ETV Bharat / business

ଲକଡାଉନ ଝଟକା, 38.1 ପ୍ରତିଶତ କମିଲା କୋର ସେକ୍ଟର ଉତ୍ପାଦନ

author img

By

Published : May 29, 2020, 6:49 PM IST

ଲକଡାଉନ ସହ ମାନ୍ଦାବସ୍ଥାରେ ପ୍ରବେଶ କରିଛି ଶିଳ୍ପ । କଟକଣା ମଧ୍ୟରେ 8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନ ଏପ୍ରିଲରେ 38.1 ପ୍ରତିଶତ ହ୍ରାସ ପାଇଛି । ସବୁଠୁ ବଡ ଝଟକା ସିମେଣ୍ଟ ଓ ଷ୍ଟିଲ ସେକ୍ଟରକୁ ଲାଗିଛି । ଅଧିକ ପଢନ୍ତୁ..

Core sector
ଲକଡାଉନ ଝଟକା, 38.1 ପ୍ରତିଶତ କମିଲା କୋର ସେକ୍ଟର ଉତ୍ପାଦନ

ନୂଆଦିଲ୍ଲୀ: ଲକଡାଉନ କଟକଣା ଯୋଗୁଁ ଚିତପଟ୍ଟାଙ୍ଗ ଶିଳ୍ପ । ଅଭିବୃଦ୍ଧିରେ ରେକର୍ଡ ଅବନତି । ଏପ୍ରିଲରେ 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଚର) ଉତ୍ପାଦନ 38.1 ପ୍ରତିଶତ ହ୍ରାସ ପାଇଛି । ଶୁକ୍ରବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ତଥ୍ୟ ପ୍ରକାଶ ପାଇଛି ।

ଚଳିତ ବର୍ଷ ମାର୍ଚ୍ଚରେ କୋର ସେକ୍ଟର ଉତ୍ପାଦନ 9 ପ୍ରତିଶତ ଖସିଥିଲା । କୋର ସେକ୍ଟର ଇଣ୍ଡଷ୍ଟ୍ରିଜରେ କୋଇଲା, ଅଶୋଧିତ ତୈଳ , ପ୍ରାକୃତିକ ଗ୍ୟାସ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ସାମିଲ ରହିଛି । ଏଥିମଧ୍ୟରେ ସବୁଠୁ ବଡ ଝଟକା ଷ୍ଟିଲ ଓ ସିମେଣ୍ଟ ସେକ୍ଟରକୁ ଲାଗିଛି । ଏହାର ଉତ୍ପାଦନ କ୍ରମଶଃ 83.9 ପ୍ରତିଶତ ଓ 86 ପ୍ରତିଶତ ହ୍ରାସ ପାଇଛି ।

8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନର ରେକର୍ଡ ହ୍ରାସର ପ୍ରଭାବ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ପଡିବ । ଔଦୌଗିକ ଉତ୍ପାଦନ ସୂଚକାଙ୍କ (IIP) ରେ ଏହି କ୍ଷେତ୍ରଗୁଡିକର ଅଂଶ 40.27 ପ୍ରତିଶତ ରହିଛି ।

ସେହିଭଳି କୋଇଲା ଉତ୍ପାଦନରେ 15 ପ୍ରତିଶତ, ଅଶୋଧିତ ତୈଳରେ 6.4 ପ୍ରତିଶତ ହ୍ରାସ ହୋଇଛି । ଏହି କ୍ରମରେ ପ୍ରାକୃତିକ ଗ୍ୟାସ 19.9 ପ୍ରତିଶତ, ରିଫାଇନାରୀ 24.2 ପ୍ରତିଶତ, ସାର 4.5 ପ୍ରତିଶତ, ସିମେଣ୍ଟ 86 ପ୍ରତିଶତ ଏବଂ ବିଦ୍ୟୁତ ଉତ୍ପାଦନ 22.8 ପ୍ରତିଶତ ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.