ETV Bharat / business

ମହଙ୍ଗା SBI ହୋମ ଲୋନ, ବଢିଲା ସୁଧହାର - SBI ହୋମ ଲୋନ

ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଢାଇଲା ହୋମ ଲୋନ ସୁଧ ହାର । ଏପ୍ରିଲ ପହିଲାରୁ ଏସବିଆଇର ହୋମ ଲୋନ ସୁଧ ହାର 6.95 ପ୍ରତିଶତ ରହିଛି । ଅଧିକ ପଢନ୍ତୁ..

ମହଙ୍ଗା SBI  ହୋମ ଲୋନ,  ବଢିଲା ସୁଧହାର
ମହଙ୍ଗା SBI ହୋମ ଲୋନ, ବଢିଲା ସୁଧହାର
author img

By

Published : Apr 5, 2021, 4:05 PM IST

ନୂଆଦିଲ୍ଲୀ: ଘର କିଣିବା ପଡିପାରେ ମହଙ୍ଗା । ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଢାଇଲା ହୋମ ଲୋନ ସୁଧ ହାର । ଏପ୍ରିଲ ପହିଲାରୁ ଏସବିଆଇର ହୋମ ଲୋନ ସୁଧ ହାର 6.95 ପ୍ରତିଶତ ରହିଛି । ଅର୍ଥାତ ଏବେ ଏସବିଆଇର ହୋମ ଲୋନ ସୁଧ ହାର 6.95 ପ୍ରତିଶତରୁ ଆରମ୍ଭ ହେବ ।

ଗତ ମାସରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ 31 ଯାଏଁ ସ୍ପେଶାଲ ଅଫର ଘୋଷଣା କରିଥିଲା । ଏଥିରେ ହୋମ ଲୋନ ସୁଧ ହାରର ଆରମ୍ଭ 6.70 ପ୍ରତିଶତ ଥିଲା । ହେଲେ ଏବେ ହୋମ ଲୋନ ସୁଧ ହାର .025 ପ୍ରତିଶତ ବଢିଛି ।

ଏସବିଆଇର ୱେବସାଇଟର ଅନୁସାରେ ହୋମ ଲୋନ ଏକ୍ସଟର୍ନଲାଲ ବେଞ୍ଜମାର୍କ ଲିଙ୍କ୍ଡ ରେଟ (EBLR ) ରୁ 0.40 ପ୍ରତିଶତରୁ ଊର୍ଦ୍ଧ୍ବ ଉପରେ ଉପଲବ୍ଧ ରହିଛି । ବ୍ୟାଙ୍କର EBLR ଏବେ 6.65 ପ୍ରତିଶତ ଅଛି । ଏହା ଆରବିଆଇର ରେପୋରେଟ ସହ ଲିଙ୍କ ରହିଛି । ଏହାର ଅର୍ଥ କି ହୋମଲୋନ 7 ପ୍ରତିଶତରେ ଉପଲବ୍ଧ ରହିଛି । ତେବେ ମହିଳା ଆବେଦନକାରୀଙ୍କୁ 0.05 ପ୍ରତିଶତ ଡିସକାଉଣ୍ଟ ମିଳିବ । ଏଭଳି ଭାବେ ସୁଧ ହାର 6.95 ପ୍ରତିଶତ ହେଉଛି ।

ଫେବୃଆରୀରେ ଏସବିଆଇ କହିଥିଲା କି ଏହାର ହୋମ ଲୋନ ପୋର୍ଟଫୋଲିୟୋ 5 ଲକ୍ଷ କୋଟି ଟଙ୍କାର ରହିଛି । ଏହା ବ୍ୟାଙ୍କର ବିଭିନ୍ନ କାରବାରୀଙ୍କ ମଧ୍ୟରେ ସବୁଠୁ ଅଧିକା । ବ୍ୟକ୍ତିଗତ ହୋମ ଲୋନ କ୍ଷେତ୍ରରେ ଏସବିଆଇ ମାର୍କେଟ ଲିଡର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.