ETV Bharat / business

ଡିସେମ୍ବରରୁ 24 ଘଣ୍ଟା ଉପଲବ୍ଧ ହେବ ଆରଟିଜିଏସ ସେବା - ଏମପିସି ବୈଠକ

ଦିନ ରାତି ଉପଲବ୍ଧ ହେବ RTGS ସେବା । ଡିସେମ୍ବରରୁ ଗ୍ରାହକଙ୍କୁ ମିଳିବ ଏହି ସବୁଧା । ଏ ନେଇ ଆରବିଆଇ ଘୋଷଣା କରିଛି । ଅଧିକ ପଢନ୍ତୁ..

ଡିସେମ୍ବରରୁ 24 ଘଣ୍ଟା ଆରଟିଜିଏସ ସେବା ଉପଲବ୍ଧ

author img

By

Published : Oct 9, 2020, 5:07 PM IST

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରୁ 24 ଘଣ୍ଟା ମିଳିବ ରିୟଲ ଟାଇମ ଟ୍ରସ ସେଟଲମେଣ୍ଟ (ଆରଟିଜିଏସ) ସୁବିଧା । ଏ ନେଇ ଆରବିଆଇ ଶୁକ୍ରବାର ଘୋଷଣା କରିଛି । ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର ପାଇଁ ଆରଟିଜିଏସ ଏକ ଭଲ ପ୍ରମୁଖ ସେବା । ଆଉ 24 ଘଣ୍ଟା ସେବା ଉପଲବ୍ଧ ଦ୍ବାରା ଭାରତୀୟ ଆର୍ଥିକ ବଜାରକୁ ବୈଶ୍ବିକ ବଜାର ସହ ଏକତ୍ର କରିବା ପ୍ରୟାସରେ ସାହାଯ୍ୟ ମିଳିବ ।

ଆରବିଆଇର ପୁର୍ନଗଠିତ ଏମପିସି କମିଟିର 3 ଦିନ ବୈଠକ ପରେ ଜାରି ସମୀକ୍ଷା ରିପୋର୍ଟରେ କୁହାଯାଇଛି କି ‘‘ ବୈଶ୍ବିକ ସ୍ତରରେ ଏଭଳି ହାତଗଣତି ଦେଶ ମଧ୍ୟରେ ଭାରତ ରହିବ, ଯେଉଁଠି 24 ଘଣ୍ଟା 7 ଦିନ 12 ମାସ ମୋଟା ଅଙ୍କର ଟ୍ରାଞ୍ଜାକ୍ସନ ପାଇଁ ଏଭଳି ସୁବିଧା ଗ୍ରାହକୁ ପ୍ରଦାନ କରାଯିବ । ତେବେ 2020 ଡିସେମ୍ବରରୁ ଏହି ସୁବିଧା ଲାଗୁ ହେବ ।

ଏହା ପୂର୍ବରୁ ଆରବିଆଇ 2019 ଡିସେମ୍ବରରେ ଏନଇଏଫଟି ପ୍ରଣାଳୀ ( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ )କୁ ପ୍ରତି 24 ଘଣ୍ଟା ଚାଲୁ କରିଥିଲା । ରିପୋର୍ଟ ଅନୁସାରେ ଏନଇଏଫସି ସେହି ସମୟରୁ 24 ଘଣ୍ଟା ସୂଚାରୁରୂପେ କାମ କରୁଛି । ହେଲେ ଆରଟିଜିଏସ ଏବେ କେବଳ ବ୍ୟାଙ୍କର ସମସ୍ତ କାର୍ଯ୍ୟଦିସ ( ଦ୍ବିତୀୟ ଓ ଚତୁର୍ଥ କାର୍ଯ୍ୟଦିବସକୁ ଛାଡି) ସକାଳ 7 ଟାରି ସଂନ୍ଧ୍ୟା 6 ଟା ଯାଏଁ ଖୋଲା ରହୁଛି ।

ଗତ ବର୍ଷ ଜୁଲାଇରେ ଆରବିଆଇ ଏନଇଏଫଟି ଓ ଆରଟିଜିଏସ ଜରିଆରେ ଟଙ୍କା ଟ୍ରାନ୍ସଫରକୁ ମାଗଣା କରିଥିଲା । ଦେଶରେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି । ଆରଟିଜିଏସ ଜରିଆରେ ମୋଟା ଅଙ୍କର ଟଙ୍କା ବହୁଳ ମାତ୍ରାରେ ନେଣଦେଣ ହୋଇଥାଏ । ସେହିପରି ଏନଇଏଫଟି ମାଧ୍ୟମରେ 2 ଲକ୍ଷ ପର୍ଯ୍ୟନ୍ତ ଅର୍ଥ କାରବାର କରାଯାଇଥାଏ । ଏହି 2 ପ୍ରଣାଳୀ ସାହାଯ୍ୟରେ ଜଣେ ଘରେ ବସି ବିନା ଦ୍ବନ୍ଦ୍ବରେ ଟଙ୍କା ପଠାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.