ETV Bharat / business

Demat accountରେ ନୋମିନି ରଖିବା କାହିଁକି ଜରୁରୀ ?

author img

By

Published : Jan 28, 2022, 1:50 PM IST

ଯଦି ଆପଣ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି ତେବେ Demat account ଖୋଲିବା ବାଧ୍ୟତାମୂଳକ । ତେବେ ପୂର୍ବାପେକ୍ଷା ଏହି ଆକାଉଣ୍ଟରେ ଏବେ ନୋମିନି ସାମିଲ କରିବା ସହଜସାଧ୍ୟ ହୋଇଛି । ତେବେ ଜାଣନ୍ତୁ Demat accountରେ ନୋମିନି ନାମ ରଖିବା କାହିଁକି ଜରୁରୀ ।

Demat accountରେ ନୋମିନି ରଖିବା କାହିଁକି ଜରୁରୀ ?
Demat accountରେ ନୋମିନି ରଖିବା କାହିଁକି ଜରୁରୀ ?

ହାଇଦ୍ରାବାଦ: ବିଗତ ଦିନରେ ନିବେଶକଙ୍କୁ ମାଲାମାଲ କରିଛି ଶେୟାର ବଜାର । ପୁଞ୍ଜି ବଜାର ଶୀର୍ଷ ଛୁଇଁବା ସହ ବହୁସଂଖ୍ୟକ ଲୋକେ ମାର୍କେଟରେ ନିବେଶ ପାଇଁ ଆଗେଇ ଆସୁଛନ୍ତି । ଯଦି ଆପଣ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଟ୍ରେଡିଂ କରିବାକୁ ଚାହାଁନ୍ତି ତେବେ Demat account(ଡିମାଟ ଆକାଉଣ୍ଟ) ଜରୁରୀ । ପୂର୍ବରୁ ଡିମାଟ ଏବଂ ଟ୍ରେଡିଂ ଆକାଉଣ୍ଟ ଖୋଲିବା ଏକ ଜଟିଳ ପ୍ରକ୍ରିୟା ଥିଲା । ହେଲେ ଏବେ ଟେକ୍ନୋଲୋଜି ସାହାଯ୍ୟରେ ଚୁଟ୍‌କିରେ ଖୋଲିଯାଉଛି ଏହି ଆକାଉଣ୍ଟ । ଆକାଉଣ୍ଟରେ ନୋମିନି ସାମିଲ କରିବା ମଧ୍ୟ ପୂର୍ବାପେକ୍ଷା ଅଧିକ ସହଜ ହୋଇଛି । ଡିମାଟ ଆକାଉଣ୍ଟରେ ନୋମିନି ରଖିବା ଅନିର୍ବାର୍ଯ୍ୟ ଅଟେ । ତେବେ ଜାଣନ୍ତି କି ଏପରି କାହିଁକି ?

Demat account, ଆପଣଙ୍କ ଶେୟାର ସାର୍ଟିଫିକେଟ ଏବଂ ଇଲକ୍ଟ୍ରୋନିକ ଫର୍ମାଟରେ ସଂରକ୍ଷିତ ଅନ୍ୟ ପ୍ରତିଭୂତି ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ସଦୃଶ ଅଟେ । NSE କାରବାର ପାଇଁ ୧୯୯୬ ମସିହାରେ ଏହି ଆକାଉଣ୍ଟ ବିକଶିତ ହୋଇଥିଲା । ଏହା ପେପରଲେସ୍ ଟ୍ରେଡିଂ ପାଇଁ ଉଦ୍ଧିଷ୍ଟ । ଆଜିକା ସମୟରେ ଡିମାଟ ଆକାଉଣ୍ଟ ପାଇଁ କୌଣସି କାଗଜପତ୍ର ଯାଞ୍ଚ କରାଯାଏ ନାହିଁ ।

ଡିମାଟ ନୋମିନି(Demat nominee): ଯେତେବେଳେ ଆପଣ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତି, ଫିକ୍ସ ଡିପୋଜିଟ୍ କରନ୍ତି କିମ୍ବା କୌଣସି ବୀମା ନିଅନ୍ତି, ସେହି ସମୟରେ ନୋମିନି ନାମ ଦିଆଯାଇଥିବା ସ୍ତମ୍ଭରେ ଉଲ୍ଲେଖ କରିବା ଆବଶ୍ୟକ । ଏହା ଜରୁରୀ କାରଣ ପର ମୁହୂର୍ତ୍ତରେ ଆପଣଙ୍କ ସହ କ'ଣ ଘଟିବ ତାହା କେହି କହିପାରିବେ ନାହିଁ । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ, ନିବେଶ ସଂସ୍ଥା ଏବଂ ଆର୍ଥିକ ଅନୁଷ୍ଠାନ ନୋମିନ ନାମ ସାମିଲ କରିବା ବାଧ୍ୟତାମୂଳକ କରିଛନ୍ତି ।

ଯଦି ଆପଣ ଡିମାଟ ଆକାଉଣ୍ଟ ଖୋଲିବା ସମୟରେ ନିଜ ବାପାମାଆ, ସନ୍ତାନ କିମ୍ବା ଭାଇ-ଭଉଣୀଙ୍କୁ ନୋମିନ ରଖୁନାହାନ୍ତି ତେବେ ଆବଶ୍ୟକସ୍ଥଳେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ଯଦି ମୃତ୍ୟୁ ହୁଏ, ତେବେ ଟଙ୍କା ଉପରେ ଦାବି କରିବା ଅଧିକାର ନୋମିନଙ୍କ ଥାଏ, ହେଲେ ନୋମିନି ନାମ ଉଲ୍ଲେଖ କରିନଥିଲେ ଏହି ଅର୍ଥ ଆପଣଙ୍କ ପରିବାରକୁ ସହଜରେ ମିଳିନଥାଏ । ସେଥିପାଇଁ ନୋମିନି ନାମ ଭରିବା ନିତାନ୍ତ ଜରୁରୀ । ଏହାବ୍ୟତୀତ ଆପଣ କେତେ ପ୍ରତିଶତ ଅର୍ଥ କେଉଁ ନୋମିନିଙ୍କୁ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିପାରିବେ ।

ଡିମାଟ ଆକାଉଣ୍ଟରେ ନୋମିନି ଅଧିକାର (Demat account nominee rights) :

ଯଦି ଆପଣଙ୍କ ଆକାଉଣ୍ଟ ଏବଂ ନିବେଶ ପାଇଁ କୌଣସି ନୋମିନି ନାହାନ୍ତି ତେବେ ଆପଣଙ୍କ ଉତ୍ତରାଧିକାରୀଙ୍କୁ ଅପ୍ରତ୍ୟାଶିତ ଘଟଣାରେ ଟଙ୍କା କ୍ଲେମ ପାଇଁ ଅନେକ କଠିନ ସ୍ଥିତି ଦେଇ ଗତି କରିବାକୁ ପଡିପାରେ । ତାଙ୍କୁ ନୋମିନି ସାବ୍ୟସ୍ତ କରିବା ପାଇଁ ସମ୍ପତ୍ତି ଦସ୍ତାବିଜ୍ ଏବଂ ବିଭିନ୍ନ ପ୍ରମାଣପତ୍ରର ଆବଶ୍ୟକତା ପଡିବ । ଏପରି ସ୍ଥିତିରୁ ଦୂରେଇ ରହିବାକୁ ହେଲେ ଡିମାଟ ଆକାଉଣ୍ଟ ଖୋଲିବା ସମୟରେ ନୋମିନିଙ୍କ ନାମ ସାମିଲ କରିବା ଆବଶ୍ୟକ । ନିୟମ ଅନୁସାରେ, ଆପଣ ଏକାଧିକ ନୋମିନି ନାମାଙ୍କିତ କରିପାରିବେ ।

ସେଣ୍ଟ୍ରାଲ ଡିପୋଜିଟାରୀ ସର୍ଭିସ ଲିମିଟେଡ ନୋମିନେସନ ଅନଲାଇନ(Central Depository Services Limited (CDSL) nomination online): ଡିଜିଟାଲ ଭାବେ ଡିମାଟ ଆକାଉଣ୍ଟ ଖୋଲିବା ସମ୍ଭବପର । ଏଥିପାଇଁ ନୋମିନି ସାମିଲ କରିବାକୁ ଅଲଗା ଆବେଦନ କରିବାକୁ ହୁଏ । ନିକଟରେ ସେବି ଏହି ନିୟମରେ କିଛି ସଂଶୋଧନ କରିଛି । ଇ-ସାଇନ ଜରିଆରେ ନୋମିନିଙ୍କୁ ଏଥିରେ ସାମିଲ କରାଯାଇପାରିବ । ୨୦୨୧ ଅକ୍ଟୋବର ୧ରୁ ଡିମାଟ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିବିଶେଷ ନୋମିନି ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ।

ଯେଉଁ ଲୋକ ଡିମାଟ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ନିଜ ନୋମିନି ନାମ ପରିବର୍ତ୍ତନ କରିପାରିବେ ଅଥବା ନୋମିନି ସଂଖ୍ୟା ବଢାଇପାରିବେ । ହେଲେ ଯେଉଁମାନେ ଜଏଣ୍ଟ ଆକାଉଣ୍ଟ ଖୋଲିଛନ୍ତି, ସେମାନଙ୍କୁ ନୋମିନି ନାମ ବଦଳାଇ ଲାଗି ଉଭୟ ପାର୍ଟନରଙ୍କ ଦସ୍ତଖତ ଆବଶ୍ୟକ । ଡିପି ବା Depository Participantଙ୍କ ନିକଟରେ ନୋମିନିଙ୍କ ନାମ ନିର୍ଦ୍ଧାରିତ ଆବେଦନ ପତ୍ରରେ ଉଲ୍ଲେଖ କରି ଜମା କରିବାକୁ ପଡିବ । ଏଥିପାଇଁ ସାକ୍ଷୀଙ୍କ ହସ୍ତାକ୍ଷର ମଧ୍ୟ ଆବଶ୍ୟକ ହୋଇଥାଏ ।

Demat accountରେ ନୋମିନି ନାମ ସାମିଲ ପାଇଁ ଶେଷ ତାରିଖ: ଭାରତୀୟ ପ୍ରତିଭୂତି ଏବଂ ବିନିୟମ ବୋର୍ଡ(SEBI) ଅନୁଯାୟୀ, Demat account ଗ୍ରାହକ ନିଜ ଆକାଉଣ୍ଟ ପାଇଁ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ନୋମିନେଶନ ଜମା କରିବା ଆବଶ୍ୟକ । ଅନ୍ୟଥା ଆପଣଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ । ଏଥିପାଇଁ ଡିମାଟ ଆକାଉଣ୍ଟରେ ନୋମିନି ନାମ ଅଛି କି ନାହିଁ ତୁରନ୍ତ ତାହା ଯାଞ୍ଚ କରନ୍ତୁ ଏବଂ ନଥିଲେ ଉଲ୍ଲେଖ କରନ୍ତୁ । ଧ୍ୟାନ ଦେବେ କି, ନୋମିନି ନାମ ଯେକୌଣସି ସମୟରେ ପରିବର୍ତ୍ତନ କରାଯାଇପାରିବ । CDSLର ବ୍ୟବସାୟିକ ମୁଖ୍ୟ ରାମକୁମାର ଏନେଇ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.