ETV Bharat / business

ଚୀନକୁ ଆଉ ଏକ ଝଟକା, ରଙ୍ଗୀନ ଟିଭି ଉପରେ ଲାଗିଲା ପ୍ରତିବନ୍ଧକ

author img

By

Published : Jul 31, 2020, 11:34 AM IST

ସରକାର ଗୁରୁବାର ଦିନ ରଙ୍ଗୀନ ଟେଲିଭିଜନ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଟେଲିଭିଜନ (ଟିଭି) ର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଚୀନ୍ ଭଳି ଦେଶରୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ହ୍ରାସ କରିବା ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

ରଙ୍ଗୀନ ଟିଭି ଉପରେ ଲାଗିଲା ପ୍ରତିବନ୍ଧକ
ରଙ୍ଗୀନ ଟିଭି ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ଯାଇ ଚୀନ ଉପରେ ଭାରତର ଆଉ ଏକ ଷ୍ଟ୍ରାଇକ । ଚାଇନାର ରଙ୍ଗୀନ ଟିଭି ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ । ଗୁରୁବାର ଏହି କଟକଣା ଲାଗୁ କରାଯାଇଛି ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏକ ବିଜ୍ଞପ୍ତିରେ କହିଛି ଯେ ରଙ୍ଗୀନ ଟେଲିଭିଜନର ଆମଦାନୀର ମାଗଣା ନୀତି ଉପରେ ପ୍ରତିବନ୍ଧକ ଲଗାଇଛି । ଯେଉଁ ରଙ୍ଗୀନ ଟିଭିର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିଛି ତାହା ହେଉଛି 36 ସେଣ୍ଟିମିଟରରୁ 105 ସେଣ୍ଟିମିଟର ପର୍ଯ୍ୟନ୍ତ ସ୍କ୍ରିନ ସାଇଜ୍ ସହିତ 63 ସେଣ୍ଟିମିଟରରୁ କମ୍ ସ୍କ୍ରିନ ସାଇଜ୍ ସହିତ LCD ଟେଲିଭିଜନ ସେଟ ।

କୌଣସି ଆମଦାନୀକୁ ପ୍ରତିବନ୍ଧକ ଶ୍ରେଣୀରେ ରଖିବାର ଅର୍ଥ ହେଉଛି, ଆମଦାନୀ ପାଇଁ ବାଣିଜ୍ୟ ମନ୍ତ୍ରଣାଳୟର DGFT ରୁ ଲାଇସେନ୍ସ ପାଇବାକୁ ପଡିବ । ଚୀନ ହେଉଛି ଭାରତର ଟିଭି ସେଟର ବୃହତ ରପ୍ତାନୀକାରୀ । ଏହା ପରେ ଭିଏତନାମ, ମାଲେସିଆ, ହଂକଂ, କୋରିଆ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ ଜର୍ମାନୀ ଭଳି ଦେଶ ଦେଇଥାଏ । 2019-2020 ମସିହାରେ ଭାରତ 781 ନିୟୁତ ଡଲାରର ରଙ୍ଗୀନ ଟିଭି ଆମଦାନୀ କରିଥିଲା ​​। ଗତ ଆର୍ଥିକ ବର୍ଷରେ ଭିଏତନାମ ଏବଂ ଚାଇନାରୁ ଆମଦାନୀ ଯଥାକ୍ରମେ 42.8 ମିଲିୟନ ଏବଂ 293 ମିଲିୟନ ଡଲାର ଥିଲା।

ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଚୀନର ହରକତକୁ ଜବାବ ଦେବାକୁ ଭାରତ ଚୀନ ସହିତ ସମସ୍ତ ବାଣିଜ୍ୟ କାରବାର ହଟାଇବାରେ ଲାଗିଛି । ପ୍ରଥମେ ଚାଇନାର 59 ଟି ଆପ ହଟାଇବା ପରେ ପବଜି ସମେତ 47 ଆପ ଉପରେ କଟକଣା ଲଗାଇଛି । ଚୀନ ସବୁଠାର ବଡ ଆମଦାନୀକାରି ହେଉଛି ଭାରତ । ଆପ ବ୍ୟାନ କରିବା ଦ୍ବାରା ଚାଇନା ଆର୍ଥିକ ଉପରେ ପ୍ରଭାବ ପକାଇଛି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.