ମୁମ୍ବାଇ: ଦେଶର ପ୍ରଥମ ବଜେଟ ଏୟାରଲାଇନ ଭାବେ ଆମେରିକାକୁ ଉଡାଣ ଭରିବ ସ୍ପାଇସଜେଟ । ଏହା ଭାରତର ଅନୁସୂଚିତ ବିମାନ କମ୍ପାନୀ ଗୁଡିକରେ ମଧ୍ୟ ସାମିଲ ହୋଇଛି ।
ବର୍ତ୍ତମାନ ସୁଦ୍ଧା କେବଳ ରାଷ୍ଟ୍ରୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ହିଁ ଭାରତ-ଆମେରିକା ମାର୍ଗରେ ଉଡାଣ ପରିଚାଳନା କରୁଛି । ଗୁରୁବାର ସେୟାର ବଜାରକୁ ପଠାଯାଇଥିବା ସୂଚନାରେ ସ୍ପାଇସଜେଟ କହିଛି କି, ଭାରତର ଅନୁସୂଚିତ ଏୟାରଲାଇନ ଭାବେ କମ୍ପାନୀକୁ ମାନ୍ୟତା ମିଳିଛି । ଏଥିସହ ଏହା ଭାରତ ଓ ଆମେରିକା ମଧ୍ୟରେ ସହମତି କ୍ରମେ ସେବାର ପରିଚାଳନା କରିପାରିବ ।
କମ୍ପାନୀ କହିଛି କି, ଏହା ଭାରତ ଓ ଆମେରିକା ମଧ୍ୟରେ ବିମାନ ସେବା ଚୁକ୍ତିନାମା ଅନୁଯାୟୀ ଉଡାଣ ଭରିବ । କୋରୋନା ଭାଇରସ ମହାମାରୀ ଯୋଗୁଁ ମାର୍ଚ୍ଚ 22 ରୁ ଦେଶରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିତ ବିମାନ ଯାତ୍ରୀ ସେବା ବନ୍ଦ ରହିଛି ।
ସ୍ପାଇସଜେଟର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ପରିଚାଳନା ପାଇଁ ଭାରତୀୟ ଅନୁସୂଚିତ ଏୟାରଲାଇନ ମାନ୍ୟତା ମିଳିବା ଦ୍ବାରା କମ୍ପାନୀ ନିଜର ଆନ୍ତର୍ଜାତୀୟ ବିସ୍ତାର ଯୋଜନାକୁ ଆହୁରି ଭଲ କରିପାରିବ ।
ସେ କହିଛନ୍ତି , ‘‘ମୁଁ ସର୍ବଦା ବିଶ୍ବାସ କରେ ଯେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଏକ ସୁଯୋଗ ରହିଛି ଏବଂ ବର୍ତ୍ତମାନର ସଙ୍କଟରେ ସ୍ପାଇସଜେଟ ସୁସ୍ଥ ହେବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।’’