ETV Bharat / business

କୋରୋନା ସଙ୍କଟରୁ ମୁକୁଳୁଛି ଆମେରିକା ଅର୍ଥବ୍ୟବସ୍ଥା: ଟ୍ରମ୍ପ - corona crisis in america

କୋରୋନାରେ ପ୍ରଭାବିତ ବିଶ୍ବର ପ୍ରମୁଖ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଆମେରିକା ସଙ୍କଟରୁ ମୁକୁଳିଛି । ଦେଶର ରୋଜଗାର ହାର ସକରାତ୍ମକ ରହିବା ସହ ଅର୍ଥବ୍ୟବସ୍ଥା ଧୀରେ ଧୀରେ ଖୋଲୁଛି । ଅଧିକ ପଢନ୍ତୁ..

କୋରୋନା ସଙ୍କଟରୁ ମୁକୁଳୁଛି ଆମେରିକା ଅର୍ଥବ୍ୟବସ୍ଥା : ଟ୍ରମ୍ପ

author img

By

Published : Jul 3, 2020, 8:58 PM IST

ୱାଶିଂଟନ: ରୋଜଗାର ହାରର ସକରାତ୍ମକ ରିପୋର୍ଟ ପ୍ରକାଶ ପରେ ଆଶ୍ବସ୍ତି ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି କି ଆମେରିକା ଅର୍ଥବ୍ୟବସ୍ଥା କୋରୋନା ଭାଇରସ ମହାମାରୀ ସଙ୍କଟରୁ ମୁକୁଳୁଥିବା ସଙ୍କେତ ଦେଇଛି ଏହି ରିପୋର୍ଟ ।

ସେ ଆହୁରି ମଧ୍ୟ କହିଛନ୍ତି କି, ‘‘ରୋଜଗାର ସୁଯୋଗ ବୃଦ୍ଧିର ସକରାତ୍ମକ ଖବରରୁ ଜଣାପଡୁଛି କି ଆମେରିକା ଅର୍ଥବ୍ୟବସ୍ଥାକୁ ଗତି ମିଳୁଛି ।

ରିପୋର୍ଟ ଅନୁସାରେ ଆମେରିକାରେ ନିଯୁକ୍ତିଦାତାମାନେ ଜୁନରେ 48 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିଛନ୍ତି । ଏଥିସହ ଲଗାତାର ଦ୍ବିତୀୟ ମାସରେ ରୋଜଗାର ବଜାରରେ ସୁଧାର ଯୋଗୁଁ ବେକାରୀ ଦର ହ୍ରାସ ପାଇ 11.1 ପ୍ରତିଶତକୁ ଖସିଆସିଛି ।

ଟ୍ରମ୍ପ କହିଛନ୍ତି କି , ଏବେ ବି ଏଭଳି କ୍ଷେତ୍ର ରହିଛି , ଯେଉଁଠୁ ଆମେ ଭାଇରସ କବଜାରୁ ବାହାରିବା ପାଇଁ ପ୍ରୟାସ କରୁଛୁ ।

ପ୍ରକାଶ ଯେ, ଆମେରିକାର ବହୁ ରାଜ୍ୟରେ ବିଶେଷ କରି ଦକ୍ଷିଣ ଓ ପଶ୍ଚିମୀ ରାଜ୍ୟରେ କୋରୋନା ଭାଇରସ ମାମଲାରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ରାଜ୍ୟ ଅର୍ଥବ୍ୟବସ୍ଥାକୁ ପୁନଃ ଖୋଲିବା ପ୍ରକ୍ରିୟା ଧୀମେଇପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.