ନ୍ୟୁୟର୍କ: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ଓ କୈଳାଶ ସତ୍ୟାର୍ଥୀ ତଥା ଅର୍ଥନୀତିଜ୍ଞ କୌଶିକ ବସୁ ସମେତ 225ରୁ ଅଧିକ ଗ୍ଲୋବାଲ ଲିଡର 2500 ଅରବ ଡଲାରର ପ୍ୟାକେଜ ଦାବି କରିଛନ୍ତି । କୋରୋନା ଭାଇରସରେ ପ୍ରଭାବିତ ବୈଷୟିକ ସ୍ବାସ୍ଥ୍ୟ ଓ ଆର୍ଥିକ ସୁଧାର ଯୋଜନା ପାଇଁ ଏହି ଟଙ୍କାର ଆବଶ୍ୟକତା ନେଇ ସହମତି ପାଇଁ ଜି-20 ବୈଠକ ଆୟୋଜନ କରିବାକୁ ସମସ୍ତେ ଆହ୍ବାନ ଦେଇଛନ୍ତି ।
ଏ ସମସ୍ତ ଜଣାଶୁଣା ବ୍ୟକ୍ତିତ୍ବମାନେ ଏକ ଚିଠିରେ କହିଛନ୍ତି ଯେ, କୋଭିଡ-19 ଯୋଗୁଁ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟର ସମାଧାନ ପାଇଁ ଜି-20 ଶିଖର ସମ୍ମିଳନୀ ତୁରନ୍ତ ଡକାଯିବା ଉଚିତ ।
ଜି-20 ଦେଶ ମାର୍ଚ୍ଚ 26ରେ ଏକ ବ୍ୟାପକ ଆର୍ଥିକ ମାନ୍ଦାବସ୍ଥାର ପୂର୍ବାନୁମାନ ପ୍ରକାଶ କରି ମହାମାରୀର ମୁକାବିଲା ପାଇଁ 5000 ଅରବ ଡଲାର ରିଲିଫ ପ୍ୟାକେଜ ପାଇଁ ସଂକଳ୍ପ ନେଇଥିଲା ।
କୋରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ 3.75 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଏହାର ସଂକ୍ରମଣକୁ ରୋକିବାକୁ ଜାରି କଟକଣା ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଲାଣି । ଲକ୍ଷାଧିକ ଲୋକ ରୋଜଗାର ହରାଇଥିବା ବେଳେ ଆୟର ଉତ୍ସ ବାଟବଣା ହୋଇଛି ।
ଏହି ପତ୍ରରେ ସେନ, ସତ୍ୟାର୍ଥୀ ଓ ବସୁଙ୍କ ସହ ଅନ୍ୟ ପ୍ରମୁଖ ବୈଷୟିକ ଦିଗ୍ଗଜୟ ବ୍ୟକ୍ତିତ୍ବ ମଧ୍ୟ ହସ୍ତାକ୍ଷର କରିଛନ୍ତି । ଏମାନେ କହିଛନ୍ତି ଯେ, ବର୍ତ୍ତମାନ ସାଉଦିଆରବ ର ରାଜଧାନୀ ରିଆଦରେ ଏ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଜି-20 ବୈଠକ ହେବ ନାହିଁ । ଆଉ ଏପରି ସ୍ଥିତିରେ ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ଜରୁରୀ । କାରଣ ଗରିବ ଦେଶରେ କୋଭିଡ-19ର ମୁକାବିଲା ପାଇଁ ଯେଉଁ 2500 ଅରବ ଡଲାରର ସହାୟତା ଜରୁରୀ ଅଛି ତାହାର କ୍ଷୁଦ୍ର ଅଂଶର ଆବଣ୍ଟନ କରାଯାଇଛି ।
ଏମାନେ କହିଛନ୍ତି କି, ‘ଦୁନିଆର 85 ପ୍ରତିଶତ ଜିଡିପିର ପ୍ରତିନିଧିତ୍ବ କରୁଥିବା ଜି-20 ଦେଶ ପାଖରେ ଏହାର ମୁକାବିଲା ପାଇଁ କ୍ଷମତା ରହିଛି । ଏଣୁ ତତ୍କାଳ ଏହାର ଆୟୋଜନ ପାଇଁ ଆମେ ନେତା(ଲିଡର)ଙ୍କୁ ଅପିଲ କରୁଛୁ ।’