ETV Bharat / business

ବଢିଲା ବିମାନ ଇନ୍ଧନ ଦର, ତଥାପି ପେଟ୍ରୋଲ ଠାରୁ ଶସ୍ତା

author img

By

Published : Mar 2, 2019, 2:16 PM IST

ଏଟିଏଫ ମୂଲ୍ୟ 8.15 ଅର୍ଥାତ କିଲୋଲିଟର ପିଛା 4734 ଟଙ୍କା ବଢିଛି। ତଥାପି ପେଟ୍ରୋଲ ଓ ଡିଜେଲ ଠାରୁ ଶସ୍ତା ରହିଛି ବିମାନ ଇନ୍ଧନ ଦର।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ରାସ୍ତାରେ ଗାଡି ଚଲାଇବା ଠାରୁ ଆକାଶରେ ଉଡିବା ହେବ ଶସ୍ତା। କାରଣ ଦର ବୃଦ୍ଧି ପରେ ମଧ୍ୟ ତେଲ ଠାରୁ କମ ରହିଛି ବିମାନ ଇନ୍ଧନ ଦାମ। ଇନ୍ଧନ ଲିଟର ପିଛା ଦାମ 62 ଟଙ୍କା ରହିଥିବା ବେଳେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 71 ଟଙ୍କା ପାର ହେଲାଣି।

ମହଙ୍ଗା ମାଡ। ତେଲ ଓ ରନ୍ଧନ ଗ୍ୟାସ ବୃଦ୍ଧି ପରେ ବଢିଛି ବିମାନ ଇନ୍ଧନ(ଏଟିଏଫ) ଦର। ଏଟିଏଫ ମୂଲ୍ୟ 8.15 ଅର୍ଥାତ କିଲୋଲିଟର ପିଛା 4734 ଟଙ୍କା ବଢିଛି। ଯାହାକି ଏବର୍ଷରେ ସର୍ବୋଚ୍ଚ ରେକର୍ଡ କରିଛି। ତଥାପି ପେଟ୍ରୋଲ ଓ ଡିଜେଲ ଠାରୁ ଶସ୍ତା ରହିଛି ବିମାନ ଇନ୍ଧନ ଦର।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବୃଦ୍ଧି ଯୋଗୁଁ ସରକାରୀ ବିମାନ କମ୍ପାନୀଙ୍କର ଏଟିଏଫ ଦର ବଢାଇଛନ୍ତି। ଏହି ବୃଦ୍ଧି ପରେ ଦିଲ୍ଲୀରେ ବିମାନ ଇନ୍ଧନ କିଲୋଲିଟର ପିଛା 62,795 ଟଙ୍କାରେ ପହଞ୍ଚିଛି। ତେବେ ଇନ୍ଧନ ଦର ବଢିବା ପରେ ପୂର୍ବ ଅପେକ୍ଷା ବିମାନ ଟିକେଟ ଦାମ ସାମାନ୍ୟ ବୃଦ୍ଧି ପାଇବ। ଏନେଇ ଏୟାରଲାଇନ୍ସ କମ୍ପାନୀ ଚିନ୍ତାରେ ପଡିଛନ୍ତି।

ଶନିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର 71 ଟଙ୍କା 81 ପଇସା ରହିଛି। କିନ୍ତୁ ବିମାନ ଇନ୍ଧନ ବୃଦ୍ଧି ପରେ ବି ଲିଟର ପିଛା 62 ଟଙ୍କା 79 ପଇସାକୁ ଛୁଇଁଛି। ସେହିପରି ରାଜଧାନୀରେ ଅଣ ସାଧାରଣ ବଣ୍ଟନ ବ୍ୟବସ୍ଥା ଅର୍ଥାତ କିରୋସିନି ଦର ଲିଟର ପିଛା 64ଟଙ୍କା 46 ପଇସାରେ ପହଞ୍ଚିଛି।

undefined

ଏପଟେ ଗତ 3ଦିନ ତଳେ ସବସିଡିଯୁକ୍ତ ଏଲପିଜି ଦର ସିଲିଣ୍ଡରର ପିଛା 2ଟଙ୍କା 15 ପଇସା ବୃଦ୍ଧି ପାଇଛି ।

Intro:Body:

TESTING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.