ETV Bharat / business

ଅଗଷ୍ଟରେ 20.7 ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ କରିଛି WhatsApp

author img

By

Published : Oct 2, 2021, 9:11 AM IST

WhatsApp ଅଗଷ୍ଟ ମାସରେ 20.7 ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ କରିଛି । ନିଜ ପ୍ଲାଟଫର୍ମରେ ଅନଲାଇନ ଦୂରୁପଯୋଗ ରୋକିବା ଓ ଉପଭୋକ୍ତାଙ୍କ ସୁରକ୍ଷା ଏବଂ ଉନ୍ନତ ଅନୁଭବ ପ୍ରଦାନ ପାଇଁ ଆକାଉଣ୍ଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଥିବା କହିଛି ଏହି ମେସେଜିଂ ପ୍ଲାଟଫର୍ମ । ଅଧିକ ପଢନ୍ତୁ...

ଅଗଷ୍ଟରେ 20.7 ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ କଲା WhatsApp

ନୂଆଦିଲ୍ଲୀ: ଗୋଟିଏ ମାସରେ ବ୍ୟାନ ହେଲା ୨୦ ଲକ୍ଷରୁ ଊର୍ଦ୍ଧ୍ବ ହ୍ବାଟ୍ସଆପ ଆକାଉଣ୍ଟ । ଅଗଷ୍ଟରେ ୨୦.୭ ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ହ୍ବାଟ୍ସଆପ । ନିକଟରେ ଏହି ମେସେଜିଂ ପ୍ଲାଟଫର୍ମ ଏକ ରିପୋର୍ଟ ଜାରି କରି କହିଛି କି, ଇତିମଧ୍ୟରେ ତାଙ୍କୁ e-mails ଏବଂ ଅଭିଯୋଗ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା mail ଜରିଆରେ ୪୨୦ଟି ଅଭିଯୋଗ ମିଳିଛି ଏବଂ ପ୍ଲାଟଫର୍ମ ସେଥିମଧ୍ୟରୁ 41ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନୂଆ IT ନିୟମ ଅଧୀନରେ ୨ ଲକ୍ଷ ୭୦ ହଜାର ଭାରତୀୟ ଆକାଉଣ୍ଟ ବ୍ୟାନ କରିଥିବା କହିଛି ହ୍ବାଟ୍ସଆପ ।

ସେହିସବୁ ଭାରତୀୟ ଆକାଉଣ୍ଟଗୁଡିକର ଚିହ୍ନଟକରଣ ଫୋନ ନମ୍ବରରୁ କରାଯାଇଛି । ଏହାପୂର୍ବରୁ ଫେସବୁକର ମାଲିକାନା କମ୍ପାନୀ ହ୍ବାଟ୍ସଆପ କହିଛି ଯେ ଯେଉଁ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେଥିମଧ୍ୟରୁ 95 ପ୍ରତିଶତରୁ ଅଧିକ ସ୍ବୟଂଚାଳିତ ତଥା ସ୍ପାମ୍ ମେସେଜ ପ୍ରେରଣ ମାମଲାରେ ଜଡିତ ଅଛନ୍ତି । ନିଜ ପ୍ଲାଟଫର୍ମର ଦୂରୁପଯୋଗ ରୋକିବା ପାଇଁ ହ୍ବାଟ୍ସଆପ ବିଶ୍ବବ୍ୟାପୀ ପ୍ରାୟ ୮୦ ଲକ୍ଷ ଆକାଉଣ୍ଟ ଉପରେ ରୋକ୍ ଲଗାଇଛି ।

ଏହାପୂର୍ବରୁ ଜୁନ-ଜୁଲାଇରେ ନୂତନ ଆଇଟି ନିୟମ ଅନୁଯାୟୀ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଆକାଉଣ୍ଟ ଉପରେ ହ୍ବାଟ୍ସଆପ ପ୍ରତିବନ୍ଧକ ଲଗାଇଥିଲା । ଅନଲାଇନ ଦୁରୁପୋଯୋଗ ରୋକିବା, ଅବାଞ୍ଛିତ ମେସେଜ ଉପରେ ଅଙ୍କୁଶ ଲଗାଇଭା, ଉପଭୋକ୍ତାଙ୍କ ଅନୁଭବକୁ ଅଧିକ ଉନ୍ନତ ଏବଂ ସୁରକ୍ଷିତ ରଖିବା ପାଇଁ ସେ ଆକାଉଣ୍ଟଗୁଡିକ ବ୍ୟାନ କରିଛି ।

ଅଗଷ୍ଟ ରିପୋର୍ଟରେ ହ୍ବାଟ୍ସଆପ ଜଣାଇଛି କି, 420 ୟୁଜର୍ସ ରିପୋର୍ଟ ମଧ୍ୟରୁ 105 ଟି ଆକାଉଣ୍ଟ ସପୋର୍ଟ, ୨୨୨ଟି ବ୍ୟାନ ଅପିଲ ପାଇଁ, ଅନ୍ୟ ସପୋର୍ଟ ପାଇଁ ୩୪, ପ୍ରଡକ୍ଟ ସପୋର୍ଟ ପାଇଁ ୪୨ ଏବଂ ୧୭ଟି ସୁରକ୍ଷା ପାଇଁ ଆବେଦନ ଗ୍ରହଣ କରାଯାଇଛି । ଯାହାଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.