ETV Bharat / business

କୋରୋନା ମୁକାବିଲା: ଭାରତକୁ 75 କୋଟି ଡଲାର ଋଣ ମଞ୍ଜୁର କଲା AIIB

author img

By

Published : Jun 17, 2020, 6:41 PM IST

ଦେଶରେ କୋରୋନା ସଙ୍କଟ ବଢୁଥିବା ବେଳେ ଏହାର ମୁକାବିଲା ପାଇଁ 75 କୋଟି ଡଲାର ଋଣ ମଞ୍ଜୁର କରିଛି AIIB । ଅଧିକ ପଢନ୍ତୁ..

AIIB
AIIB

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଲଢେଇର ମୁକାବିଲା ପାଇଁ ଭାରତକୁ 75 କୋଟି ଡଲାର( 5.714 କୋଟି ଟଙ୍କା) ର ଋଣ ମଞ୍ଜୁର କରିଛି ଏସିଆନ ଇନଫ୍ରାଷ୍ଟ୍ରଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ(AIIB) । ବୁଧବାର ଏନେଇ AIIB ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ବହୁପକ୍ଷୀୟ ବ୍ୟାଙ୍କର ମୁଖ୍ୟାଳୟ ଚୀନ(ବେଜିଂ)ରେ ରହିଛି । ଏହି ବହୁପକ୍ଷୀୟ ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ, ଋଣ ସହାୟତା ମାଧ୍ୟମରେ ଗରିବ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବା ସହ ଦେଶର ସ୍ୱାସ୍ଥ୍ୟସେବାକୁ ମଜବୁତ କରାଯାଇପାରିବ ।

ଏଜେନ୍ସି କହିଛି କି, ବିଶ୍ବ ବ୍ୟାଙ୍କ ଅନୁସାରେ ଭାରତରେ ପାଖାପାଖୀ 27 କୋଟି ଲୋକ ଏବେ ବି ଗରିବ ଅଛନ୍ତି । ମହାମାରୀ ଆଗରେ ଗରିବି ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ । ଏଥିସହ ଦେଶରେ 8 କୋଟିରୁ ଅଧିର ଲୋକ ଅଧିକ ଜନବସତି ସ୍ଥାନରେ ରୁହନ୍ତି । ଆଉ ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ସୁବିଧା କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.