କୋଲକତା: ଏବେ ଜେଏସଡବ୍ଲ୍ୟୁ ସିମେଣ୍ଟ ପାଇଁ କ୍ୟାମ୍ପେନିଂ କରିବେ ଦେଶର ସୁନାମଧନ୍ୟ କ୍ରିକେଟର ଓ ଫୁଟବଲର । ଜେଏସଡବ୍ଲ୍ୟୁ ସିମେଣ୍ଟ ପକ୍ଷରୁ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀଙ୍କୁ ନିଜ ବ୍ରାଣ୍ଡଆମ୍ବାସାଡର କରାଯାଇଛି ।
ଜେଏସଡବ୍ଲ୍ୟୁ ସିମେଣ୍ଟ 14 ଅରବ ଡଲାରର ଜେଏସଡବ୍ଲ୍ୟୁ ଗ୍ରୁପର ଏକ ଅଂଶ । ଜୁନ 20ରୁ କମ୍ପାନୀ ପଶ୍ଚିମବଙ୍ଗ, ବିହାର ଏବଂ ଓଡିଶାରେ ନୂଆ ମାର୍କେଟିଂ କ୍ୟାମ୍ପେନିଂ ଲିଡର୍ସ ଚଏସ ଆରମ୍ଭ କରିବାକୁ ଯାଉଛି । ଆଉ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଖେଳ ଦୁନିଆର ଏହି 2 ତାରକା ।
ପ୍ରଥମ ଥର ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ ନିଜ ମାର୍କେଟିଂ କ୍ୟାମ୍ପେନିଂ ପାଇଁ ଖେଳ ଜଗତର ଜଣାଶୁଣା ଚେହରାଙ୍କୁ ଚୟନ କରିଛି । ତେବେ କମ୍ପାନୀର ନିଜସ୍ବ ବ୍ରାଣ୍ଡ ପରିଚୟ ରହିଛି । ଜେଏସଡବ୍ଲ୍ୟୁସିମେଣ୍ଟ ସହିତ ଜଡିତ ହୋଇ ମୁଁ ଖୁସି ବୋଲି ଗାଙ୍ଗୁଲି କହିଛନ୍ତି । ସେହିଭଳି ଛେତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।