ETV Bharat / business

ଭାରତର ଅଭିବୃଦ୍ଧି ଆକଳନ 10 ପ୍ରତିଶତକୁ ହ୍ରାସ କଲା ADB

author img

By

Published : Jul 20, 2021, 7:59 PM IST

ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନ 10 ପ୍ରତିଶତକୁ ହ୍ରାସ କଲା ADB । ପୂର୍ବରୁ ADB 11 ପ୍ରତିଶତ ଅଭିବୃଦ୍ଧି ନେଇ ପୂର୍ବାନୁମାନ କରିଥିଲା । ଅଧିକ ପଢନ୍ତୁ...

ଭାରତର ଅଭିବୃଦ୍ଧି ଆକଳନ 10 ପ୍ରତିଶତକୁ ହ୍ରାସ କଲା ADB
ଭାରତର ଅଭିବୃଦ୍ଧି ଆକଳନ 10 ପ୍ରତିଶତକୁ ହ୍ରାସ କଲା ADB

ନୂଆଦିଲ୍ଲୀ: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ମଙ୍ଗଳବାର ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନ 10 ପ୍ରତିଶତକୁ ହ୍ରାସ କରିଛି । ADB ଏହାପୂର୍ବରୁ ଏପ୍ରିଲରେ ଅଭିବୃଦ୍ଧି ହାର 11 ପ୍ରତିଶତ ରହିବାକୁ ଅନୁମାନ କରିଥିଲା । ମହମାରୀ ଯୋଗୁଁ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଥିବା କାରଣରୁ ଭାରତର ଅଭିବୃଦ୍ଧି ଜନିତ ପୂର୍ବାନୁମାନକୁ ହ୍ରାସ କରିଛି ADB ।

ଏସିଆନ ଡେଭଲେପମେଣ୍ଟ ଆଉଟଲୁକ (ADO)ରେ କୁହାଯାଇଛି କି ମାର୍ଚ୍ଚ 2021ରେ ଶେଷ ହୋଇଥିବା ଆର୍ଥିକ ବର୍ଷର ଅନ୍ତିମ ତ୍ରୟ ମାସରେ ଭାରତର ମୋଟ ଘରୋଇ ଉତ୍ପାଦ(GDP) ବୃଦ୍ଧି ଦର 1.6 ପ୍ରତିଶତ ଥିଲା । ଯେଉଁଥିପାଇଁ ଅଭିବୃଦ୍ଧି ହାର 8 ପ୍ରତିଶତ ପୂର୍ବାନୁମାନ କରାଯାଇଥିଲା । ମାତ୍ର 7.3 ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଥିଲା ରାଷ୍ଟ୍ର ।

ପ୍ରାରମ୍ଭିକ ସଙ୍କେତରୁ ଏହା ଜଣାପଡୁଛି କି ଲକଡାଉନ କଟକଣା କୋହଳ ପରେ ଆର୍ଥିକ ଗତିବିଧି ପୁଣିଥରେ ଆରମ୍ଭ ହୋଇଯାଇଛି । ହେଲେ ପୂର୍ବ ଅଭିଜ୍ଞତାରୁ ADO 11 ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାର ଅନୁମାନକୁ ହ୍ରାସ କରି 10 ପ୍ରତିଶତ କରିଛି ।

ଏହାବ୍ୟତୀତ 2022-23 ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ପୂର୍ବାନୁମାନକୁ 7 ପ୍ରତିଶତରୁ 7.5 ପ୍ରତିଶତ ବୃଦ୍ଧି କରିଛି ଏଡିବି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.