ETV Bharat / business

ଭାରତର ଜିଡିପି ବୃଦ୍ଧିକୁ ଭିଟାମିନ ଦେବ ଏଆଇ - ଅର୍ଏଥନୀତିରେ ଏଆଇ

ଏକ ସ୍ବାଧୀନ ଅଧ୍ୟୟନ ଅନୁସାରେ ଭାରତର ବାର୍ଷିକ ଅଭିବୃଦ୍ଧି ହାର ବୃଦ୍ଧି କରିବାରେ ଏଆଇର ସାମର୍ଥ୍ୟ ରହିଛି । ଏହା ସାହାର୍ଯ୍ୟରେ ବାର୍ଷିକ 1.3 ପ୍ରତିଶତ ହାରରେ ବୃଦ୍ଧି ହେଲେ 2035 ସୁଦ୍ଧା ଭାରତ ଅର୍ଥନୀତି 957 ବିଲିୟନ ଡ଼ଲାରରେ ପହଞ୍ଚିପାରେ । ଅଧିକ ପଢନ୍ତୁ..

ଭାରତର ଜିଡିପି ବୃଦ୍ଧିକୁ ଭିଟାମିନ ଦେବ ଏଆଇ
ଭାରତର ଜିଡିପି ବୃଦ୍ଧିକୁ ଭିଟାମିନ ଦେବ ଏଆଇ
author img

By

Published : Oct 9, 2020, 8:35 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସ ବା କୃତ୍ରିମ ବୁଦ୍ଧିମତା ( ଏଆଇ)ର ବୈଶ୍ବିକ କେନ୍ଦ୍ର କରିବା ପାଇଁ ଜୋର ଦେଇଛନ୍ତି । ସେ କହିଛନ୍ତି କି ଏହି ଦିଗରେ ଅନେକ ଭାରତ କାମ କରୁଛନ୍ତି । ଆଶା ରହିଛି କି ଆଗାମୀ ଦିନରେ ଆମେ ବହୁତ କିଛି କରିବୁ ।

ପିଏମ ଏଆଇର ଦାୟିତ୍ବର ସହ ବ୍ୟବହାର ଉପରେ ଜୋର ଦେଇ କହିଛନ୍ତି କି ଆତଙ୍କବାଦୀ ସଙ୍ଗଠନ ବା ରାଜ୍ୟରୁ ଭିନ୍ନ ତରିକାରେ ଚାଲୁଥିବା ତତ୍ତ୍ବ ଦ୍ବାରା କୃତ୍ରିମ ବୁଦ୍ଧିମତାରେ ବିଶ୍ବକୁ ସୁରକ୍ଷିତ କରାଯିବା ଉଚିତ।

AI ଉପରେ ଭାରତର ଜାତୀୟ କାର୍ଯ୍ୟକ୍ରମ ସାମାଜିକ ସମସ୍ୟାର ସମାଧାନରେ AI ର ଉପଯୁକ୍ତ ବ୍ୟବହାର ପ୍ରତି ଉତ୍ସର୍ଗୀକୃତ ହେବ । ଜ୍ଞାନ ବାଣ୍ଟିବାରେ ଏଆଇ ବ୍ୟବହାର କରିପାରିବା । ଜ୍ଞାନ, ସୂଚନା ଓ କୌଶଳକୁ ସହଜ କରି ସଶକ୍ତିକରଣ ହାସଲ କରାଯାଇପାରିବ ବୋଲି ମୋଦି କହିଛନ୍ତି ।

ଡେମୋଗ୍ରାଫିକ୍ ଡିଭିଡେଣ୍ଡର ଭାରତର ଉତ୍ସ କୁଶଳୀ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଦେଶର AI ଇକୋସିଷ୍ଟମକୁ ଆଗକୁ ନେବ ବୋଲି ସୂଚନା ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ।

ସେହିଭଳି ମୁକେଶ ଅମ୍ବାନୀ କହିଛନ୍ତି କି, ଯେତେବେଳେ 1.3 ବିଲିୟନ ଭାରତୀୟଙ୍କୁ ଡିଜିଟାଲ ସଶକ୍ତ କରାଯାଏ, ସେମାନେ ଦ୍ରୁତ ଅଭିବୃଦ୍ଧି, ଉନ୍ନତ ମାନର ଜୀବନ ଏବଂ ଉନ୍ନତ ସୁଯୋଗ ସୃଷ୍ଟି କରିବାକୁ ଡିଜିଟାଲ ଉଦ୍ୟୋଗଗୁଡିକର ବିସ୍ତାରକୁ ପ୍ରୋତ୍ସାହନ ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଜ 2020- ସାମାଜିକ ସଶକ୍ତିକରଣ ପାଇଁ ଉତ୍ତରଦାୟୀ ଏଆଇ 2020'ର ଉଦଘାଟନ କରିବା ସମୟରେ ଇଲୋକ୍ଟ୍ରୋନିକ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସମେତ କମ୍ୟୁନିକେସନ ଆଣ୍ଡ ଲ ଆଣ୍ଡ ଜଷ୍ଟିସ, ପ୍ରଫେସର ରାଜା ରେଡ୍ଡି, ଆମେରିକାର ରାଷ୍ଟ୍ରପତିଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା କମିଟି , ଆରଆଇଏଲର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଆଇବିଏମ୍ ଇଣ୍ଡିଆର ସିଇଓ ଡକ୍ଟର ଅରବିନ୍ଦ କୃଷ୍ଣ, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ , ଇଲୋକ୍ଟ୍ରୋନିକ ଏବଂ ଆଇଟି ମନ୍ତ୍ରାଳୟରର ସଚିବ ଆଦି ସାମିଲ ଥିଲେ ।

କୃତ୍ରିମ ବୁଦ୍ଧିମତା ମାନବୀୟ ବୌଦ୍ଧିକ ଶକ୍ତିର ଉପହାର । ଚିନ୍ତା କରିବାର ଶକ୍ତି ଯୋଗୁଁ ମାନବ ବିଭିନ୍ନ ପ୍ରକାର ଉପକରଣ ଓ ପ୍ରଯୁକ୍ତି ବିକାଶ କରିପାରିଛି । ଏଥି ମଧ୍ୟରୁ ବେଶୀ ଚର୍ଚ୍ଚିତ ହୋଇଛି ଏଆଇ । ମାନବ ଓ ଏଆଇ ଏକାଠି ହୋଇ କାମ କଲେ ପୃଥିବୀ ବେଶ ଲାଭବାନ ହେବ ।

ଅକ୍ଟୋବର 5ରୁ 9 ମଧ୍ୟରେ ଏହି ସମ୍ମିଳୀରେ 45 ଅଧିବେଶନ ହେବ । ଏଥିରେ ପ୍ରାୟ 300 ବକ୍ତାଙ୍କ ଅଂଶଗ୍ରହଣ କରିବେ ।

ଇତିହାସର ପ୍ରତିଟି ପଦକ୍ଷେପରେ ଜ୍ଞାନ ଓ ଶିକ୍ଷାରେ ଭାରତ ବିଶ୍ବରେ ନେତୃତ୍ବ ଦେଇଆସିଛି । ଆଜିର ସୂଚନା ପ୍ରଯୁକ୍ତି ଯୁଗରେ ଭାରତର ଆଖିଦୃଶିଆ ଅବଦାନ ରହିଛି । ପ୍ରଯୁକ୍ତି କ୍ଷେତ୍ରରେ କିଛି ଭାରତୀୟ ପ୍ରଯୁକ୍ତିବିତ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଶ୍ବ ସୂଚନା ପ୍ରଯୁକ୍ତି ଶିଳ୍ପ ଜଗତରେ ଭାରତ ନିଜକୁ ଶକ୍ତିକେନ୍ଦ୍ର ଭାବେ ଗଢି ତୋଳିଛି । ଆମେ ପ୍ରଯୁକ୍ତି କ୍ଷେତ୍ରରେ ଆଗେଇ ଚାଲିବା ଓ ବିଶ୍ବକୁ ଆନନ୍ଦ ପ୍ରଦାନ କରିବା ବୋଲି ମୋଦି ନିଜ ଉଦବୋଧନରେ କହିଛନ୍ତି ।

ଏକ ସ୍ବାଧୀନ ଅଧ୍ୟୟନ ଅନୁସାରେ ଭାରତର ବାର୍ଷିକ ଅଭିବୃଦ୍ଧି ହାର ବୃଦ୍ଧି କରିବାରେ ଏଆଇର ସାମର୍ଥ୍ୟ ରହିଛି । ଏହା ସାହାର୍ଯ୍ୟରେ ବାର୍ଷିକ 1.3 ପ୍ରତିଶତ ହାରର ବୃଦ୍ଧି ହେଲେ 2035 ସୁଦ୍ଧା ଭାରତ ଅର୍ଥନୀତି 957 ବିଲିୟନ ଡ଼ଲାରରେ ପରିଣତ ହୋଇପାରେ ।

ସେହିଭଳି ବୈଶ୍ବିକ ସ୍ତରରେ 2030 ସୁଦ୍ଧା AI ଉତ୍ପାଦନରେ 15.7 ଟ୍ରିଲିୟନ୍ ଡଲାରକୁ ଅନଲକ୍ କରିବ । ଏବଂ ଏହା କେବଳ ଅର୍ଥନୀତିକୁ ବୁଷ୍ଟର ଦେବାକୁ କ୍ଷମତା ରଖିନି ବରଂ ସମଗ୍ର ବିଶ୍ବରର ଜୀବିକାରେ ମଧ୍ୟ ଉନ୍ନତି ଆଣିପାରିବ ବୋଲି ଡ. ଅପବିନ୍ଦ କ୍ରିଷ୍ଣା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.