ନୂଆଦିଲ୍ଲୀ: ଜାପାନର ପ୍ରମୁଖ ଔଷଧ କମ୍ପାନୀ ଟାକେଡା ଫାର୍ମାସ୍ୟୁଟିକାଲ୍ସ ପିଏମ କେୟାର୍ସ ଫଣ୍ଡକୁ 1.2 କୋଟି ଟଙ୍କା ଦେବ । ଶୁକ୍ରବାର କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଉଛି ।
କମ୍ପାନୀର ଭାରତୀୟ ପରିଚାଳନା ଜେନେରାଲ ମ୍ୟାନେଜର କୋକି ସାଟୋ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି କଠିନ ସମୟରେ ଆମେ ଭାରତୀୟଙ୍କୁ ସହଯୋଗ ପାଇଁ ସେମାନଙ୍କ ସହ ସର୍ବଦା ଠିଆ ହୋଇଛୁ ।
ଆଉ ଏହି ସହାୟତା ରାଶି ପ୍ରଦାନର ଲକ୍ଷ୍ୟ ହେଉଛି ମହାମାରୀ ପ୍ରସାରକୁ ରୋକିବାରେ ସରକାରଙ୍କୁ ସହଯୋଗ କରିବା ବୋଲି କମ୍ପାନୀ କହିଛି ।
କୋରୋନା ଭଳି ମହାମାରୀ ସହ ଲଢିବା ପାଇଁ ପିଏମ କେୟାର୍ସ ଫଣ୍ଡ ଗଠନ କରାଯାଇଛି । ସାଧାରଣ ଲୋକଙ୍କ ଠାରୁ ଉଦ୍ୟୋଗୀ ଏଥିରେ ନିଜ ଯୋଗଦାନ ଦେଉଛନ୍ତି ।