ ପ୍ରାଥମିକତା ସେକ୍ଟର ଟ୍ୟାଗ ରୂପେ ଏନବିଏଫସିକୁ ଉଧାର ଦେଇସାରିଛି । ଏହା ବ୍ୟାଙ୍କ ଜମା ଦରରେ ଏହି ହ୍ରାସ ଓ ଶସ୍ତା ଋଣ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଋଣ ଦରରେ ହ୍ରସ କରିବାକୁ ପ୍ରୋତ୍ସାହନ ଦେବ ।

ତେବେ ଏସବିଆଇ ପୂର୍ବରୁ ନିଜ ଉପାଦନ ଗୁଡିକୁ ଜୁରୁରୀକାଳିନ ଋଣ ସୁବିଧା ଦେବା ପାଇଁ ଘୋଷଣା କରିସାରିଛି । ସେହିପରି ଆରବିଆଇ ଏହି ମାରାତ୍ମକ ଭାଇରସ ସହ ଲଢିବା ପାଇଁ ହ ଅର୍ଥବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଗଭୀର କ୍ଷତ ଓ ଲମ୍ବା ଫାଟର ପୂରଣ ପାଇଁ ରେପୋରେଟ ଦର ହ୍ରାସ କରିଛି । ଏହା ଦ୍ବାରା ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଉପଲବ୍ଧ ହେବ । ଯାହା ଲୋକଙ୍କ କ୍ରୟ ଶକ୍ତିକୁ ମଧ୍ୟ ବଢାଇବା ସହ ଅର୍ଥନୀତିକୁ ମଜବୁତ କରିବ ।

(ଡାକ୍ତର ଶ୍ରୀନିବାସ ରାଓ, ଆଡଜେକ୍ଟ ପ୍ରଫେସର, ଇନଷ୍ଟିଚ୍ୟୁଟ୍ ଅଫ୍ ଇନସୁରାନ୍ସ ଏବଂ ରିସ୍କ ମ୍ୟାନେଜମେଣ୍ଟ,(ଉପରୋକ୍ତ ବିଚାର ବ୍ୟକ୍ତିଗତ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.