ETV Bharat / business

‘ବିଏସଏନଏଲକୁ ନୂଆ ଜୀବନ ଦେଇ ଲାଭବାନ କରାଯିବ ’

author img

By

Published : Nov 20, 2019, 7:30 PM IST

ପୁଣି ଅଣ୍ଟା ସଳଖିବ ବିଏସଏଏନଏଲ । ଆଉ କମାଇବ ପ୍ରଫିଟ । ଏ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ।

‘ବିଏସଏନଏଲକୁ ନୂଆ ଜୀବନ ଦେଇ ଲାଭବାନ କରାଯିବ ’

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସଏନଏଲକୁ ଦିଆଯିବ ନୂଆ ଜୀବନ । ଏଥିସହ କମ୍ପାନୀର ପ୍ରଫିଟ ପାଇଁ ବି ପ୍ରଚେଷ୍ଟା ଚାଲିଛି । ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ନେଇ ଟିପ୍ପଣୀ ଦେଇଛନ୍ତି ।

ବିଏସଏନଏଲକୁ ମିଳିବ ନୂଆ ଜୀବନ

ସେ କହିଛନ୍ତି ଯେ, ‘‘ଆମେ ବିଏସଏନଏଲକୁ ପୁଣି ଥରେ ନୂଆ ଜୀବନ ଦେଇ ତାକୁ ଲାଭବାନ କରାଇବୁ । ଏପଟେ ପ୍ରସାଦଙ୍କ ଏଭଳି ଟିପ୍ପଣୀ ନେଇ ବିରୋଧୀ ବିଏସଏନଏଲକୁ ବିକ୍ରି ପାଇଁ ପ୍ରସ୍ତୁତି ହେଉଥିବା ନେଇ କହିଥିବା ଶୁଣିବାକୁ ମିଳିଛି ।

ତେବେ ମୁମ୍ବାଇ ଓ ଦିଲ୍ଲୀରେ ଥିବା ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମଟିଏନଏଲ) ଦୂରସଞ୍ଚାର ସେବା ପ୍ରଦାନ କରୁଛି । ଆଉ ଏହାର ସ୍ବାମୀତ୍ବ ସରକାରଙ୍କ ପାଖରେ ରହିଛି । ଏଥିପାଇଁ ଏହି 2 ରାଷ୍ଟ୍ରାୟତ କମ୍ପାନୀର ପୁନଃରୁଦ୍ଧାର ପାଇଁ 69,000 କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି ।

ଏଥିରେ କ୍ଷତିରେ ଚାଲିଥିବା ଏହି 2 କମ୍ପାନୀର ମିଶ୍ରଣ, ସେମାନଙ୍କ ପରିସମ୍ପତ୍ତିର ମୁଦ୍ରିକରଣ ଓ କର୍ମଚାରୀଙ୍କ ପାଇଁ ଇଚ୍ଛାକୃତ ଅବସର( ଭିଆରଏସ) ସ୍କିମ ଆଦି ସାମିଲ ରହିଛି । ଯେପରି ଏହି 2 କମ୍ପାନୀ ଏକାଠି ମିଶି ଆଗାମୀ 2 ବର୍ଷରେ ଲାଭ କମେଇପାରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.