ନୂଆଦିଲ୍ଲୀ: ବନ୍ଦ ହେବ ୟାହୁର ସୋସିଆଲ ପ୍ଲାର୍ଟଫର୍ମ ୟାହୁ ଗ୍ରୁପ । ଗତ କିଛି ବର୍ଷ ଧରି ବ୍ୟବହାରରେ ଲଗାତାର ହ୍ରାସର ସାମ୍ନା କରିବା ପରେ କମ୍ପାନୀ ଡିସେମ୍ବର 15ରୁ ଏହାର ସୋସିଆଲ ପ୍ଲାର୍ଟଫର୍ମ ବନ୍ଦ ନେଇ ଘୋଷଣା କରିଛି ।
2017ରେ ୟାହୁକୁ କିଣିଥିବା ବେରିଜୋନ ମଙ୍ଗଳବାର ଏ ନେଇ ଘୋଷଣା କରିଛି । ୟାହୁ ୱେବ ତତ୍କାଳୀନ ସମୟର ସବୁଠୁ ବଡ ମେସେଜ ବୋର୍ଡ ସିଷ୍ଟମ ରହିଥିଲା । ଯାହାକି ଚଳିତ ବର୍ଷର ଶେଷ ସୁଦ୍ଧା ନିଜର ଯାତ୍ରା ସମାପ୍ତ କରିବାକୁ ଯାଉଛି ।
କମ୍ପାନୀ ନିଜର ୱେବସାଇଟରେ ଜାରି କରିଥିବା ଏକ ମେସଜରେ କହିଛି କି, ‘‘ ୟାହୁ ଗ୍ରୁପ ଗତ କେଇ ବର୍ଷ ଧରି ବ୍ୟବହାରରେ ହ୍ରାସର ସାମ୍ନା କରୁଛି । ଏହି ଅବଧିରେ ଦେଖିବାକୁ ମିଳିଛି କି ଗ୍ରାହକ ପ୍ରିମିୟମ ଓ ବିଶ୍ବାସନୀୟ ସାମଗ୍ରୀ ଚାହାନ୍ତି । ଯଦିଓ ଏଭଳି ନିର୍ଣ୍ଣୟ ନେବା କେବେବି ସହଜ ନୁହେଁ କିନ୍ତୁ ଆମେ କେବେ କେବେ କେବେ ସେହି ପ୍ରଡକ୍ଟ ବିଷୟରେ କଠିନ ନିର୍ଣ୍ଣୟ ନେବା ଦରକାର ଯାହା ଆମର ଦୀର୍ଘକାଳୀନ ରଣନୀତି ପାଇଁ ଠିକ ଅଟେ । ଏବେ ଆମ ବ୍ୟବସାୟ ଅନ୍ୟ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ ।’’
ୟାହୁ ଗ୍ରୁପ ସର୍ବିସ 2001 ରେ ଆରମ୍ଭ ହୋଇଥିଲା । ଆଉ ଏହା ରେଡିଟ, ଗୁଗୁଲ ଗ୍ରୁପ୍ସ ଓ ଫେସବୁକ ଗ୍ରୁପ୍ସ ବିପକ୍ଷରେ ସୁଦୃଢ ସହ ଠିଆ ହୋଇପାରିନାହିଁ ।