ETV Bharat / business

ଖସୁଛି ରାଜସ୍ବ: ଐତିହାସିକ ସ୍ତରରେ ରାଜ୍ୟର ଆର୍ଥିକ ନିଅଣ୍ଟ

author img

By

Published : Jan 20, 2021, 10:26 PM IST

ରାଜ୍ୟର ଆର୍ଥିକ ନିଅଣ୍ଟ 8.7 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ସେମାନଙ୍କ ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର 4.7 ପ୍ରତିଶତ । ଅଧିକ ପଢନ୍ତୁ..

ଖସୁଛି ରାଜସ୍ବ: ଐତିହାସିକ ସ୍ତରରେ ରାଜ୍ୟର ଆର୍ଥିକ ନିଅଣ୍ଟ
ଖସୁଛି ରାଜସ୍ବ: ଐତିହାସିକ ସ୍ତରରେ ରାଜ୍ୟର ଆର୍ଥିକ ନିଅଣ୍ଟ

ମୁମ୍ବାଇ: ରାଜ୍ୟର ସଂଯୁକ୍ତ ଆର୍ଥିକ ନିଅଣ୍ଟ 8.7 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ସେମାନଙ୍କ ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର 4.7 ପ୍ରତିଶତ । ମହାମାରୀ ଯୋଗୁଁ ଲାଗୁ କଟକଣା କାରଣରୁ ବିଭିନ୍ନ ସେକ୍ଟରରେ ଟିକସ ସଂଗ୍ରହ ହ୍ରାସ ହୋଇଛି । ଫଳରେ ରାଜ୍ୟର ଆୟ କମିଥିବା ରିପୋର୍ଟରେ ଦର୍ଶାଯାଇଛି ।

କ୍ରିସିଲର ଏକ ଅଧ୍ୟୟନରେ କୁହାଯାଇଛି କି, ରାଜ୍ୟର ରାଜସ୍ବ ଏତେ ପରିମାଣରେ ଖସିଛି କି ଏହା ଆର୍ଥିକ ନିଅଣ୍ଟର 70 ପ୍ରତିଶତ ଯୋଗଦାନ ରଖୁଛି । ଯାହାକି ସାଧାରଣ ସମୟରେ କେବଳ 15 ପ୍ରତିଶତ ପାଖାପାଖି ରହିଥାଏ ।

ଗତ ମାର୍ଚ୍ଚ ମାସ ଶେଷରୁ ଆର୍ଥିକ ଗତିବିଧି ଦୁର୍ବଳ ହୋଇପଡିଛି । ଲକଡାଉନର ପର୍ଯ୍ୟାୟ ବଢିବା ସହ କାରବାର ସ୍ଥାଣୁ ଓ ଆୟ ଖସିଚାଲିଥିଲା । ତେବେ ପ୍ରତିବନ୍ଧକ କୋହଳ ପରେ ପୁଣି ସ୍ଥିତି ସୁଧୁରିଛି । ଯେତେବେଳେ ପ୍ରଥମ ତ୍ରୟମାସରେ ଐତିହାସିକ -23.9 ପ୍ରତିଶତ ହ୍ରାସ ହୋଇଥିଲା ବେଳେ ଏହା ଦ୍ବିତୀୟ ତ୍ରୟମାସରେ ସଙ୍କୁଚନ ହୋଇ 7.5%ରେ ସୀମିତ ଅଛି । ହେଲେ ତୃତୀୟ ତ୍ରୟମାସ ଓ ଚତୁର୍ଥ ତ୍ରୟମାସର ଜିଡିପି ରିପୋର୍ଟ ସବୁଜ ରଙ୍ଗରେ ପ୍ରିଣ୍ଟ ହେବା ନେଇ ଆଶା ରଖିଛନ୍ତି ଅର୍ଥନୀତିଜ୍ଞ, ବିଶେଷଜ୍ଞ ।

ରିପୋର୍ଟରେ ଦର୍ଶାଯାଇଛି କି ମହାମାରୀ ରାଜ୍ୟର କର ସଂଗ୍ରହକୁ ପ୍ରଭାବିତ କରିଛି । ଆଉ ଆର୍ଥିକ ବର୍ଷ 2015 ରେ ଏହି ଆର୍ଥିକ ଘାଟାରେ ପ୍ରାୟ 4 ଗୁଣା ବୃଦ୍ଧି ହୋଇଛି ।

ତେବେ କର ସଂଗ୍ରହ ଧୀରେ ଧୀରେ ଆର୍ଥିକ ଦୃଷ୍ଟିକୋଣ, ଉଚ୍ଚ ସୁଧ ବୋଝରେ ସୁଧାର ସହ ଠିକ ହୋଇପାରିବ । ଏହି ତଥ୍ୟ ବିଶ୍ଲେଷଣ 18 ବଡ ରାଜ୍ୟର ତଥ୍ୟ ଉପରେ ଆଧାରିତ । ଯାହା ମୋଟ ଘରୋଇ ଉତ୍ପାଦର 90 ପ୍ରତିଶତ ଅଂଶ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.