ଚେନ୍ନାଇ: ଦେଶରେ କୋଭିଡ-19 ସଙ୍କଟ ମଧ୍ୟରେ ଏବେ ସୁଦ୍ଧା 15.75 କୋଟି ଟଙ୍କାର ପ୍ରାୟ 790 ସ୍ବାସ୍ଥ୍ୟବୀମା ଦାବି ରେକର୍ଡ ହୋଇଛି । ଶୁକ୍ରବାର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।
ନିଜ ନାଁକୁ ପ୍ରଘଟ ନ କରିବା ସର୍ତ୍ତରେ ଅଧିକାରୀ ଜଣଙ୍କ ଆଇଏଏନଏସକୁ କହିଛନ୍ତି କି, କୋଭିଡ-19 ସମ୍ବନ୍ଧିତ ସ୍ବାସ୍ଥ୍ୟ ବୀମା ଦାବି ସବୁଠୁ ଅଧିକ ମହାରାଷ୍ଟ୍ରରେ ହୋଇଛି । ଏଠାରେ ପାଖାପାଖି 380 ବୀମା ଦାବି ହୋଇଛି । ଯେତେବେଳେ କି ଦିଲ୍ଲୀରେ 140 ଓ ପଶ୍ଚିମବଙ୍ଗରେ ପ୍ରାୟ 75 ଓ ତାମିଲନାଡୁରେ 51 ରହିଛି ।
ବହୁ ଅଣ ବୀମା କମ୍ପାନୀଙ୍କ ସହ ଏହି ସବୁ ବୀମା କ୍ଲେମ ହୋଇଛି ବୋଲି ଅଧିକାରୀ ଜଣଙ୍କ ଜଣାଇଛନ୍ତି ।
@IANS