ନୂଆଦିଲ୍ଲୀ: ଘରୋଇକରଣ ହେବ ଭାରତୀୟ ରେଳ । ଏଭଳି କୌଣସି ପ୍ରସ୍ତାବ ରହିନଥିବା ନେଇ ମନା କରିଛି ଭାରତୀୟ ରେଳ ବିଭାଗ । ତେବେ କୁହାଯାଇଛି କି ଏକ ଅନୁମାନ ଅନୁସାରେ ଭାରତୀୟ ରେଳକୁ 2030 ଯାଏଁ ନେଟୱର୍କ ବିସ୍ତାର ସମେତ ବିଭିନ୍ନ ଆଧୁନିକରଣ କାମ ପାଇଁ 50 ଲକ୍ଷ କୋଟିର ପୁଞ୍ଜିଗତ ନିବେଶ ଆବଶ୍ୟକ ହେବ ।
ରେଳମନ୍ତ୍ରୀ ପୀୟୁଷ ଗୋଏଲ ତୃଣମୂଳ କଂଗ୍ରେସ ସଦସ୍ୟ ଡେରେକ ଓ ବ୍ରାୟନଙ୍କ ଏକ ପ୍ରଶ୍ନର ଲିଖିତ ଜବାବରେ ରାଜ୍ୟସଭାକୁ ଏହି ସୂଚନା ଦେଇଛନ୍ତି । ବ୍ରାୟନ ପଚାରିଥିଲ କି ରେଳବାଇ କେଉଁ କେଉଁ ପରିଚାଳନା ସେକ୍ଟରର ଘରୋଇକରଣ ହୋଇଛି ? ଏନେଇ ରେଳମନ୍ତ୍ରୀ ଗୋଏଲ କହିଛନ୍ତି କି ‘ଭାରତୀୟ ରେଳର ଘରୋଇକରଣ ନେଇ କୌଣସି ପ୍ରସ୍ତାବ ନାହିଁ । ବରଂ ଆଶା ଅଛି କି ଭାରତୀୟ ରେଳର 2020 ଯାଏଁ ନେଟୱର୍କ ବିସ୍ତାର ଓ କ୍ଷମତା ବୃଦ୍ଧି ଏବଂ ଅନ୍ୟାନ୍ୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 50 ଲକ୍ଷ କୋଟି ଟଙ୍କା ପୁଞ୍ଜିଗତ ନିବେଶର ଆବଶ୍ୟକ ହେବ । ଯାହା ଦ୍ବାରା ସଠିକ ଢଙ୍ଗରେ ଯାତ୍ରୀ ଓ ଦ୍ରବ୍ୟ ସେବା ଦିଆଯାଇପାରିବ ।’
ପୁଞ୍ଜି ବିନିଯୋଗରେ ଥିବା ପାର୍ଥକ୍ୟକୁ ଦୂର କରିବା ଏବଂ ଆଧୁନିକ ଟେକ୍ନୋଲୋଜି ଦକ୍ଷତା ଆଣିବା ପାଇଁ କେତେକ ପଦକ୍ଷେପରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ମଡେଲ ବ୍ୟବହାର କରିବାର ଯୋଜନା ଅଛି । ଏଥିରେ ସିଲେକ୍ଟିଭ ମାର୍ଗରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ 150 ଟି ଆଧୁନିକ ରାକ ଚଳାଇବା ସାମିଲ ଅଛି । ତେବେ ଟ୍ରେନ ଚଳାଚଳ କାମ ଭାରତୀୟ ରେଳବାଇ ପାଖରେ ରହିବ ବୋଲି ଗୋୟଲ କହିଛନ୍ତି ।