ETV Bharat / business

‘ସୁଦୃଢ଼ ଅର୍ଥନୀତି ଓ ବୃହତ ରୋଜଗାର କ୍ଷେତ୍ରରେ ଆଗଉଛି ଓଡିଶା’ - ଓଡିଶା ଅର୍ଥନୀତି

22 ତମ ଏଣ୍ଟର ପ୍ରାଇଜ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଅର୍ଥନୀତିର ଉପଲବ୍ଧି ବଖାଣିଲେ ମୁଖ୍ୟମନ୍ତ୍ରୀ । ଯୁବପୀଢିଙ୍କୁ ନିଯୁକ୍ତି ଓ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପ୍ରଚେଷ୍ଟାୀ ଚାଲିଥିବା ନେଇ ସେ କହିଛନ୍ତି ।

‘ସୁଦୃଢ଼ ଅର୍ଥନୀତି ଓ ବୃହତ ରୋଜଗାର କ୍ଷେତ୍ରରେ ଆଗଉଛି ଓଡିଶା’
author img

By

Published : Nov 14, 2019, 3:39 AM IST

ଭୁବେନଶ୍ବର: ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଓ ଅର୍ଥନୀତିର ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ଅନୁନ୍ନତ ଜିଲ୍ଲା ମାନଙ୍କରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଗୁରୁତ୍ବ ଦିଆଯାଉଛି । ଏଥିସହ ରାଜ୍ୟରେ ବୃହତ ଓ କ୍ଷୁଦ୍ର ଶିଳ୍ପ ସହିତ ସହଯୋଗୀ ଶିଳ୍ପ ପ୍ରସାର ପାଇଁ ବାତାବରଣ ତିଆରି କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘ସୁଦୃଢ଼ ଅର୍ଥନୀତି ଓ ବୃହତ ରୋଜଗାର କ୍ଷେତ୍ରରେ ଆଗଉଛି ଓଡିଶା’

ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ 22 ତମ ଏଣ୍ଟର ପ୍ରାଇଜ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2030 ସୁଦ୍ଧା ଏହି କ୍ଷେତ୍ର(ଶିଳ୍ପ)ରେ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଷ୍ଟାର୍ଟଅପ ଓଡିଶା ମାଧ୍ୟମରେ ନୂଆ ଓ ଯୁବ ଉଦ୍ୟୋଗୀଙ୍କୁ ସୁଯୋଗ ଦେବାକୁ ଲକ୍ଷ୍ୟ ରହିଛି । ଏହିପରି ଭାବେ ଓଡିଶା 2020 ସୁଦ୍ଧା ସମଗ୍ର ଦେଶରେ ଶ୍ରେଷ୍ଠ ତୃତୀୟ ଷ୍ଟାର୍ଟଅପ ହବ ହେବା ନେଇ ଲକ୍ଷ୍ୟ ରହିଛି ।

ଏସବୁ କ୍ଷେତ୍ରରେ 5ଟି କୁ ପ୍ରୟୋଗ କରି ସ୍ଵଛତା ଆଣାଯିବ । ଏହି ଧାରାରେ ‘ସ୍କିଲ ଇନ ଓଡିଶା’ ଦ୍ବାରା ରାଜ୍ୟର ଯୁବପୀଢିଙ୍କୁ ପ୍ରଶିକ୍ଷିତ କରିବାରେ ଓଡିଶା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଗତବର୍ଷ ମେକ ଇନ ଓଡିଶା ମାଧ୍ୟମରେ ରାଜ୍ୟରେ 4 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିବାବେଳେ ବର୍ତ୍ତମାନ ସୁଦ୍ଧା 91 ଟି ପ୍ରସ୍ତାବ ଅନୁମୋଦିତ ହୋଇ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ଦେଖିବାକୁ ଗଲେ ଖୁବ ଶୀଘ୍ର ଓଡିଶା ଏକ ମଜବୁତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ତେବେ ସରକାର ଦେଉଥିବା ବିଭିନ୍ନ ପ୍ରୋତ୍ସାହନର ଲାଭ ଯୁବ ଉଦ୍ୟୋଗୀମାନେ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ସେହିପରି ଆସନ୍ତାବର୍ଷ ହେବାକୁ ଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଅଧିକ ମାତ୍ରାରେ ଭାଗ ନେବାକୁ ସେ ଉଦ୍ୟୋଗମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ବିଭାଗୀୟ ଶାସନ ସଚିବ ହେମନ୍ତ ଶର୍ମା, ସିଆଇଆଇର ଉପସଭାପତି ପ୍ରଦୀପ୍ତ ମହାନ୍ତି, ବେଦାନ୍ତ ଆଲୁମିନିୟମ କମ୍ପାନୀର ସିଇଓ ରାହୁଲ ଶର୍ମା ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ଏହାର ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ ।

ସୂଚନାଯୋଗ୍ୟ ଯେ, 22ତମ ଏଣ୍ଟରପ୍ରାଇଜ ଓଡିଶା ପ୍ରଦର୍ଶନୀରେ 200 ବିଭିନ୍ନ ଇଣ୍ଡଷ୍ଟ୍ରି ର ଷ୍ଟଲ ପଡିଥିବା ବେଳେ ଏଥର ଓଡିଶା ମାଇଁନିଂ ଶୋ ମଧ୍ୟ ଆୟୋଜନ କରାଯାଇଛି । ଏହା ଆସନ୍ତା 16 ତାରିଖରେ ଶେଷ ହେବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଓ ଅର୍ଥନୀତି ର ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି।ରାଜ୍ୟର ଅନୁନ୍ନତ ଜିଲ୍ଲା ମାନଙ୍କରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପ୍ରାଧାନ୍ୟ ଦିଆ ଯାଉଥିବା ବେଳେ ରାଜ୍ୟରେ ବୃହତ ଓ କ୍ଷୁଦ୍ର ଶିଳ୍ପ ସହିତ ସହଯୋଗୀ ଶିଳ୍ପ ପ୍ରସାର ପାଇଁ ବାତାବରଣ ତିଆରି କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Body:ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ 22 ତମ ଏଣ୍ଟର ପ୍ରାଇଜ ଓଡିଶା ର ଉଦ୍ଘାଟନ ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି କି 2030 ସୁଦ୍ଧା ଏହି କ୍ଷେତ୍ରରେ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି ଷ୍ଟାର୍ଟ ଅପ ଓଡିଶା ମାଧ୍ୟମରେ ନୂଆ ଓ ଯୁବ ଉଦ୍ୟୋଗୀ ସୃଷ୍ଟି କରାଯିବା ର ଲକ୍ଷ ରହିଥିବାବେଳେ 2020 ସୁଦ୍ଧା ସମଗ୍ର ଦେଶରେ ଶ୍ରେଷ୍ଠ ତୃତୀୟ ଷ୍ଟାର୍ଟ ଅପ ହବ ହେବାକୁ ଯାଉଥିବା କହିଛନ୍ତି।ସେ ଆହୁରି କହିଛନ୍ତି କି 5ଟି କୁ ପ୍ରୟୋଗ କରି ଏଥିରେ ସ୍ଵଛତା ଆଣାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।ସେହିପରି ସ୍କିଲଡ଼ ଇନ ଓଡିଶା ଦ୍ୱାରା ରାଜ୍ୟର ଯୁବ ପିଢିଙ୍କୁ ପ୍ରଶିକ୍ଷିତ କରିବାରେ ଓଡିଶା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି।ଗତବର୍ଷ ମେକ ଇନ ଓଡିଶା ମାଧ୍ୟମରେ ରାଜ୍ୟରେ 4 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିବାବେଳେ ବର୍ତ୍ତମାନ ସୁଦ୍ଧା 91 ଟି ପ୍ରସ୍ତାବ ଅନୁମୋଦିତ ହୋଇ କାର୍ଯ୍ୟକାରୀ ହେବାକୁ ଯାଉଛି।ଖୁବ ଶୀଘ୍ର ଓଡିଶା ଏକ ମଜବୁତ ଅର୍ଥନୀତି ରେ ପରିଣତ ହେବାକୁ ଯାଉଥିବା ବେଳେ ସରକାର ଦେଉଥିବା ବିଭିନ୍ନ ପ୍ରୋତ୍ସାହନ ର ଲାଭ ଯୁବ ଉଦ୍ୟୋଗୀମାନେ ନେବାକୁ ସେ ଆହ୍ୱାନ କରିଛନ୍ତି।ସେହିପରି ଆସନ୍ତାବର୍ଷ ହେବାକୁ ଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଅଧିକ ମାତ୍ରାରେ ଭାଗ ନେବାକୁ ସେ ଉଦ୍ୟୋଗମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ବିଭାଗୀୟ ସାଶନ ସଚିବ ହେମନ୍ତ ଶର୍ମା,ସିଆଇଆଇ ର ଉପସଭାପତି ପ୍ରଦୀପ୍ତ ମହାନ୍ତି,ବେଦାନ୍ତ ଆଲୁମିନିୟମ କମ୍ପାନୀର ସିଇଓ ରାହୁଲ ଶର୍ମା ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ଏହାର ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ କି 22ତମ ଏଣ୍ଟରପ୍ରାଇଜ ଓଡିଶା ପ୍ରଦର୍ଶନୀ ରେ 200 ବିଭିନ୍ନ ଇଣ୍ଡଷ୍ଟ୍ରି ର ଷ୍ଟଲ ପଡିଥିବା ବେଳେ ଏଥର ଓଡିଶା ମାଇଁନିଂ ଶୋ ମଧ୍ୟ ଆୟୋଜନ କରାଯାଇଛି।ଯାହାକି ଆସନ୍ତା 16 ତାରିଖରେ ଶେଷ ହେବ।
ବାଇଟ-ମନ୍ତ୍ରୀ-ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.