ନୂଆଦିଲ୍ଲୀ: ଆସନ୍ତା 5 ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାକୁ 5 ଟ୍ରିଲିଅନ ଡଲାରରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଆଉ ଏଥିପାଇଁ ବାର୍ଷିକ ହାରାହାରି 8 ପ୍ରତିଶତ ଜିଡିପି ଦରକାର । ହେଲେ ଦିନକୁ ଦିନ ସବୁ ସେକ୍ଟରରେ ଉପନ୍ନ ସଙ୍କଟ, ଯେପରି ଦେଶ ମେରୁଦଣ୍ଡକୁ ଦୁର୍ବଳ କରିରଖିଛି । ଏହାକୁ ଦେଖିବାକୁ ଗଲେ 5 ଟ୍ରିଲିୟନ ଡଲାର ଅର୍ଥନୀତି ଅବାସ୍ତବ । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ ମଧ୍ୟ ଏହି ମତ ଦେଇଛନ୍ତି ।
ନିର୍ମାଣ ଉଦ୍ୟୋଗରେ ହ୍ରାସ, ବଜାରରେ ଚାହିଦା ଘଟିବା, ଘରୋଇ ନିବେଶ ଦୁର୍ବଳ ଓ ଦୁନିଆରେ ମାନ୍ଦାବସ୍ଥା ଯୋଗୁଁ ଭାରତର ରପ୍ତାନୀ ଦିନକୁ ଦିନ କମିବାରେ ଲାଗିଛି । ଏଥିଯୋଗୁଁ ଭାରତର ଅଭିବୃଦ୍ଧି ହାର 6 ବର୍ଷର ସର୍ବନିମ୍ନରେ ପହଞ୍ଚିଛି ।
ଏପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ମାନ୍ଦାବସ୍ଥା ଯୋଗୁଁ ଚିନ୍ତା କରିବାର ଦରକାର ନାହିଁ । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଓ ସଂସ୍କାର ଦ୍ବାରା ନିବେଶର ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି । କର୍ପୋରେଟ ଟିକସ ହ୍ରାସ କରି ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରାଯାଉଛି । ତେବେ ବିଡମ୍ବନା ଯେ, ଏତେ ସବୁ ପରେ ବି ଦେଶର ଅର୍ଥବ୍ୟବସ୍ଥା ଆଶାତୀତ ଅଭିବୃଦ୍ଧି ପାଇପାରିନି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସରେ ଜିଡିପି 4.5 ପ୍ରତିଶତକୁ ଖସିଛି ।
କିନ୍ତୁ ସେପଟେ ବିଶ୍ବ ବ୍ୟାଙ୍କ ଭାରତରେ ଆର୍ଥିକ ସମ୍ଭାବନାକୁ ନେଇ ସକାରାତ୍ମକ ସଙ୍କେତ ଦେଇଛି । କହିଛି ଯେ, ଭାରତ ଭଳି ବଡ ଦେଶରେ ଏତେ ଚ୍ୟାଲେଞ୍ଜ ପରେ ବି ଇଜ ଅଫ ଡୁଇଙ୍ଗ ବିଜନେସ 2019 ତାଲିକାରେ ଏଥର 14 ନମ୍ବର ଉପରକୁ ଉଠି 63 ନମ୍ବରରେ ପହଞ୍ଚିପାରିଛି । ଏତେ ଶୀଘ୍ର ଭାରତର ଲମ୍ବା ଲମ୍ଫ ସହଜ ନୁହେଁ । ଆମେରିକା ଓ ଚୀନର ଟ୍ରେଡ ୱାର ଯୋଗୁଁ ବଡ ବଡ କମ୍ପାନୀ ସବୁ ଚୀନରୁ ମୁହଁ ଫେରାଇଲେଣି । ସେମାନେ ଭାରତ ମୁହାଁ ହେଲେଣି । ଏପେଟ ମୋଦି ସରକାର ଭାରତରେ ନିବେଶକ ସମ୍ଭାବନା ନେଇ ଏତ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି । ଏ କ୍ଷେତ୍ରରେ ଭିଏତନାମା ମଧ୍ୟ ଭାରତଠୁ ଆଗୁଆ ରହିଛି । ଏପରି ସ୍ଥିତିରେ ସରକାର ବଡ କମ୍ପାନୀଗୁଡିକୁ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ନିମନ୍ତ୍ରଣ କରି ବିଭିନ୍ନ ପ୍ରକାର ସୁବିଧା ଦେବା ପାଇଁ ପ୍ରୟାସ କରୁଛନ୍ତି ।
ଭାରତରେ ଆର୍ଥିକ ପରିବର୍ତ୍ତନ ଆସିବାର 28 ବର୍ଷ ପରେ ବି ବିଦେଶୀ ନିବେଶ ପାଇଁ ଏଠାରେ ଥିବା ସମ୍ଭାବନାକୁ ପୂର୍ଣ୍ଣ ରୂପରେ ବ୍ୟବହାର କରାଯାଉଛି । ହେଲେ ଉଚ୍ଚସ୍ତରୀୟ ନୀତିରେ ଢିଲା ଯୋଗୁଁ, ଏହାର ସିଧା ପ୍ରଭାବ ଦେଶର ବିକାଶରେ ପଡୁଛି ।
ଗତ କେଇ ବର୍ଷ ଭିତରେ ଭାରତ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ 142 ରୁ ଉପରକୁ ଉଠି 63 ନମ୍ବରରେ ପହଞ୍ଚିଛି । ଯାହା କି ଦେଶର ପାଇଁ ଗର୍ବର କଥା । କିନ୍ତୁ ଏବର୍ଷ ଭାରତର ମାନ୍ୟତା ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତା ସୂଚୀ (global competitive index ) ରେ 10 ସ୍ଥାନ ତଳକୁ ଖସିଛି । ଏବେ ଭାରତ ଏହି ଲିଷ୍ଟର 68 ନମ୍ବରରେ ରହିଛି ।
ସମଗ୍ର ବିଶ୍ବରେ ବଢୁଥିବା ପ୍ରତିଦ୍ବନ୍ଦ୍ବିତା ଯୋଗୁଁ ଶ୍ରମରେ ସୁଧାର ଆବଶ୍ୟକ । ସମ୍ପତ୍ତି ପଞ୍ଜିକରଣ, ଉଧାର , କ୍ଷୁଦ୍ର ନିବେଶକଙ୍କ ରକ୍ଷା, କର ଭରଣ ଆଦି କ୍ଷେତ୍ରରେ ମଧ୍ୟ ନବୀକରଣ ଆବଶ୍ୟକ ।
ଭାରତରେ ଉଚ୍ଚ ଶୁଳ୍କ ପାଇଁ ସମ୍ପତ୍ତି ପଞ୍ଜିକରଣ ଲଗାତାର ହ୍ରାସ ପାଉଛି । ଅଧିକ ଷ୍ଟେପ ଡ୍ୟୁଟିରୁ ବଞ୍ଚିବା ପାଇଁ ଲୋକ ବାସ୍ତବ ଦାମରୁ କମରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଯେଉଁଥିପାଇଁ ରାଜସ୍ବ କ୍ଷତି ହେଉଛି ।
2 ମାସ ପୂର୍ବେ ବିଶ୍ବ ବ୍ୟାଙ୍କର ଅଧ୍ୟକ୍ଷ ଡେବିଡ ମାସ ପାସ ପିଏମ ମୋଦିଙ୍କୁ କହିଥିଲେ ଯେ, ଦେଶରେ ନେଣଦେଣ ପାରିଦର୍ଶିତା ଆଣିବା ଓ ବିକ୍ରି ପରିମାଣକୁ ବୃଦ୍ଧି ପାଇଁ ଦେଶରେ ଜମି ରେକର୍ଡକୁ ଡିଜିଟାଲ କରିବା ଆବଶ୍ୟକ । ଭିଏତନାମା ଓ ଫିଲିପିନ୍ସ ଚୀନରୁରୁ ମୁହଁ ଫେରାଉଥିବା କମ୍ପାନୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା କ୍ଷେତ୍ରରେ ସଫଳ ହେଉଛନ୍ତି । ଆଉ ଏହା ପଛରେ 2 ଦେଶରର ପାରିଦର୍ଶୀ ନୀତି ହିଁ ବଡ କାରଣ ।
ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ କାର୍ଯ୍ୟକାଳରେ କୁହାଯାଇଥିଲା କି, ଭାରତରେ ସ୍ବାଧୀନ ନ୍ୟାୟପାଳିକା କାରଣରୁ ଦେଶରେ ବ୍ୟବସାୟ ପାଇଁ ସର୍ବଦା ଦ୍ବାର ଖୋଲା ରହୁଛି । ଏଥିଯୋଗୁଁ ବିଦେଶୀ ନିବେଶକଙ୍କୁ ପୁଞ୍ଜି ଲଗାଇବାକୁ ପ୍ରୋତ୍ସାହନ ମିଳୁଛି । ଯଦିଓ ଭାରତ ଏବେ ବି ଚୀନ ବ୍ୟତିତ ଅନ୍ୟ ନିବେଶ ପାଇଁ ଅପେକ୍ଷା କରୁଛି । କିନ୍ତୁ ଚୀନ ଏହି ମାମଲାରେ ଆମରିକାର ସମକକ୍ଷ ହୋଇ 12 ଟ୍ରିଲିୟନ ଡଲାର ନିବେଶ କରିସାରିଛି ।
ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ସଞ୍ଜୀବ ସାନ୍ୟଲ ମୁତାବକ, ଏଗ୍ରିମେଣ୍ଟ ଓ ଡ୍ରାଫ୍ଟ ଲାଗୁ କରିବା କ୍ଷେତ୍ରରେ ବିଶ୍ବରେ ଭାରତର ସ୍ଥାନ1 63 ରହିଛି । ଏହାର କାରଣ ପୂର୍ବ ସରକାର (ୟୁପିଏ)ଙ୍କ ଖାମଖିଆଲି ।
ମନମୋହନ ସିଂହ ସରକାରଙ୍କ ସମୟରେ, ଦୂରସଞ୍ଚାର କମ୍ପାନୀ ଭୋଡାଫୋନ ଓ ଭାରତ ସରକାରଙ୍କ ମଧ୍ୟରେ ଚାଲିଥିବା ଏକ କର ବିବାଦକୁ ନେଇ ସୁପ୍ରିମକୋର୍ଟ ଭୋଡାଫୋନ ପକ୍ଷରେ ରାୟ ଶୁଣାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ଆୟକର ଆଇନ ଆଢୁଆଳରେ ନ୍ୟାୟିକ ନିଷ୍ପତ୍ତିକୁ ରଦ୍ଦ କରି କମ୍ପାନୀର ବକେୟା ଦେଇନଥିଲେ । ଏହାକୁ ଦେଖି ଅନ୍ତରାଷ୍ଟ୍ରୀୟ ନିବେଶକଙ୍କ ମଧ୍ୟରେ ଡର ସୃଷ୍ଟି ହୋଇଥିଲା ।