ETV Bharat / business

ଏପ୍ରିଲରେ 8.2 ମିଲିୟନ ମୋବାଇଲ ଉପଭୋକ୍ତା ଉଭାନ

ଲକଡାଉନ ମାଡରେ ଏପ୍ରିଲ ମାସରେ 8.2 ମିଲିୟନ ମୋବାଇଲ ଉପଭୋକ୍ତାଙ୍କୁ ହରାଇଛି ଟେଲିକମ କମ୍ପାନୀ । ଏୟାରଟେଲ ଓ ଭୋଡା-ଆଇଡିଆ ଟେଲିକମ କମ୍ପାନୀ ସବୁଠୁ ଅଧିକ ଉପଭୋକ୍ତାଙ୍କୁ ହରାଇବା ସହ ସେମାନଙ୍କ ବଜାର ସେୟାର ହ୍ରାସ ପାଇଛି । ଅଧିକ ପଢନ୍ତୁ..

ଏପ୍ରିଲରେ 8.2 ମିଲିୟନ  ମୋବାଇଲ ଉପଭୋକ୍ତା ଉଭାନ
ଏପ୍ରିଲରେ 8.2 ମିଲିୟନ ମୋବାଇଲ ଉପଭୋକ୍ତା ଉଭାନ
author img

By

Published : Jul 25, 2020, 8:27 PM IST

ନୂଆଦିଲ୍ଲୀ: ଟେଲିକମ ସେକ୍ଟରରକୁ ଲକଡାଉନ ଝଟକା । ଏପ୍ରିଲ ମାସରେ ଟେଲିକମ କମ୍ପାନୀ 8.2 ମିଲିୟନ ମୋବାଇଲ ସବସ୍କ୍ରାଇବରଙ୍କୁ ହରେଇଛି । ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି ଟେଲିକମ ଉପଭୋକ୍ତା ରିପୋର୍ଟରେ ଏନେଇ ପ୍ରକାଶ କରାଯାଇଛି ।

ରିପୋର୍ଟ ମୁତାବକ, ଭାରତୀ ଏୟାରଟେଲ ଓ ଭୋଡାଫୋନ ଲକଡାଉନରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଏସବୁ କମ୍ପାନୀ ବଡ ସଂଖ୍ୟକ ଉପଭୋକ୍ତାଙ୍କୁ ହରାଇଛି । ଏୟାରଟେଲ 5.2 ମିଲିୟନ ଓ ଭୋଡାଫୋନ-ଆଇଡିଆର 4.5 ମିଲିୟନ ଗ୍ରାହକଙ୍କୁ ହରାଇଛି ।

କିନ୍ତୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଏକମାତ୍ର କମ୍ପାନୀ ଭାବେ ଏପ୍ରିଲ ମାସରେ 1.6 ମିଲିୟନ ଗ୍ରାହକଙ୍କୁ ଯୋଡିଛି । ଏଥିସହ କମ୍ପାନୀର ମୋଟ ଗ୍ରାହକଙ୍କ ସଂଖ୍ୟା 38 କୋଟି 90 ଲକ୍ଷ 92 ହଜାର 136 ରହିଛି । ତେବେ ବର୍ତ୍ତମାନ ସମୟରେ ସମୟରେ ଏହା ବଡ ହ୍ରାସ ବୋଲି କୁହାଯାଇଛି ।

ରିଲାଏନ୍ସ ଜିଓର ମାର୍କେଟ ସେୟାର ଏପ୍ରିଲ 30 ସୁଦ୍ଧା 33.85 ପ୍ରତିଶତ ସହ ପ୍ରଥମ ନମ୍ବରରେ ରହିଛିୁ । ଏହା ପଛକୁ ଏୟାରଟେଲର 28.06 ପ୍ରତିଶତ ସହ ଦ୍ବିତୀୟ ନମ୍ବରରେ ଅଛି । ସେହିପରି ଭୋଡାଫୋନ-ଆଇଡିଆର 27.37, ବିଏସଏନଏଲ 10.43 ଏବଂ ଏମଟିଏନଏଲ 0.29 ପ୍ରତିଶତ ସେୟାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.