ETV Bharat / business

ଆମେରିକାକୁ ପ୍ରବେଶ କରିପାରେ 1946 ପରର ସବୁଠୁ ବଡ ମାନ୍ଦାବସ୍ଥା - ଆମେରିକା ଅର୍ଥନୀତି

କୋରୋନା ଭାଇରସ ମହାମାରୀ ଯୋଗୁଁ ଆମେରିକାରେ ମୋଟ ଘରୋଇ ଉତ୍ପାଦ 2020ରେ 5.9 ପ୍ରତିଶତ ହ୍ରାସ ପାଇବ । ଏହା 1946 ମସିହା ପରର ସବୁଠୁ ବଡ ହ୍ରାସ ହେବ । ଅଧିକ ପଢନ୍ତୁ..

america may face the biggest recession since 1946
ଆମେରିକାକୁ ପ୍ରବେଶ କରିପାରେ 1946 ପରର ସବୁଠୁ ବଡ ମାନ୍ଦାବସ୍ଥା
author img

By

Published : Jun 8, 2020, 8:27 PM IST

ୱାଂସିଟନ: କୋରୋନା କବଳରୁ ଖସିପାରିନି ଦେଶର ସବଠୁ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଆମେରିକା । ମହାମାରୀ ମାଡରେ ଦେଶର ଅର୍ଥନୀତି ଧ୍ବସ୍ତବିଧ୍ବସ୍ତ । ଏ ବର୍ଷ ଆମେରିକାକୁ ବିଗତ 7 ଦଶନ୍ଧିର ସବୁଠୁ ବଡ ଭୟାନକ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡିବ । ବ୍ୟାପର ଅର୍ଥଶାସ୍ତ୍ରୀମାନେ ଏ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ସେମାନେ ଆଶଙ୍କା କରିଛନ୍ତି କି, କୋରୋନା ଭାଇରସ ମହାମାରୀ ପୁଣି କମବ୍ୟାକ କରିପାରେ । ଯାହାକି ଅର୍ଥବ୍ୟବସ୍ଥା ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ସୋମବାର ଏ ନେଇ ନ୍ୟାସନାଲ ଆସୋସିଏସନ ଅଫ ବିଜନେସ ଇକୋନୋମିକ୍ସ (NABE) କରିଥିବା ସର୍ଭେର ଫଳାଫଳ ଜାରି ହୋଇଛି । ଏଥିରେ ଅନୁମାନ ଲଗାଯାଇଛି କି, କୋରୋନା ଭାଇରସ ମହାମାରୀ ଯୋଗୁଁ ଆମେରିକାରେ ମୋଟ ଘରୋଇ ଉତ୍ପାଦ 2020ରେ 5.9 ପ୍ରତିଶତ ହ୍ରାସ ପାଇବ । ଏହା 1946 ମସିହା ପରର ସବୁଠୁ ବଡ ହ୍ରାସ ହେବ । ଦ୍ବିତୀୟ ବିଶ୍ବଯୁଦ୍ଧ ଯୋଗୁଁ ଆମେରିକାର ଜିଡିପି ସେତେବେଳେ 11.6 ପ୍ରତିଶତ ହ୍ରାସ ପାଇଥିଲା ।

NABEର 48 ବିଶେଷଜ୍ଞ ଦଳ ଅନୁମାନ କରିଛନ୍ତି କି, ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ ଆମେରିକାର ଜିଡିପି 5 ପ୍ରତିଶତ ହ୍ରାସ ହେବ । ଯେତେବେଳେ କି ଏହା ପରେ ଏପ୍ରିଲ-ଜୁନ ତ୍ରୟମାସରେ ହ୍ରାସ ରେକର୍ଡ 33.5 ପ୍ରତିଶତ ହେବ ।

ତେବେ 2021ରେ ଆମେରିକାର ବୃଦ୍ଧି ଦର 3.6 ପ୍ରତିଶତ ରହିବ ବୋଲି ଅର୍ଥଶାସ୍ତ୍ରୀମାନେ ଆକଳନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.