ETV Bharat / business

ବଜେଟ: ଅର୍ଥମନ୍ତ୍ରୀଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ - ବଜେଟ

ଜୁଲାଇ 5 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ଆର୍ଥିକ ବଜେଟ ଉପସ୍ଥାପନ କରିବେ । ତେବେ ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରଦ କରି ଏକ ସନ୍ତୁଳିତ ବଜେଟ୍ ଉପସ୍ଥାପନ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

ଫାଇଲ ଫଟୋ
author img

By

Published : Jul 5, 2019, 11:06 AM IST

ନୂଆଦିଲ୍ଲୀ: ପାଖାପାଖି ବିଗତ 5 ଦଶନ୍ଧିରେ ପ୍ରଥମ ଥର ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । ଏହା ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ତୁଲାଇଛନ୍ତି ସେ । କେତେବେଳେ ରକ୍ଷାମନ୍ତ୍ରୀ ଭାବେ ଯୁ୍ଦ୍ଧ ବିମାନରେ ବସିଛନ୍ତି ତ ଆଉ କେତେବେଳେ ପାର୍ଟି ପ୍ରବକ୍ତା ଭବେ କାର୍ଯ୍ୟ ସମ୍ଭାଳିଛନ୍ତି ।

ବର୍ତ୍ତମାନ କିନ୍ତୁ ସୀତାରମଣ ତାଙ୍କ ଜୀବନରେ ସବୁଠୁ କଠିନ ସମୟର ସମ୍ନା କରିବାକୁ ଯାଉଛନ୍ତି । ଏପଟେ ଗତ ମେ 31 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ଘଣ୍ଟା ଭିତରେ ଭାରତର ଆର୍ଥିକ ସ୍ଥିତି ନେଇ ଖରାପ ଖବର ପହଞ୍ଚି ଥିଲା । ଫଳରେ ଆଗାମୀ ଦିନରେ ଦେଶର ଆର୍ଥନିତାକୁ ଟ୍ରାକକୁ ଆଣିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଥିଲା ।

ଜୁଲାଇ 5 ତାରିଖରେ ନିର୍ମଳା ଏକ ନୂଆ ତଥା ପ୍ରମୁଖ ଭୂମିକାରେ ନିଜକୁ ପ୍ରସ୍ତୁତ କରିବେ । ନିର୍ମଳା ଏପରି ଏକ ସମୟରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି, ଯେଉଁ ସମୟରେ ଅର୍ଥ ବ୍ୟବସ୍ଥା ଦୁର୍ବଳ ରହିଛି । କାରଣ ଗତ ତୈମାସିକ ଆର୍ଥିକ ରିପୋର୍ଟ ମୁତାବକ ଗତ 5 ବର୍ଷ ମଧ୍ୟରେ ଦେଶର ଜିଡିପି ସର୍ବକାଳୀନ ନ୍ୟୁନକୁ ଆସି 5.8 ରହିଛି ।

ପ୍ରଧାନ ମନ୍ତ୍ରୀ ମୋଦି ଚାଷୀଙ୍କ ହିତରେ ଘୋଷଣା କରିଥିବା କଲ୍ୟାଣକରୀ ଯୋଜନା ଅନ୍ତର୍ଗତ 87 ହଜାର କୋଟି ଟଙ୍କା ପାଇଁ ନିର୍ମଳାଙ୍କୁ ଅର୍ଥ ବ୍ୟୟ ବରଦା କରିବାକୁ ଥିବା ବେଳେ ବିତ୍ତୀୟ ନିଅଣ୍ଟ 5.8 ରହିଛି । ସରକାର ଅନେକ ଯୋଜନା ଘୋଷଣା କରିଥିବା ବେଳେ ସେ ସବୁକୁ ଅର୍ଥ ବ୍ୟୟ ବରାଦ କରିବା ନିର୍ମଳାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.