ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ନିଟ ଲାଭ 2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ 4 ଗୁଣା ଉଛୁଳିଛି । ଫଳରେ ଏସବିଆଇକୁ ପ୍ରଫିଟ 3,580.81 କୋଟି ଟଙ୍କା ହୋଇଛି ।
ଶୁକ୍ରବାର ଏସବିଆଇ ପକ୍ଷରୁ ସେୟାର ବଜାରକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି କି, ଏହା ପୂର୍ବ ଆର୍ଥିକ ବର୍ଷ ଅର୍ଥାତ 2018-19ର ଏହି ତ୍ରୟମାସରେ 838.4 କୋଟି ଟଙ୍କା ଲାଭ ହୋଇଥିଲା ।
ବ୍ୟାଙ୍କର ମୋଟ ଆୟ 2020 ମାର୍ଚ୍ଚ 31 ସମାପ୍ତ ତ୍ରୟମାସରେ 76,027.51 କୋଟି ଟଙ୍କା ରହିଛି । ଯାହାକି 1 ବର୍ଷ ପୂର୍ବେ ଏହି ତ୍ରୟମାସରେ 75,670.5 କୋଟି ଟଙ୍କା ଥିଲା ।
ସେହିପରି ବ୍ୟାଙ୍କର ମୋଟ ଏନପିଏ( ଅନାଦେୟ ଋଣ) ଗତ ଆର୍ଥିକ ବର୍ଷ 2019-20 ଚତୁର୍ଥ ତ୍ରୟମାସରେ ମୋଟ ଋଣର 6.15 ପ୍ରତିଶତ ରହିଥିଲା । ଯାହାକି 2018-19ରେ ଏହି ତ୍ରୟମାସରେ 7.53 ପ୍ରତିଶତ ଥିଲା ।