ETV Bharat / business

ଭଲ ରିଟର୍ଣ୍ଣ ପାଇଁ ULIPରେ କରନ୍ତୁ ନିବେଶ, ଜାଣନ୍ତୁ ଏହାର ଫାଇଦା

ଆଜିକାଲି ନିବେଶର ଅନେକ ବିକଳ୍ପ ରହିଛି । ହେଲେ ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ବିକଳ୍ପକୁ ହିଁ ବାଛିବା ଜରୁରୀ । ଏପରିସ୍ଥଳେ ଦୀର୍ଘକାଳୀନ ନିବେଶ ଅଭିବୃଦ୍ଧି ପାଇଁ ୟୁନିଟ୍-ଆଧାରିତ ବୀମା ନୀତି (ULIP)କୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଜାଣନ୍ତୁ କଣ ରହିଛି ଏହାର ଫାଇଦା

ଭଲ ରିଟର୍ଣ୍ଣ ପାଇଁ ULIPରେ କରନ୍ତୁ ନିବେଶ, ଜାଣନ୍ତୁ ଏହାର ଫାଇଦା
ଭଲ ରିଟର୍ଣ୍ଣ ପାଇଁ ULIPରେ କରନ୍ତୁ ନିବେଶ, ଜାଣନ୍ତୁ ଏହାର ଫାଇଦା
author img

By

Published : Jan 27, 2022, 3:22 PM IST

ହାଇଦ୍ରାବାଦ: ଯେମିତିକି ଆପଣମାନେ ଜାଣନ୍ତି, ଆଜିକାଲି ନିବେଶର ଅନେକ ବିକଳ୍ପ ରହିଛି । ଏପରିସ୍ଥଳେ ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ବିକଳ୍ପକୁ ହିଁ ବାଛିବା ଜରୁରୀ । ଅନେକ ଲୋକ ଦୀର୍ଘକାଳୀନ ନିବେଶ ଅଭିବୃଦ୍ଧି ପାଇଁ ୟୁନିଟ୍-ଆଧାରିତ ବୀମା ନୀତି (ULIP)କୁ ବାଛନ୍ତି । ଯଦିଓ ଟିକସ ସଞ୍ଚୟ(tax savings) ପାଇଁ ବ୍ୟାଙ୍କ ଫିକ୍ସଡ୍ ଜମା(bank fixed deposits) ଏବଂ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ELSS) ପରି ଅନେକ ସ୍କିମ୍ ରହିଛି । ହେଲେ ULIP ଅଧିକ ସୁବିଧା ପ୍ରଦାନ କରୁଥିବାରୁ ଏହାକୁ ଅଗ୍ରାଧିକାର ଦେଉଛନ୍ତି ନିବେଶକ । ତେବେ ୟୁନିଟ୍ ଆଧାରିକ ବୀମା ପଲିସି ବା ULIP ସେତେବେଳେ ବାଛନ୍ତୁ, ଯେତେବେଳେ ବୀମା ସୁରକ୍ଷା, ମାର୍କେଟ ଆକ୍ସେସ(market access) ଏବଂ ଟ୍ୟାକ୍ସ ସଞ୍ଚୟ ଗୋଟିଏ ସ୍ଥାନରେ ଥିବ । ଯଦିଓ ଟ୍ୟାକ୍ସ ସେଭିଂ ପାଇଁ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ଏବଂ ELSS ଭଳି ସ୍କିମ୍ ରହିଛି, ହେଲେ ଯେଉଁମାନେ ଦୀର୍ଘକାଳୀନ ନିବେଶରେ ଭଲ ରିଟର୍ଣ୍ଣ ଚାହୁଁଛନ୍ତି ସେମାନେ ୟୁଲିପ ବିକଳ୍ପ ଚୟନ କରିବା ଉଚିତ୍ । କାରଣ ଏଥିରେ ଅନେକ ପ୍ରକାର ସୁବିଧା ରହିଛି ଯେମିତିକି...

ଟିକସରେ ରିହାତି( Tax deduction): ଆୟକର ଅଧିନିୟମର ଧାରା 80C ଏକ ନିର୍ଦ୍ଦିଷ୍ଟ ସୀମା ଯାଏଁ ୟୁଲିପରେ ଦିଆଯାଇଥିବା ପ୍ରିମିୟମକୁ ଛାଡ କରେ । ଏହାବ୍ୟତୀତ ଧାରା 80CC ଅନୁଯାୟୀ, ପେନସନ ପ୍ଲାନରେ ମଧ୍ୟ ପ୍ରିମିୟର ଛାଡ ହୋଇଥାଏ । ହେଲେ ଧ୍ୟାନ ରଖିବେ 80 C ଏବଂ 80CC ଧାରା ଅଧିନରେ ଆପଣ 1,50,000 ଟଙ୍କା ଯାଏଁ ନିବେଶ କରିପାରିବେ । ପଲିସି ପାଇଁ ପଇଠ ହେଉଥିବା ବାର୍ଷିକ ପ୍ରିମିୟମ ପଲିସି ମୂଲ୍ୟର ୧୦ ପ୍ରତିଶତଠୁ ଯେପରି ଅଧିକ ନ ହୁଏ ।

ଆଂଶିକ ଉଠାଣ(Partial withdrawal) : ULIP ପାଇଁ ଲକ୍ ଇନ ପିରିୟଡ ୫ ବର୍ଷ ଅଟେ । ହେଲେ ଏହି ସମୟ ମଧ୍ୟରେ ପଲିସିଧାରକ ଏଥିରୁ କିଛି ଅର୍ଥ ଆଶିଂକ ଭାବେ ଉଠାଇ ପାରିବେ । ଉଠାଣ ରାଶି ପରିମାଣ ମୋଟ ଫଣ୍ଡ ମୂଲ୍ୟର ୨୦ ପ୍ରତିଶତରୁ ଅଧିକ ନ ହେବା ଉଚିତ୍ । ଯଦି ୫ ବର୍ଷ ପରେ ଆପଣଙ୍କ ଫଣ୍ଡର ଭ୍ୟାଲୁ ୨ ଲକ୍ଷ ଟଙ୍କା ହେଉଥିବା ତେବେ ଏଥିରୁ ୪୦ ହଜାର ଟଙ୍କା ଉଠାଣ କରାଯାଇପାରିବ । ବୀମା କମ୍ପାନୀ ଏହା ଉପରେ ଲିମିଟ୍ ସ୍ଥିର କରିଥାଇପାରେ, ଏଣୁ ପଲିସି ନେବା ପୂର୍ବରୁ ଏହି ପ୍ରାବଧାନ ବାବଦରେ ଅବଗତ ହେବା ଜରୁରୀ ।

ପରିପକ୍ବତା(Maturity): ୟୁଲିପ ପଲିସିର ପରିପକ୍ୱତା ଉପରେ ଆୟକର ଅଧିନିୟମର ଧାରା 10 (10D) ଅନୁଯାୟୀ ଛାଡ ମିଳିଥାଏ । ୨୦୧୨ ଏପ୍ରିଲ ୧ ପରେ ନିଆଯାଇଥିବା ପଲିସି ଉପରେ ଦିଆଯାଉଥିବା ବାର୍ଷିକ ପ୍ରିମିୟମ ପଲିସି ମୂଲ୍ୟର ୧୦ ପ୍ରତିଶତରୁ କମ୍ ହେବା ଜରୁରୀ । ଏହାପୂର୍ବରୁ ନିଆଯାଇଥିବା ପଲିସିଗୁଡିକ ପାଇଁ ପ୍ରିମିୟମ ୨୦ ପ୍ରତିଶରୁ କମ୍ ନ ହେବା ଉଚିତ୍ । ଯଦି ପଲିସିଧାରକଙ୍କ ପରିପକ୍ବତା ପୂର୍ବରୁ ମୃତ୍ୟୁ ହୋଇଯାଏ, ତେବେ କ୍ଷତିପୂରଣ ଟିକସରେ କାଟ୍ ହୋଇଥାଏ ।

ଅତିରିକ୍ତ ଦେୟ(Paying extra) : ଅତିରିକ୍ତ ଦେୟ ପ୍ରଦାନକାରୀ ପଲିସିଧାରକଙ୍କ ଏହା ଧ୍ୟାନ ରଖିବା ଜରୁରୀ ଯେ, ଯଦି ନୂତନ ଭାବେ ନିଆଯାଇଥିବା ୟୁନିଟ୍ ଆଧାରିତ ବୀମା(ULIPs) ପଲିସି ପାଇଁ ପଇଠ ବାର୍ଷିକ ପ୍ରିମିୟମ ୨.୫ ଲକ୍ଷ ଟଙ୍କାରୁ ଅଧିକ ଅଟେ, ତେବେ ଏଥିରୁ ସୃଷ୍ଟି ଆୟରୁ ଟ୍ୟାକ୍ସ କଟି ନଥାଏ ।

କହିରଖୁଛୁ କି, ୟୁଲିପର ଅନ୍ୟ କେତେଗୁଡିଏ ଲାଭ ମଧ୍ୟ ରହିଛି । ଏହା ଆପଣଙ୍କୁ ଇକ୍ବିଟି ଏବଂ ଡେବ୍ଟରେ ନିବେଶ ସୁଯୋଗ ପ୍ରଦାନ କରିଥାଏ । ଯେଉଁ ବ୍ୟକ୍ତି ହାଇ ରିସ୍କ ଉଠାଇ ପାରିବେ, ସେମାନେ ନିବେଶ ପାଇଁ ଇକ୍ବିଟି ଫଣ୍ଡକୁ ଚୟନ କରିବା ଶ୍ରେୟସ୍କର । ହେଲେ ଯେଉଁମାନେ ମଡରେଟ୍ ରିସ୍କ(moderate risk) ନେବାକୁ ସକ୍ଷମ ସେ ଡେବ୍ଟ ଫଣ୍ଡରେ ନିବେଶ କରିବା ଉଚିତ୍ । ଯଦି ଆପଣ ରିସ୍କ ଫ୍ରି ବା ବିପଦମୁକ୍ତ ନିବେଶ ଚାହୁଁଛନ୍ତି ତେବେ ସରକାରୀ ପ୍ରତିଭୂତି, ଫିକ୍ସ ଇନକମ୍ ସିକ୍ୟୁରିଟିଜ ଏବଂ କର୍ପୋରେଟ ବଣ୍ଡ ଆଦି ବିକଳ୍ପ ବାଛିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.