ETV Bharat / business

ବଜେଟ 2021: ଅର୍ଥ କମିଶନଙ୍କ ସୁପାରିଶ ଏକ ଚ୍ୟାଲେଞ୍ଜ ହୋଇପାରେ - Finance Commission on budget

ବେଙ୍ଗାଲୁରୁରେ ଥିବା ବିଏସିଇ ବିଶ୍ବବିଦ୍ୟାଳୟର ଭାଇସ ଚାନସେଲର ଡ. ଏନଆର ଭାନୁମୂର୍ତ୍ତୀ କହିଛନ୍ତି ଯେ, 15ତମ ଅର୍ଥ କମିଶନଙ୍କ ସୁପାରିଶକୁ ଲାଗୁ କରିବା ବ୍ୟତୀତ, 2021-22 ବଜେଟରେ ସାରାଦେଶରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେବା ଉଚିତ୍ ।

ବଜେଟ 2021 : ଅର୍ଥ କମିଶନଙ୍କ ସୁପାରିଶ ଏକ ଚ୍ୟାଲେଞ୍ଚ ହୋଇପାରେ

author img

By

Published : Jan 30, 2021, 8:06 PM IST

ହାଇଦ୍ରାବାଦ: କେନ୍ଦ୍ର ବଜେଟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସରକାରଙ୍କୁ ଅଧିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ । ଜଣେ ଆଗଧାଡିର ଅର୍ଥନୀତିଜ୍ଞ ତଥା ବେଙ୍ଗାଲୁରୁରେ ଥିବା ବିଏସିଇ ବିଶ୍ବବିଦ୍ୟାଳୟର ଭାଇସ ଚାନସେଲର ଡ. ଏନଆର ଭାନୁମୂର୍ଥୀ ଅନୁସାରେ, ଅର୍ଥ କମିଶନଙ୍କ ସୁପାରିଶକୁ ବଜେଟରେ ଯୋଡିବା ସରକାରଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେବ।

ଏହାପୂର୍ବରୁ, 15 ତମ ଅର୍ଥ କମିଶନ 2021-22 ରୁ 2025-26 ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରି ରାଜ୍ୟଗୁଡିକୁ ଟିକସ ବିନିଯୋଗ, ସ୍ଥାନୀୟ ସରକାରୀ ଅନୁଦାନ, ବିପର୍ଯ୍ୟୟ ପରିଚାଳନା ଅନୁଦାନ ଆଦି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସୁପାରିଶ କରିଥିଲେ। ଯାହା ସଂସଦରେ ସରକାର ଆଗତ କରିବା ପରେ ସମସ୍ତଙ୍କ ସାମ୍ନାରେ ରହିବ ।

ଆମେ ସୁପାରିଶ କଣ ଜାଣିନାହୁଁ କିମ୍ବା କେନ୍ଦ୍ର ଓ ରାଜ୍ୟର ଆର୍ଥିକ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା କେତେ ତାହା ବି ଜାଣିନୁ, ହେଲେ ମୁଁ ଭାବୁଛି ଅର୍ଥ କମିଶନଙ୍କ ସୁପାରିଶ ରାଜକୋଷୀୟ ଟାର୍ଗେଟକୁ ପୂରଣ କରିବା ପାଇଁ ଏକ ରୋଡମ୍ୟାପ ହେବ ବୋଲି ସେ କହିଛନ୍ତି ।

ଏଥିସହ, ଅର୍ଥ କମିଶନ ରାଜ୍ୟ ତଥା ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାକୁ ଟିକସ ବିନିଯୋଗ ସହିତ କାରବାର କରୁଥିବାରୁ ଅନେକ ରାଜ୍ୟ ବଜେଟ୍ ମଧ୍ୟ ଏହି ରିପୋର୍ଟ ଏବଂ କେନ୍ଦ୍ରର ପରବର୍ତ୍ତୀ ପଦକ୍ଷେପ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।

5 ଟ୍ରିଲିୟନ ଡଲାର ଅର୍ଥନୀତି

କୋରୋନା ଭାଇରସ ପରେ, ମାର୍ଚ୍ଚ 25 ତାରିଖରୁ ପ୍ରାୟ ତିନିମାସ ଧରି ଭାରତ ସମ୍ପୂର୍ଣ୍ଣ ଲକଡାଉନକୁ ଗଲାବେଳେ, ଏପ୍ରିଲ୍-ଜୁନ୍ ଅବଧିରେ ଜିଡିପି 23.9% ହ୍ରାସ ହେବା ସହିତ ଅର୍ଥନୀତିକୁ ଏକ ବଡ଼ ଧକ୍କା ଦେଇଥିଲା।

ତେବେ ଏଥିରୁ ମୁକୁଳିବା ପାଇଁ ତଥା ଅର୍ଥନୀତିକୁ ଟ୍ରାକକୁ ଫେରାଇବା ପାଇଁ 29.87 ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଥିଲା ।

ଭାନୁମୂର୍ତ୍ତି କହିଛନ୍ତି ଯେ “ଚଳିତ ବର୍ଷ ବଜେଟ୍ ଆସନ୍ତା ପାଞ୍ଚ ବର୍ଷ ଉପରେ ଧ୍ୟାନ ଦେବ ଏବଂ ମୋର ଅନୁଭବ ହେଉଛି ଯେ ସରକାର 2025-26 ପାଇଁ“ 5 ଟ୍ରିଲିୟନ ଡଲାର ଅର୍ଥନୀତି ”ଲକ୍ଷ୍ୟ ଫେରାଇ ଆଣିପାରନ୍ତି।”

ସେହିପରି ମୁଁ ଭାବୁଛି ଆଗାମୀ ବଜେଟ୍ ଗତ ବଜେଟ ତୁଳନାରେ ଚ୍ୟାଲେଞ୍ଜ ହେବ, କାରଣ 2021-22 ଆର୍ଥିକ ବର୍ଷର ଆର୍ଥିକ ସ୍ଥିତି କୋଭିଡ୍ ପରବର୍ତ୍ତୀ ପୁନରୁଦ୍ଧାର ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।

ସ୍ବାସ୍ଥ୍ୟ ଚିକିତ୍ସା ଭିତ୍ତିଭୂମି ନିର୍ମାଣ

କୋଭିଡ -19 ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଭାନୁମୂର୍ତ୍ତି କହିଛନ୍ତି ଯେ, ଦେଶର ସ୍ବାସ୍ଥ୍ୟ କ୍ଷେତ୍ର ମଧ୍ୟ ପ୍ରମୁଖ ନୀତି ସଂସ୍କାର ଆବଶ୍ୟକ କରିବ, ଯାହା ମଧ୍ୟରୁ କେତେକ ଶୀଘ୍ର କାର୍ଯ୍ୟକାରୀ ହେବା ଆବଶ୍ୟକ ହୋଇପାରେ, ଆସନ୍ତା ଆର୍ଥିକ ବର୍ଷ ମଧ୍ୟରେ ମଧ୍ୟ ହୋଇପାରେ।

ଏଥିସହ ସେ ଏହା ଉପରେ ଗୁରୁତ୍ତ୍ବାରୋପ କରିଛନ୍ତି ଯେ ଯେହେତୁ ଦେଶ ବର୍ତ୍ତମାନ କୋଭିଡ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଦୃଷ୍ଟି ରଖିବ, ତେଣୁ 2022 ସୁଦ୍ଧା ହାଉସିଂ ଫର୍ ଅଲ୍ ଭଳି ପୂର୍ବ ବର୍ଷରେ ସରକାର ନିଜ ପାଇଁ ସ୍ଥିର କରିଥିବା ଲକ୍ଷ୍ୟ ଉପରେ ନବୀକରଣର ଆବଶ୍ୟକତା ପଡିବ।

ନିଯୁକ୍ତି ସୃଷ୍ଟି ଆହ୍ୱାନ

ଭାନୁମୂର୍ତ୍ତି ବିଶ୍ବାସ କରନ୍ତି ଯେ, ନିଯୁକ୍ତି ପରିସ୍ଥିତି ଉତ୍ପାଦନ କ୍ଷେତ୍ର ଉପରେ ଅଧିକ ନିର୍ଭର କରେ ଏବଂ ବର୍ତ୍ତମାନର 15-16% ରୁ 25% ପର୍ଯ୍ୟନ୍ତ ଅର୍ଥନୀତିରେ ଏହାର ଅଂଶ ବୃଦ୍ଧି କରିବାକୁ ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।

ଭାନୁମୂର୍ତ୍ତି କହିଛନ୍ତି ଯେ, ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ଯଥା ନୂତନ ଶ୍ରମ କୋଡ, କୃଷି ଆଇନ ଇତ୍ୟାଦି । ଏହା ବ୍ୟତୀତ ଏଫଡିଆଇ ସଂସ୍କାର ବିଦେଶୀ ପୁଞ୍ଜି ପାଇଁ ମଧ୍ୟ ଅନେକ କ୍ଷେତ୍ର ଖୋଲିବ।

ସେ କହିଛନ୍ତି, ଏହି ସମସ୍ତ ଜିନିଷ ଉତ୍ପାଦନ କ୍ଷେତ୍ରକୁ ଏକ ବଡ଼ ଉପାୟରେ ସାହାଯ୍ୟ କରିବ ଏବଂ ରୋଜଗାର ସମ୍ଭାବନାକୁ ଖୋଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.