ETV Bharat / business

ଖର୍ଚ୍ଚ କମାଇବାକୁ ଭିଆରଏସ ଯୋଜନା ଆଣିଲା ଏସବିଆଇ - ଏସବିଆଇ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ଅବସର

ଏସବିଆଇର ଭିଆରଏସ ଯୋଜନା । ବ୍ୟାଙ୍କର ପାଖାପାଖି 30,190 କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ହୋଇଛନ୍ତି । ତେବେ ନିର୍ଦ୍ଦେଶକ ବୋର୍ଡର ମଞ୍ଜୁରୀର ଅପେକ୍ଷା ରହିଛି । ଅଧିକ ପଢନ୍ତୁ..

ଖର୍ଚ୍ଚ କମାଇବାକୁ ଭିଆରଏସ ଯୋଜନା ଆଣିଲା ଏସବିଆଇ

author img

By

Published : Sep 7, 2020, 4:22 PM IST

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଖର୍ଚ୍ଚ ହ୍ରାସ କରିବା ପାଇଁ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ପ୍ରସ୍ତୁତ କରିଛି । ବ୍ୟାଙ୍କର ପାଖାପାଖି 30,190 କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ହୋଇଛନ୍ତି ।

ଏବେ (2020 ମାର୍ଚ୍ଚ ସୁଦ୍ଧା) ଏସବିଆଇ କର୍ମଚାରୀଙ୍କ ମୋଟ ସଂଖ୍ୟା 2.49 ଲକ୍ଷ ରହିଛି । ଯାହାକି ପୁରା ବର୍ଷରେ 2.57 ଲକ୍ଷ ଥିଲା ।

ସୂତ୍ର ଅନୁସାରେ ବ୍ୟାଙ୍କର ଭିଆରଏସ ଯୋଜନା ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ନିର୍ଦ୍ଦେଶକ ବୋର୍ଡର ମଞ୍ଜୁରୀର ଅପେକ୍ଷା ରହିଛି । ପ୍ରସ୍ତାବିତ ଯୋଜନା 'ଦ୍ୱିତୀୟ ସିଫ୍ଟ ଟ୍ୟାପ୍ VRS-2020' ର ଲକ୍ଷ୍ୟ ହେଉଛି ବ୍ୟାଙ୍କର ଖର୍ଚ୍ଚ ହ୍ରାସ କରିବା ଏବଂ ମାନବ ସମ୍ଭଳର ସର୍ବାଧିକ ବ୍ୟବହାର କରିବା ।

ଏହି ଯୋଜନା ସମସ୍ତ ସ୍ଥାୟୀ କର୍ମଚାରୀଙ୍କ ପାଇଁ, ଯେଉଁମାନେ ବ୍ୟାଙ୍କ ସହିତ 25 ବର୍ଷ କାମ କରିଛନ୍ତି କିମ୍ବା ଯାହାର ବୟସ 55 ବର୍ଷ ଅଟେ । ଏହି ଯୋଜନା ଡିସେମ୍ବର 1 ରେ ଖୋଲିବ ଏବଂ ଫେବୃଆରୀ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ପରେ VRS ଆବେଦନଗୁଡିକ ଗ୍ରହଣ କରାଯିବ ନାହିଁ ।

ପ୍ରସ୍ତାବିତ ଯୋଗ୍ୟତା ସର୍ତ୍ତ ଅନୁଯାୟୀ, ବ୍ୟାଙ୍କରେ କାର୍ଯ୍ୟ କରୁଥିବା 11,565 ଅଧିକାରୀ ଏବଂ 18,625 କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ହେଲେ । ବ୍ୟାଙ୍କ କହିଛି ଯେ ଯଦି ଆନୁମାନିକ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ 30 ପ୍ରତିଶତ ଏହି ଯୋଜନାର ଚୟନ କରନ୍ତି, ତେବେ 2020 ଜୁଲାଇ ଦରମା ହିସାବରେ ବ୍ୟାଙ୍କକୁ 1,662.86 କୋଟି ଟଙ୍କାର ନିଟ ସଞ୍ଚୟ ହେବ ।

ତେବେ ବ୍ୟାଙ୍କ ୟୁନିଅନ ପ୍ରସ୍ତାବିତ ଭିଆରଏସ ଯୋଜନା ସପକ୍ଷରେ ନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.